Web News

ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପୂର୍ବରୁ ପୁନର୍ବାସ ଦାବି, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ୬ ଦଫା ସ୍ମାରକପତ୍ର
ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପୂର୍ବରୁ ପୁନର୍ବାସ ଦାବି, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ୬ ଦଫା ସ୍ମାରକପତ୍ର ରିପୋର୍ଟ: ସୁଶାନ୍ତ ମହାକୁଡ଼, ଭୁବନେଶ୍ୱର ଭୁବନେଶ୍ୱର: ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ବସ୍ତି ଉଚ୍ଛେଦ ପୂର୍ବରୁ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଆଇନସମ୍ମତ ଥଇଥାନ, ପୁନର୍ବାସ ଓ ପୁନଃସ୍ଥାପନ ସୁବିଧା ଯୋଗାଇ ଦେବା ଦାବିରେ ମଞ୍ଚେଶ୍ୱର ଜୋନାଲ କମିଟି ଅଧୀନ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ୬ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପଳାଶୁଣି ମୁଣ୍ଡା ବସ୍ତି, ଓସିସି ବସ୍ତି, ଆଖଣ୍ଡଳମଣି ବସ୍ତି, ପାଟଦେବୀ ବସ୍ତି, ମା’ ଭଗବତୀ ବସ୍ତି ଏବଂ ହାଡବାଇ ବସ୍ତିର ବାସିନ୍ଦାମାନେ ସ୍ମାରକପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, କେନାଲ ସମ୍ପ୍ରସାରଣ ନାମରେ ସେମାନଙ୍କ ବାସଗୃହ ଉଚ୍ଛେଦ ହେବାର ଆଶଙ୍କା ରହିଛି। ଏହି ବସ୍ତିଗୁଡ଼ିକର ଅଧିକାଂଶ ପରିବାର ଭୂମିହୀନ, ଦରିଦ୍ର ଏବଂ ସାମାଜିକ ଭାବେ ଦୁର୍ବଳ ବର୍ଗର ଅନ୍ତର୍ଗତ ହୋଇଥିବା ବେଳେ ସେମାନେ ବହୁ ବର୍ଷ ଧରି ଏହି ଅଞ୍ଚଳରେ ବସବାସ କରି ଆସୁଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯(୧)(ଇ) ଓ ୨୧ ଅନୁଯାୟୀ ନାଗରିକଙ୍କ ସମାନତା, ବାସସ୍ଥାନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବିତାଇବାର ଅଧିକାର ସୁରକ୍ଷିତ। ସେହିପରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ‘ଓଲ୍ଗା ଟେଲିସ ବନାମ ବମ୍ବେ ମ୍ୟୁନିସିପାଲ କର୍ପୋରେସନ’, ‘ସୁଦାମା ସିଂହ ବନାମ ଦିଲ୍ଲୀ ସରକାର’ ଏବଂ ‘ଅଜୟ ମାକେନ ବନାମ ଭାରତ ସରକାର’ ମାମଲାରେ ଉଚ୍ଛେଦ ପୂର୍ବରୁ ସର୍ଭେ, ଶୁଣାଣି ଓ ପୁନର୍ବାସ ସୁନିଶ୍ଚିତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ବସ୍ତିବାସିନ୍ଦା ମାନେ ୬ ଦଫା ଦାବିରେ ସମସ୍ତ ପରିବାରର ସର୍ଭେ, ଲିଖିତ ପୁନର୍ବାସ ନିଶ୍ଚିତତା, ପୁନର୍ବାସ ସ୍ଥାନରେ ମୌଳିକ ସୁବିଧା, ପୁନର୍ବାସ ପୂର୍ବରୁ ଘର ନ ଭାଙ୍ଗିବା, ପୂର୍ବ ସୂଚନା ଓ ଶୁଣାଣି ବ୍ୟବସ୍ଥା, ଏବଂ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା ମାଧ୍ୟମରେ ସ୍ୱଚ୍ଛ ଓ ନ୍ୟାୟସଙ୍ଗତ ପ୍ରକ୍ରିୟା ଅବଲମ୍ବନ କରିବାକୁ ଦାବି କରିଛନ୍ତି। ବସ୍ତି ସୁରକ୍ଷା ମଞ୍ଚର ସଭାପତି କମ୍ରେଡ ହେନା କହିଛନ୍ତି ଯେ, ପୁନର୍ବାସ ଓ ଥଇଥାନର ବିକଳ୍ପ ବ୍ୟବସ୍ଥା ବିନା କୌଣସି ଉଚ୍ଛେଦ କାର୍ଯ୍ୟ ଗ୍ରହଣ କରାଯିବା ଉଚିତ ନୁହେଁ। ମଞ୍ଚେଶ୍ୱର ଜୋନାଲ କମିଟିର ସଭାପତି ସରୋଜ ଦାସଙ୍କ ନେତୃତ୍ୱରେ ଶତାଧିକ ବସ୍ତିବାସିନ୍ଦା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରତିନିଧିମଣ୍ଡଳୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି। ବସ୍ତି ବାସିନ୍ଦାଙ୍କ ନ୍ୟାୟସଙ୍ଗତ ଦାବି ଉପରେ ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ ମହାକୁଡ଼, ଭୁବନେଶ୍ୱର

ସଂକୀର୍ଣ୍ଣ ରାସ୍ତା ସାଜିଛି ବାଧକ: ସାଲିଆସାହି ଭିତରକୁ ଯାଇପାରୁନି ଗ୍ୟାସ ଗାଡ଼ି, ମୁଖ୍ୟ ରାସ୍ତା କଡ଼ରେ ଖରାରେ କଷ୍ଟ ପାଉଛନ୍ତି ସାଧାରଣ ଜନତା
ସଂକୀର୍ଣ୍ଣ ରାସ୍ତା ସାଜିଛି ବାଧକ: ସାଲିଆସାହି ଭିତରକୁ ଯାଇପାରୁନି ଗ୍ୟାସ ଗାଡ଼ି, ମୁଖ୍ୟ ରାସ୍ତା କଡ଼ରେ ଖରାରେ କଷ୍ଟ ପାଉଛନ୍ତି ସାଧାରଣ ଜନତା ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ଭୁବନେଶ୍ୱର: ରାଜଧାନୀର ସ୍ମାର୍ଟ ସିଟି ଦାବି ଭିତରେ ପୁଣି ସାମ୍ନାକୁ ଆସିଛି ଭିନ୍ନ ଏକ ବିକଳ ଚିତ୍ର। ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ଅଞ୍ଚଳ ଭାବେ ଜଣାଶୁଣା ସାଲିଆସାହି ଭିତରକୁ ଯିବା ଆସିବା ପାଇଁ ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ଏବେ ସେଠାରେ ଏଲପିଜି (LPG) ରୋଷେଇ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଗ୍ୟାସ ଯୋଗାଣ ଗାଡ଼ି ବସ୍ତି ଭିତରକୁ ପ୍ରବେଶ କରିପାରୁ ନ ଥିବାରୁ ବାଧ୍ୟ ହୋଇ ବିତରକମାନେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖି ଗ୍ୟାସ ସିଲିଣ୍ଡର ବାଣ୍ଟୁଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ସାଧାରଣ ପଥଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗ୍ୟାସ ଗାଡ଼ି ଭିତରକୁ ନ ଯିବା ଯୋଗୁଁ ଲୋକମାନେ ନିଜ ନିଜର ଖାଲି ସିଲିଣ୍ଡର ଧରି ମୁଖ୍ୟ ରାସ୍ତା କଡ଼ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବର୍ତ୍ତମାନର ପ୍ରଖର ଖରା ଓ ତାତି ଭିତରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଓ ମହିଳାମାନେ ରାସ୍ତା ଉପରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷରେ, ମୁଖ୍ୟ ରାସ୍ତା କଡ଼ରେ ଗ୍ୟାସ ଗାଡ଼ି ରହିବା ଏବଂ ଗ୍ରାହକଙ୍କ ପ୍ରବଳ ଭିଡ଼ ଯୋଗୁଁ ଉକ୍ତ ରୁଟ୍ ଦେଇ ଯାତାୟାତ କରୁଥିବା ଅନ୍ୟ ସବୁ ଯାନବାହନ ଚଳାଚଳରେ ସଂପୂର୍ଣ୍ଣ ବାଧା ସୃଷ୍ଟି ହେଉଛି। ପ୍ରତିଦିନ ସେଠାରେ ଟ୍ରାଫିକ ଜାମ୍ ଭଳି ସ୍ଥିତି ଉପୁଜୁଛି, ଯାହାଫଳରେ ଅଫିସ ଯାତ୍ରୀ ଏବଂ ଜରୁରୀକାଳୀନ ଗାଡ଼ି ମଧ୍ୟ ଫସି ରହୁଛନ୍ତି। ଏସବୁ ର ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ ହେଉଛି l
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ଓଡ଼ିଶା ଜନତା କଂଗ୍ରେସ ପ୍ରତି ବଢ଼ୁଛି ଯୁବବର୍ଗଙ୍କ ଆକର୍ଷଣ, ଶତାଧିକ ଯୁବକଙ୍କ ଯୋଗଦାନ
ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନୂଆ ଶକ୍ତି ଭାବେ ଉଭା ହୋଇଥିବା ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପ୍ରତି ଯୁବବର୍ଗଙ୍କ ଆକର୍ଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦଳର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ଆଜି ବିଭିନ୍ନ ୱାର୍ଡରୁ ଶତାଧିକ ଯୁବକ ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏହି ଯୋଗଦାନ କାର୍ଯ୍ୟକ୍ରମରେ ଯୁବ ନେତା ରାକେଶ ବେହେରାଙ୍କ ନେତୃତ୍ୱରେ ଭି. ଶୁଭାନ ରାଜୁ, ସତ୍ୟବ୍ରତ ଦେ, ପିଣ୍ଟୁ, ଅନିଶଙ୍କ ସମେତ ଅନେକ ଯୁବକ ଓଡ଼ିଶା ଜନତା କଂଗ୍ରେସରେ ଯୋଗଦେଇଥିଲେ। ଦଳୀୟ ନେତୃବୃନ୍ଦ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ଯୁବଶକ୍ତିର ସମର୍ଥନ ଦଳକୁ ଆଗାମୀ ଦିନରେ ଆହୁରି ସଶକ୍ତ କରିବ। ଯୁବକମାନେ ମଧ୍ୟ ରାଜ୍ୟର ବିକାଶ, ନିଯୁକ୍ତି ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ଆଗକୁ ନେବା ପାଇଁ ଦଳ ସହ ଯୋଡ଼ିଥିବା ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଗଠିତ ଓଡ଼ିଶା ଜନତା କଂଗ୍ରେସ ଯୁବକେନ୍ଦ୍ରିକ ରାଜନୈତିକ ବିକଳ୍ପ ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ନାଲକୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନାଲକୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ନାଲକୋ ପକ୍ଷରୁ ନାଲକୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାର୍ଥନା ମଣ୍ଡପ ପରିସରରେ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପାଞ୍ଚଶହରୁ ଅଧିକ ଯୋଗପ୍ରେମୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ବିଜ୍ଞାନ ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ ସନ୍ୟାସୀ ଯୋଗଗୁରୁ ଏବଂ ତାଙ୍କର ଦୁଇଜଣ ବରିଷ୍ଠ ସହଯୋଗୀ ଉପସ୍ଥିତ ରହି ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦେଇଥିଲେ। ନିୟମିତ ଯୋଗାଭ୍ୟାସ ଦ୍ୱାରା ମନ ଓ ଶରୀର ସୁସ୍ଥ ରହିବା ସହ ଏକ ସୁସ୍ଥ ଜୀବନଶୈଳୀ ଗଢ଼ି ଉଠେ ବୋଲି ଯୋଗଗୁରୁ ଉପସ୍ଥିତ ସଭାକୁ ସମ୍ବୋଧିତ କରି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଦିଆଯାଇଥିବା ବାର୍ତ୍ତା ଓ ଯୋଗର ଉପକାରିତା ସମ୍ବନ୍ଧୀୟ ସନ୍ଦେଶକୁ ଏଲଇଡି ପରଦା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଯୋଗ ଶିବିରରେ ନାଲକୋର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ପ୍ରଣବ କୁମାର ଦାଶ, ମାନବ ସମ୍ବଳ ସମୂହ ମହାପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ, ତରୁଣ କୁମାର ତ୍ରିପାଠୀ, ଭରତ ଚନ୍ଦ୍ର ମହାରଣାଙ୍କ ସମେତ ନାଲକୋର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି, ମହିଳା କ୍ଲବର ସଦସ୍ୟ, ଘରୋଇ ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଯୋଗ ମାଧ୍ୟମରେ ସୁସ୍ଥ ସମାଜ ଗଠନ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଦିଗରେ ଏକ ସଫଳ ପ୍ରୟାସ ଭାବେ ପରିଗଣିତ ହୋଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରିପୋର୍ଟ: ନିରୋଜ କୁମାର ସେଠୀ, ବିଂଝାରପୁର ବିଂଝାରପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବିଞ୍ଝାରପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୭୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୨ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ୦୩ ଗୋଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୦୯ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୧୦ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଯାଜପୁର, ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଞ୍ଝାରପୁର ଶ୍ରୀମତୀ ଛବିରାଣୀ ସାହୁ, ତହସିଲଦାର, ବିଞ୍ଝାରପୁର ଶ୍ରୀ ପ୍ରମୋଦ କୁମାର ବାସ୍କେ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ବିଂଝାରପୁର

ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଦହିପଣା ବଣ୍ଟନ
ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଦହିପଣା ବଣ୍ଟନ ରିପୋର୍ଟ: ନିରୋଜ କୁମାର ସେଠୀ, ରସୁଲପୁର ଯାଜପୁର ପୁର ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ରେ କାର୍ଯ୍ୟ କରୁଥିବା ଗରିବ, ଅସହାୟ , ଦୁଃଖି ,ରଙ୍କିଙ୍କ ପାଇଁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡିହକୁରାଂଶ ସ୍ଥିତ ପ୍ରଭୁ ଚନ୍ଦନେଶ୍ଵରଙ୍କ ପୀଠ ରେ ଶିବପାର୍ବତୀ ଙ୍କ ବିବାହ ଉତ୍ସବରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦହିପଣା ବଣ୍ଟନ କରାଯାଇଛି। ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ପଣା ବଣ୍ଟନ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ, ଏହା ସକାଳ ୧୦ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈଦ୍ୟନ୍ଦ୍ର ନାଥ ସାହୁ, ବିଦ୍ୟାଧର ସାହୁ, ଶୁର୍ଜେନ୍ଦୁ ଶତପଥୀ,ଅଞ୍ଜନ ଦାସ, ବାବୁନି ବାରିକ, ପ୍ରକାଶ ଦାସ, ପ୍ରଭାକର ସାହୁ, ଅଜୟ କୁମାର ମଲ୍ଲିକ, ଲକ୍ଷ୍ମୀଧର ସାହୁ, ଦୈତାରି ଜେନା, ବିନୋଦ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ପଣା ବଣ୍ଟନ କରିଥିଲେ।
Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ରସୁଲପୁ

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଢ଼େଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଢ଼େଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ରିପୋର୍ଟ - ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି ଢ଼େଙ୍କାନାଳ: ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଭୋକ ମୁକ୍ତ, ଭୟମୁକ୍ତ ଏବଂ ଭ୍ରଷ୍ଟାଚାର ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ l କୌଣସି ପ୍ରକାରର ଭ୍ରଷ୍ଟାଚାର, ଅପରାଧିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ଧାନ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି, ୧୯ ଲକ୍ଷ ୩୮ ହଜାର ଚାଷୀ ପଞ୍ଜିକୃତ ହୋଇ ସେମାନଙ୍କର ଧାନ ବିକି ଆର୍ଥିକ ସ୍ଥିତି ସୁଦୃଢ଼ କରିପାରୁଛନ୍ତି । ଗତ ଖରିଫ୍ ରେ ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇପାରିଛି। ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ ଓ ଏହାର ବିନିଯୋଗ ଫଳରେ ଓଡ଼ିଶାରେ ସର୍ବାଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି । ଗ୍ରାମାଞ୍ଚଳରେ ପଞ୍ଜିକୃତ ଲୋକଙ୍କୁ ୧୨୫ ଦିନ କାମ ନିଶ୍ଚିତ ଭାବେ ଯୋଗାଇ ଦିଆଯିବ, ଉପାର୍ଜନ ପାଇଁ କେହି ରାଜ୍ୟ ବାହାରକୁ ଯିବେ ନାହିଁ । ଶିଳ୍ପ ପ୍ରତିଷ୍ଠା, କୃଷିର ଅଭିବୃଦ୍ଧି ସହିତ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଛି ବୋଲି ସେ ପ୍ରକାଶ କରିଥିଲେ । ସମସ୍ତ ନିର୍ବାଚ଼ନୀ ଇସ୍ତାହାର ପୂରଣ କରାଯାଉଛି, ରାଜ୍ୟର ବିକାଶର ଧାରା ଜାରି ରହିଛି ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ତଥା ରାଜ୍ୟର ଦ୍ରୁତ ବିକାଶ ସହିତ ସଶକ୍ତ ଓଡ଼ିଶା ଗଠନ ନିମନ୍ତେ ସେ ଜନ ସାଧାରଣଙ୍କ ପୂର୍ଣ୍ଣ ସହଯୋଗ କାମନା କରିଥିଲେ । ସଦର ବିଡ଼ିଓ ଶ୍ରୀ ରାହୁଲ ମଣ୍ଡଲ ସ୍ଵାଗତ ଭାଷଣ ଦେଇ, ମେଡ଼ିକାଲ ରେ ମାତୃତ୍ବ ହାର ୯୫ % ରୁ ଅଧିକ ହୋଇଥିବା ବେଳେ ଶତ ପ୍ରତିଶତ ଟୀକାକରଣ କରାଯାଇ ପାରିଛି ବୋଲି ପ୍ରକାଶ କରିଥିଲେ । ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଓ ବୟୋବନ୍ଧନ କାର୍ଡ ପ୍ରଦାନ କରାଯାଉଛି । ପ୍ରତ୍ୟେକ ପଞ୍ଚାୟତରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟସେବା ଜାରି ରହିଛି । ଜନମନ ଯୋଜନାରେ ୬୩୦ ଜଣଙ୍କ ପାଇଁ ଗୃହ ନିର୍ମାଣ କରାଯାଇଛି । ଅନ୍ତୋଦ୍ୱୟ ଗୃହ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଗୃହ ପ୍ରଦାନ କରାଯାଉଛି । ୨୨ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ ପ୍ରଦାନ କରାଯାଉଛି । ବସୁନ୍ଧରା ଯୋଜନାରେ ୫୪ ଜଣ ଭୂମିହୀନଙ୍କୁ ଜମି ପଟା ଦିଆଯାଇଛି, ସମସ୍ତ ସ୍କୁଲର ପଟା ପ୍ରସ୍ତୁତି ସହ ଆଦିବାସୀ ସଂପ୍ରଦାୟକଙ୍କୁ ଜମିପଟା ପ୍ରଦାନ ପାଇଁ ଆଗ୍ରାଧିକର ଦିଆଯାଉଛି ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସାଂସଦଙ୍କ ପ୍ରତିନିଧି ଶ୍ରୀ ବିଷ୍ଣୁ ପ୍ରସାଦ ଲେଙ୍କା, ତହସିଲଦାର ଶ୍ରୀ ସ୍ଵାଧୀନ ବେହେରା , ସଦର ପଞ୍ଚାୟତ ସମିତିର ଅଧକ୍ଷ ଶ୍ରୀ କାଳନ୍ଦି ଚରଣ ବାରିକ୍, ବେଲିଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାକ୍ତର ଶ୍ଵେତା ଅଗ୍ରୱାଲା ପ୍ରମୂଖ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ତୋଦ୍ୱୟ ଗୃହ ଯୋଜନା, ଅନ୍ତୋଦ୍ୱୟ ଅନ୍ନ ଯୋଜନା, ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ମଧୁବାବୁ ପେନସନ ଯୋଜନା, ବସୁନ୍ଧରା ଯୋଜନାର ହିତାଧିକାରୀ, ବୟୋବନ୍ଦନା ସ୍ୱାସ୍ଥ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନାରେ କାର୍ଡ ଏବଂ ହିତାଧିକାରୀ ମାନଙ୍କୁ ମନ୍ତ୍ରୀ ଆବଶ୍ୟକ ପଟା ପ୍ରଦାନ କରିଥିଲେ । ସୁପରିଚାଳନା ନିମନ୍ତେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ୨ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଥିଲା । ସୁଶାନ୍ତ ପାଣି ଉତ୍ସବର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କିଶୋର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ - ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି

ଭଇରିଗୁଡ଼ା ପଞ୍ଚାୟତରେ ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବୀ
ଭଇରିଗୁଡ଼ା ପଞ୍ଚାୟତରେ ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବୀ ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ କଳାହାଣ୍ଡି : ଜୁନାଗଡ ବ୍ଲକ ଅନ୍ତର୍ଗତ ଭଇରିଗୁଡ଼ା ଗ୍ରାମ ର ଯୁବକ ମାନେ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଫୁଟବଲ୍,କ୍ରିକେଟ,ଭଲିବଲ୍, ପ୍ରତିଯୋଗିତା ରେ ବିଗତ ଦୁଇ ବର୍ଷ ମଧ୍ୟରେ ଅନେକ ପ୍ରଥମ ଓ ଦ୍ବିତୀୟ ବିଯୟତା ନିଜ ଗାଁ ନାମରେ ଦଖଲ କରିଛନ୍ତି। ବିଡ଼ମ୍ବନା ହେଉଛି କୌଣସି ଖେଳ ପଡ଼ିଆ ଏହି ଗ୍ରାମ ପଞ୍ଚାୟତ ରେ ନାହିଁ। କେବଳ କୁରୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ଉପରେ ନିର୍ଭର କରିଥାନ୍ତି କିନ୍ତୁ ଯେହେତୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜେ ପଡ଼ିଆ କୁ ବ୍ୟବହାର କରନ୍ତି ଏଣୁ ଗାଁ ର ଯୁବକ ମାନଙ୍କୁ ଖେଳ ଅଭ୍ୟାସ ରେ ବାଧା ସୃଷ୍ଟି ହେବାର ନଜର କୁ ଆସିଛି। ଏହାର ସମାଧାନ ପାଇଁ ଏକ ସରକାରୀ ଅନାବାଦୀ ସ୍ଥାନକୁ ଗାଁ ର କ୍ରୀଡ଼ା ପ୍ରେମୀ ଯୁବକ ମାନେ ଅନାବନା ଗଛ କୁ ସଫା କରି ଏକ ପାଡ଼ିଆର ରୂପ ଦେବା ଚେଷ୍ଟା କରିଛନ୍ତି। କିନ୍ତୁ ଯେହେତୁ ପଡ଼ିଆ ସମତଳ ନୁହେଁ କେଊଁ ଜାଗାରେ ଖାଲ ତ କେଉଁ ଜାଗାରେ ଢିପ ଜମି ଥିବାରୁ ଏହା ଖେଲପୋଜୋଗୀ ହୋଇ ପାରୁ ନାହିଁ। ଏଣୁ ସରକାରୀ ସହାୟତା ପ୍ରଦାନ କଲେ ଏକ ଭଲ ଖେଳ ପଡ଼ିଆ ହୋଇ ପାରିବ ବୋଲି ଖେଳାଳି ମାନେ ମତ ପ୍ରକାଶ କରିଛନ୍ତି। ଗାଁ ର ଅନେକ କ୍ରୀଡ଼ା ପ୍ରେମୀ ପଡ଼ିଆ ନିର୍ମାଣ ପାଇଁ ଅର୍ଥ ସାହାଯ୍ୟ କରି ଥିବାରୁ ଗ୍ରାମବାସୀ ଧନ୍ୟବାଦ୍ ଜଣାଇଛନ୍ତି। ଏବଂ ସ୍ଥାନୀୟ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଶ୍ରୀମତୀ ମାଲବିକା ଦେବୀ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ

ଧର୍ମଗଡ଼ ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବା ନେଇ କଳାହାଣ୍ଡି ଡିଫାଇନ ଦାବୀ
ଧର୍ମଗଡ଼ ରକ୍ତ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବା ନେଇ କଳାହାଣ୍ଡି ଡିଫାଇନ ଦାବୀ ରିପୋର୍ଟ : ରିତେଶ କୁମାର ମୁଣ୍ଡ ଧର୍ମଗଡ଼: ଦୀର୍ଘଦିନ ହେଲା ଧର୍ମଗଡ଼ ସ୍ଥିତ ରକ୍ତ ଭଣ୍ଡାର ବନ୍ଦ ହୋଇ ପଡିଛି। ଭିତ୍ତିଭୂମି ଅଭାବ ଦର୍ଶାଇ ବନ୍ଦ ହୋଇଥିବା ବେଳେ ରୋଗୀ ମାନେ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ହୋଉଛନ୍ତି। ଏପରିକି ଗତ ଶନିବାର ଦିନ ରକ୍ତ ଅଭାବ ରୁ ଏକ ଶିଶୁପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି।ଏହାକୁ ନେଇ ଧର୍ମଗଡ଼ ଡାକ୍ତରଖାନା ଛକ ନିକଟରେ ମୁଖ୍ୟ ରାସ୍ତା ଅବରୋଧ କରି ସ୍ଥାନୀୟ ଲୋକ ଆନ୍ଦୋଳନ କରିଥିଲେ।ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରତି ପ୍ରଶାସନ ନିରବ ସାଜିବା ନେଇ ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।ସୋମବାର ଦିନ ଡିଫାଇନ କଳାହାଣ୍ଡି ପ୍ରତିଷ୍ଠାତା ମଧୁ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଜୟନ୍ତ କୁମାର ନାଏକ ଙ୍କ ନେତୃତ୍ୱ ରେ ଏକ ଟିମ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟ ର ରକ୍ତ ଭଣ୍ଡାର ଅତିଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା,ରକ୍ତ ଅଭାବରୁ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିବା ପରିବାର କୁ କ୍ଷତି ପୂରଣ ସହ ନିରପେକ୍ଷ ତଦନ୍ତ କରିବା ଆଦି ଦାବୀ ରେ ଉଲ୍ଲେଖ ରହିଛି। ଏଭଳି ସମ୍ବେଦନଶୀଳ ବିଷୟ ପ୍ରତି ପ୍ରଶାସନ ବେଶ ଯତ୍ନବାନ ହୋଇ ତତ୍ପରତା ହେବା କୁ ଡିଫାଇନ କଳାହାଣ୍ଡି ପକ୍ଷରୁ ଅନୁରୋଧ କରାଯାଇଛି। ଏହାକୁ ତ୍ୱରାନ୍ୱିତ କରା ନ ଗଲେ ଡିଫାଇନ କଳାହାଣ୍ଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଅତିରିକ୍ତ ଉପଜିଲ୍ଲାପାଳ ଅମିତ ବେହେରା ଦାବୀ ପତ୍ର ଗ୍ରହଣ କରିବା ବେଳେ ବାପି ସାହୁ, ବିଦ୍ୟା ଧର ମୁଣ୍ଡ, ଲମ୍ବୋଧର ତାଣ୍ଡି, କାକିଆ ସରାପ, ଚିତ୍ରସେନ ଜାଲ,ପ୍ରଭାକର ବେହେରା, ଦେବେଶ ନାୟକ,ପ୍ରଣବ ଭୋକ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।
Kalahandi (କଳାହାଣ୍ଡି) • ରିପୋର୍ଟ : ରିତେଶ କୁମାର ମୁଣ୍ଡ

ହାତୀ ନଦୀ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ଦାବୀ
ହାତୀ ନଦୀ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ଦାବୀ ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ ଜୁନାଗଡ ବ୍ଲକ୍ ର ହାତୀ ନଦୀ ବାଙ୍ଗଡଙ୍ଗରି ଘାଟ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ସୂଚନା ମୁତାବକ ରାଜ୍ୟ ସରକାର ଏହି ପୋଲ ନିର୍ମାଣ ପାଇଁ ୨୧.୫୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।ଏଣୁ ଅଞ୍ଚଳ ବାସୀ ଜୁନାଗଡ ବିଧାୟକ ସମେତ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୋଲ ନିର୍ମାଣ ମଞ୍ଜୁରି ର ଏକ ବର୍ଷ ରୁ ଅଧିକ ସମୟ ହେବ ବିଭିନ୍ନ ପ୍ରକାର ପରୀକ୍ଷା ପ୍ରସ୍ତାବିତ ପୋଲ ପାଖରେ ମଧ୍ୟ କରାଯାଇ ଅଛି । ଏହି ପୋଲ ନିର୍ମାଣ ହେଲେ ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ଗମନା ଗମନର ସୁବିଧା ହୋଇ ପାରିବ। ରାଜ୍ୟ ସରକାର କିପରି ଏହି ପୋଲ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରୁଛନ୍ତି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ

Thousands of Paddy Bags Exposed to Rain at Tukla Mandi: Farmers Question Administrative Inaction
Thousands of Paddy Bags Exposed to Rain at Tukla Mandi: Farmers Question Administrative Inaction Khariar Reporter: Bhajanlal Jagat The arrival of the monsoon is usually a reason for celebration among farmers. However, the situation at the Tukla Paddy Procurement Centre (Mandi) presents a contrasting picture, where concern and uncertainty have replaced hope. Thousands of paddy bags stored in the open and under large trees were reportedly exposed to rain on Sunday, raising serious concerns about crop damage and the safety of farmers’ hard-earned produce. A visit to the mandi reveals a troubling scene. Long rows of paddy bags can be seen stacked under tarpaulins in an open field, with no permanent storage infrastructure in place. Despite being covered, rainwater is believed to have seeped into several stacks, increasing the risk of damage to the grain. In some places, the bags are stored directly on the ground, making them vulnerable to moisture from below as well. The incident has once again highlighted a long-standing issue: despite years of paddy procurement operations at Tukla, a permanent mandi or modern storage facility has yet to be established. Farmers allege that while the problem recurs every year, the concerned authorities have failed to take any concrete steps beyond offering assurances. Paddy cultivation involves months of hard work, financial investment, and constant struggle against unpredictable weather conditions. Farmers say it is disheartening that after successfully producing and delivering their crop to the mandi, they still have to worry about its safety due to inadequate storage arrangements. Delayed lifting of procured paddy has further aggravated the situation. Large quantities of paddy continue to remain piled up in the mandi for days, and the recent rainfall has intensified fears of quality deterioration and possible deductions during assessment. Farmers are concerned that moisture damage could affect the value of their produce and lead to financial losses. According to local farmers, although procurement has been completed, transportation and lifting of paddy are not taking place within the stipulated timeframe. As a result, thousands of bags remain stranded in the open, exposed to the elements. Sunday’s rainfall has only deepened their anxiety. Agriculture remains the backbone of the rural economy, and ensuring the safety of farmers’ produce is a fundamental responsibility of the administration. However, the prevailing conditions at the Tukla mandi suggest significant shortcomings in both storage management and procurement logistics. Farmers have demanded the immediate construction of a permanent warehouse and a modern mandi infrastructure at Tukla. They have also called for the prompt lifting of the accumulated paddy stocks to prevent further losses and safeguard their produce. The questions being raised by farmers are simple yet significant: If paddy worth months of labour is damaged while lying in a government procurement centre, who will be held accountable? And when will Tukla Mandi finally receive a permanent solution to this recurring problem? The farming community now awaits a response from the administration and concerned departments, hoping that this year’s crisis will lead to lasting corrective measures rather than another round of promises.
Nuapada (ନୂଆପଡ଼ା) • Reporter: Bhajanlal Jagat

Sinapali Town Waterlogged After Rainfall: Public Outrage Over Alleged Administrative and PWD Negligence
Sinapali Town Waterlogged After Rainfall: Public Outrage Over Alleged Administrative and PWD Negligence Sinapali Reporter : Malaya Meher With the onset of the monsoon season, the fragile urban infrastructure of Sinapali town in Nuapada district has once again come under scrutiny. Even moderate rainfall has led to severe waterlogging on several roads and lanes, disrupting normal life and exposing long-standing deficiencies in drainage and road maintenance. The stretch from Gudia Chhak to the Tahasil Office, one of the town’s main roads, has become a major concern as rainwater continues to accumulate for extended periods. Residents allege that the recurring problem reflects the failure of both the district administration and the Public Works Department (PWD) to implement effective and lasting solutions. According to local residents, the issue resurfaces every monsoon despite repeated complaints over the years. Even short spells of rain leave portions of the road submerged, hampering traffic movement and causing significant inconvenience to school students, traders, government employees, senior citizens, and daily commuters. Locals claim that although the road falls under the jurisdiction of the PWD, little attention has been paid to its repair, elevation, or the development of an adequate stormwater drainage system. Existing roadside drains are reportedly clogged with silt, mud, and garbage, preventing proper water discharge and resulting in persistent waterlogging. Residents further allege that despite bringing the matter to the attention of the concerned authorities on multiple occasions, they have received only assurances with no visible action on the ground. Questions are also being raised about the utilization of funds reportedly allocated each year for road maintenance and drain cleaning, as the expected improvements remain absent. The stagnant water has also increased the risk of accidents. Hidden potholes beneath the water pose a serious threat to two-wheeler riders and pedestrians. Moreover, prolonged water accumulation is creating favorable conditions for mosquito breeding, raising concerns about the spread of vector-borne and other infectious diseases. Citizens argue that while ambitious claims are often made regarding urban development and civic amenities, the reality on the ground tells a different story. The lack of a functional drainage system on a major road has sparked concerns about the quality of planning and implementation in the town’s infrastructure development. Demanding immediate intervention, residents have called for the cleaning of drains, permanent road repairs, and the construction of a modern drainage network to address the problem at its root. They have also warned that if concrete measures are not taken soon, they may be compelled to launch a public agitation. The focus now shifts to whether the district administration and the PWD will respond to the growing public dissatisfaction and take meaningful steps to free Sinapali from its recurring waterlogging crisis.
Nuapada (ନୂଆପଡ଼ା) • Reporter : Malaya Meher
