--:--:--
-- ---
Srishti News
Flash
ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭାଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହଦୃର୍ଗାବାହିନୀ, ମାତୃଶକ୍ତିର ଗୋ ପୂଜନ ଗୋବଂଶ ସୁରକ୍ଷା ଓ ସଂରକ୍ଷଣ ଜରୁରୀବିଶ୍ୱ ହିନ୍ଦୁ ପରିଷଦର ରକ୍ଷାବନ୍ଧନ ଉତ୍ସବପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ୭ ଦିନିଆ ତାଲିମ ଶିବିରଅଲିଭା ବେହେରା ଚିକିଟିର ନୂତନ ଅତିରିକ୍ତ ତହସିଲଦାରକୋକସରାରେ ବିକାଶର ନୂଆ ଅଧ୍ୟାୟ: ଗ୍ରାମୀଣ ପାର୍କର ଶିଳାନ୍ୟାସ, କମ୍ୟୁନିଟି ହଲ୍ ଉଦଘାଟିତଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମଭୁବନ ଖେଳ ଭବନରେ ଜାତୀୟ କ୍ରୀଡ଼ା ଦିବସ ପାଳିତବୃନ୍ଦାବନପୁର କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ନେଇ ଜିଏମ୍‌ଙ୍କୁ ଭେଟିଲେ ବିଧାୟକପ୍ରଶାସନିକ ଅବହେଳା ଅଭିଯୋଗ; ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଲେ ସ୍ଥାନୀୟ ଯୁବକଆର୍ଟ ଅଣ୍ଡ ପେଣ୍ଟିଙ୍ଗ ସଂଘର ସପ୍ତମ ବାର୍ଷିକ ଉତ୍ସବ ପାଳନବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜନାଉବାଙ୍କ-ହଳଦିହ କୂ ଯୋଡ଼ୁଥିବା ନଦୀବନ୍ଧ ଉପରେ ୮୦ ଫୁଟର ଘାଇଦିଗହରା ଯୁବ ସମାଜଙ୍କୁ କ୍ଷମା ଓ ମାର୍ଗଦର୍ଶନର ଆବଶ୍ୟକ: ନରେନ୍ଦ୍ର ମୋଦୀବନ୍ୟା ଜାଲରେ ହନ୍ତସନ୍ତ ହେଲେ ବହୁ ପରିବାରବନ୍ୟା ଜଳରେ ଫସି ରହିଥିବା ୬ ଜଣଙ୍କୁ ଉଦ୍ଧାରକଲା ଅଗ୍ନିଶମ ବାହିନୀସାଲିଆସାହିରେ ଗୁରୁପୂର୍ଣ୍ଣିମା ପାଳିତସଡ଼କ ପରିବହନ ଡ୍ରାଇଭର ମହାସଙ୍ଘର ମହାନତାଧାମନଗର ଅଞ୍ଚଳର ବହୁ ପଞ୍ଚାୟତ ଜଳମଗ୍ନ

Web News

ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭା
Latest

ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭା

ଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
Latest

ଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ

ଦୃର୍ଗାବାହିନୀ, ମାତୃଶକ୍ତିର ଗୋ ପୂଜନ ଗୋବଂଶ ସୁରକ୍ଷା ଓ ସଂରକ୍ଷଣ ଜରୁରୀ
Latest

ଦୃର୍ଗାବାହିନୀ, ମାତୃଶକ୍ତିର ଗୋ ପୂଜନ ଗୋବଂଶ ସୁରକ୍ଷା ଓ ସଂରକ୍ଷଣ ଜରୁରୀ

ବିଶ୍ୱ ହିନ୍ଦୁ ପରିଷଦର ରକ୍ଷାବନ୍ଧନ ଉତ୍ସବ
Latest

ବିଶ୍ୱ ହିନ୍ଦୁ ପରିଷଦର ରକ୍ଷାବନ୍ଧନ ଉତ୍ସବ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ୭ ଦିନିଆ ତାଲିମ ଶିବିର
Latest

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ୭ ଦିନିଆ ତାଲିମ ଶିବିର

ଅଲିଭା ବେହେରା ଚିକିଟିର ନୂତନ ଅତିରିକ୍ତ ତହସିଲଦାର
Latest

ଅଲିଭା ବେହେରା ଚିକିଟିର ନୂତନ ଅତିରିକ୍ତ ତହସିଲଦାର

କୋକସରାରେ ବିକାଶର ନୂଆ ଅଧ୍ୟାୟ: ଗ୍ରାମୀଣ ପାର୍କର ଶିଳାନ୍ୟାସ, କମ୍ୟୁନିଟି ହଲ୍ ଉଦଘାଟିତ
Latest

କୋକସରାରେ ବିକାଶର ନୂଆ ଅଧ୍ୟାୟ: ଗ୍ରାମୀଣ ପାର୍କର ଶିଳାନ୍ୟାସ, କମ୍ୟୁନିଟି ହଲ୍ ଉଦଘାଟିତ

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ
Latest

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ

ଭୁବନ ଖେଳ ଭବନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
Latest

ଭୁବନ ଖେଳ ଭବନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ବୃନ୍ଦାବନପୁର କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ନେଇ ଜିଏମ୍‌ଙ୍କୁ ଭେଟିଲେ ବିଧାୟକ
Latest

ବୃନ୍ଦାବନପୁର କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ନେଇ ଜିଏମ୍‌ଙ୍କୁ ଭେଟିଲେ ବିଧାୟକ

Video News

Editor's Picks

Our Reporters

Trending Story

ପ୍ରଶାସନିକ ଅବହେଳା ଅଭିଯୋଗ; ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଲେ ସ୍ଥାନୀୟ ଯୁବକ
1

ପ୍ରଶାସନିକ ଅବହେଳା ଅଭିଯୋଗ; ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଲେ ସ୍ଥାନୀୟ ଯୁବକ

ଦିବ୍ୟ ଜୀବନ ସଂଘ ର ଗୁରୁପୂର୍ଣ୍ଣିମା ପାଳନ
2

ଦିବ୍ୟ ଜୀବନ ସଂଘ ର ଗୁରୁପୂର୍ଣ୍ଣିମା ପାଳନ

CMO Forwards ODMM Complaint Against Kuarmunda Liquor Shop to Sundargarh Excise Superintendent
3

CMO Forwards ODMM Complaint Against Kuarmunda Liquor Shop to Sundargarh Excise Superintendent

Utkalmani Gopabandhu Das’ 98th Death Anniversary Observed in Nuapada; Following His Ideals is the Greatest Tribute, Says Collector
4

Utkalmani Gopabandhu Das’ 98th Death Anniversary Observed in Nuapada; Following His Ideals is the Greatest Tribute, Says Collector

ବୋହୂଙ୍କ ମାଡ଼ରେ ଶାଶୁ ଆହତ, ଥାନାର ଦ୍ୱାରସ୍ଥ ପରିବାର
5

ବୋହୂଙ୍କ ମାଡ଼ରେ ଶାଶୁ ଆହତ, ଥାନାର ଦ୍ୱାରସ୍ଥ ପରିବାର

Rising Gold Prices Cast Shadow on Goldsmith Community; Rural Economy Undergoing Change in Nuapada
6

Rising Gold Prices Cast Shadow on Goldsmith Community; Rural Economy Undergoing Change in Nuapada

Illegal Sand Transportation Detected
7

Illegal Sand Transportation Detected

Srishti News Invites Applications for Digital Media Journalists
8

Srishti News Invites Applications for Digital Media Journalists

ବଡ ଧରଣ ଡକାୟତି  ଯୋଜନା ପଣ୍ଡ
9

ବଡ ଧରଣ ଡକାୟତି ଯୋଜନା ପଣ୍ଡ

Ayushman Card Not Honoured at Hi-Tech Hospital, Patient's Family Alleges Harassment
10

Ayushman Card Not Honoured at Hi-Tech Hospital, Patient's Family Alleges Harassment

ଆଜି ଜୁନାଗଡ଼ ବ୍ଲକ ସମ୍ମୁଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି AISF କଳାହାଣ୍ଡି ଜିଲ୍ଲା ପରିଷଦ
11

ଆଜି ଜୁନାଗଡ଼ ବ୍ଲକ ସମ୍ମୁଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି AISF କଳାହାଣ୍ଡି ଜିଲ୍ଲା ପରିଷଦ

Odisha Govt Takes Cognizance of ODMM Complaint Over Delay in Jamunanaki–Chhend Bridge Project
12

Odisha Govt Takes Cognizance of ODMM Complaint Over Delay in Jamunanaki–Chhend Bridge Project

SAIL-RSP’s High-Handedness will not be tolerated, said the RSS Chief
13

SAIL-RSP’s High-Handedness will not be tolerated, said the RSS Chief

ବିନେକେଲାରେ ଷୋହଳ ପ୍ରହର ନାମଯଜ୍ଞ
14

ବିନେକେଲାରେ ଷୋହଳ ପ୍ରହର ନାମଯଜ୍ଞ

ଯାଜପୁରରେ ଓଡ଼ିଶା ଡିଜିଟାଲ୍ ମିଡ଼ିଆ ମହାସଂଘର ବୈଠକ, ଲୋକସମସ୍ୟା କୁ ଗୁରୁତ୍ୱ
15

ଯାଜପୁରରେ ଓଡ଼ିଶା ଡିଜିଟାଲ୍ ମିଡ଼ିଆ ମହାସଂଘର ବୈଠକ, ଲୋକସମସ୍ୟା କୁ ଗୁରୁତ୍ୱ

RMC Election in September !
16

RMC Election in September !

ସେପ୍ଟେମ୍ବର ରେ ରାଉରକେଲା ମହାନଗର ନିଗମ ନିର୍ବାଚନ !
17

ସେପ୍ଟେମ୍ବର ରେ ରାଉରକେଲା ମହାନଗର ନିଗମ ନିର୍ବାଚନ !

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି”
18

ଓଡିଶାର ସର୍ବଶ୍ରେଷ୍ଠ IIC ଭାବେ ବିଜୟ କିଶୋର ଦାଶଙ୍କୁ “ବି.ବି. ମିଶ୍ର ଟ୍ରଫି”

କେବେ ସରିବ ଯମୁନାନାକୀ-ପ୍ରଧାନପାଲ୍ଲୀ ବ୍ରିଜ ???
19

କେବେ ସରିବ ଯମୁନାନାକୀ-ପ୍ରଧାନପାଲ୍ଲୀ ବ୍ରିଜ ???

ଚାଉଳ ଚୋରକୁ ସୁରକ୍ଷା ଦେଉଛି କିଏ ?
20

ଚାଉଳ ଚୋରକୁ ସୁରକ୍ଷା ଦେଉଛି କିଏ ?

Advertisement

Srishti News Invites Applications for Digital Media Journalists

Srishti News, a webpage-based digital news platform, has invited applications from aspiring and talented individuals for the position of Digital Media Journalist. Candidates who are passionate about journalism, possess good writing and reporting skills, and are comfortable working on digital media platforms are encouraged to apply. Srishti News has clarified that there are no joining charges or registration fees for applicants. Selected candidates will initially undergo a three-month probation period, during which they will be provided with an official Identity Card valid for the probationary period. Upon successful completion of the probation period and satisfactory performance, candidates will be considered for full-fledged engagement with Srishti News. Interested applicants may send their resume and relevant details to the contact information provided below: Mobile: 9668421545 E-Mail: srishtinews@gmail.com Website: www.srishtinews.in Srishti News stated that this initiative aims to provide a platform for enthusiastic individuals who wish to build a career in digital journalism and contribute to credible and responsible news reporting.

ତାଜା ଖବର

ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭା
Aug 28, 20266 views

ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭା

ରାଉରକେଲା : ଓଡ଼ିଶାର ଦୁଇ ସ୍ୱନାମଧନ୍ୟ ସାରସ୍ଵତ ସାଧକ - ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ସ୍ବସ୍ତି ସାହିତ୍ୟ ସଂସଦ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ରାଜୀବ ପାଣି, ନବଘନ ସାହୁ ଏବଂ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ଉଭୟ ଦିବଂଗତ ସାଧକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଧୂପ ପ୍ରଜ୍ବଳନ ପରେ ଉଭୟଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବସ୍ତିର ସାଧାରଣ ସମ୍ପାଦକ ରାଜୀବ ପାଣି ମଞ୍ଚ ପରିଚାଳନା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଅବସରରେ କହିଲେ ଯେ, ଉଭୟଙ୍କ ବିୟୋଗ ସମଗ୍ର ଓଡ଼ିଶା, ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ସାରସ୍ଵତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଶଙ୍କର ପ୍ରସାଦ ତ୍ରିପାଠୀ, ନବଘନ ସାହୁ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, ମନୋରଞ୍ଜନ ଦାଶ, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ମିହିର ରାୟ, ଅନୀଲ କୁମାର ଦାଶ, ବିଜୟ କୁମାର ପାତ୍ର, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ନୃସିଂହ ଚରଣ ବିଶ୍ବାଳ, ଅଶୋକ କୁମାର ପଟ୍ଟନାୟକ, କିଶୋରୀ ମୋହନ କର, ଅଜୟ କୁମାର ମହାନ୍ତି, ଶରତ କୁମାର ଦାସ, ରବିନାରାୟଣ ସିଂହ, ଲକ୍ଷ୍ମୀ ଚରଣ ପଣ୍ଡା ପ୍ରମୁଖ ଉଭୟ ଦିବଂଗତ ସାଧକଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Rourkela (ରାଉରକେଲା)କୁଞ୍ଜ ବିହାରୀ ରାଉତ

ଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
Aug 28, 20266 views

ଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ

ଭଦ୍ରକ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଭଦ୍ରକ ସହୀଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲାରେ ପଞ୍ଚମ କିସ୍ତି ପାଇଁ ୪,୪୮,୩୯୬ ଜଣ ଆବେଦନ କରିଥିବାବେଳେ ଆନୁମାନିକ ୪,୦୨,୦୭୩ ଜଣ ଯୋଗ୍ୟ ହିତାଧିକାରୀ ଏହି କିସ୍ତି ପାଇବେ। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ଅର୍ଥରାଶି ହସ୍ତାନ୍ତର କରାଯାଉଛି। ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳୁଛି। ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ ଯୋଗଦେଇ ଯୋଜନାଟି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ସେହିପରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସିତାଂଶୁ ଶେଖର ମହାପାତ୍ର ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ହିତାଧିକାରୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧିବା ସହ ଚାରାଗଛ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ ସମାରୋହର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଡେପୁଟି ଆରକ୍ଷୀ ଅଧିକ୍ଷକ ଦୀପ୍ତିକା ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମହିଳା ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ କିଛି ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ମିଳିଥିବା ସହାୟତା କିପରି ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ ହେବାରେ ସହାୟତା କରିଛି, ସେ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିଥିଲେ।

Bhadrak (ଭଦ୍ରକ)ରିପୋର୍ଟ ଶିଶିର କୁମାର ସ୍ୱାଇଁ

ଦୃର୍ଗାବାହିନୀ, ମାତୃଶକ୍ତିର ଗୋ ପୂଜନ ଗୋବଂଶ ସୁରକ୍ଷା ଓ ସଂରକ୍ଷଣ ଜରୁରୀ
Aug 28, 202628 views

ଦୃର୍ଗାବାହିନୀ, ମାତୃଶକ୍ତିର ଗୋ ପୂଜନ ଗୋବଂଶ ସୁରକ୍ଷା ଓ ସଂରକ୍ଷଣ ଜରୁରୀ

ଖୋର୍ଦ୍ଧା,-ପୁବୁସାହି ଓ ଖୋର୍ଦ୍ଧା ସ୍ଥିତ ଶ୍ରୀରାମକୃଷ୍ଣ ଗୋଶାଳା ରେ ଗୋରୁଗାଈ ଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦ ର ଦୃର୍ଗାବାହିନୀ ଓ ମାତୃଶକ୍ତିର କାର୍ଯ୍ୟକର୍ତା ମାନେ ଗୋମାତାଙ୍କୁ ଫୁଲ ପୁଷ୍ପ ମାଲ୍ୟାର୍ପଣ ସହ ବନ୍ଦନା, ଆଳତୀ କରିଥିଲେ। ଭାରତୀୟ ଗୋବଂଶ ସୁରକ୍ଷା, ସଂରକ୍ଷଣ ଓ ସମ୍ବର୍ଦ୍ଧନ ବାତ୍ତା ଦେଇଥିଲେ। ଗୋବଂଶର ସୁରକ୍ଷା, ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବା ଆବଶ୍ୟକ। ଗୋବଂଶ ଆମ ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଗୋରକ୍ଷା ସହ ଅସହାୟ ଓ ପରିତ୍ୟକ୍ତ ଗୋବଂଶର ଯତ୍ନ, ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଗୋବଂଶ ସୁରକ୍ଷା ମାଧ୍ୟମରେ ମାନବୀୟତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।ଗୋବଂଶର ସୁରକ୍ଷା ଓ ଯତ୍ନ ପ୍ରତି ସମାଜରେ ସଚେତନତା ବୃଦ୍ଧି ଜରୁରୀ । ଗୋବଂଶ ଆମ କୃଷି ଓ ଗ୍ରାମୀଣ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପରିତ୍ୟକ୍ତ ଓ ଅସହାୟ ଗୋବଂଶର ଉଦ୍ଧାର, ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ବ୍ୟବସ୍ଥା ସହ ଗୋରକ୍ଷା ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଗୋବଂଶ ସୁରକ୍ଷାକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। ମାତୃଶକ୍ତିର ଜିଲା ସଂଯୋଜିକା ସ୍ମିତା ପଟ୍ଟନାୟକ, ଦୃର୍ଗାବାହିନୀ ସଂଯୋଜିକା ସୁନିତା ସାହୁ, ସାମାଜିକ କର୍ମୀ ସୁଚିସ୍ମିତା ବଡଜେନା, ମାଳତୀ ସାହୁ, ଗାୟତ୍ରୀ ବୋଷଙ୍କ ସମେତ ଏକାଧିକ ମହିଳା ନେତ୍ରୀ ଉପସ୍ଥିତ ଥିଲେ। ବିଏଚପି ଜିଲା କୋଷାଧ୍ୟକ୍ଷ ଅଭିମନ୍ୟୁ ଘଟୁଆଳ, ରଞ୍ଜନ ବରାଳ, ହେମନ୍ତ ଧଳ, ପ୍ରଖଣ୍ଡ ସମ୍ପାଦକ ଜିତେନ୍ଦ୍ର ବେହେରା, ବଦ୍ରି ନାରାୟଣ ସାହୁ, ଗୋଶାଳା ସମ୍ପାଦକ ବିକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା