--:--:--
-- ---
Srishti News

ଆଉ ନାହାନ୍ତି ବଲିଉଡ୍‌ର ଦିଗ୍ଗଜ ଅଭିନେତା ନାନା ପାଟେକର, ୭୫ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ

ବ୍ୟୁରୋ ରିପୋର୍ଟ, ଗୋଆOctober 8, 2026172 views
ଆଉ ନାହାନ୍ତି ବଲିଉଡ୍‌ର ଦିଗ୍ଗଜ ଅଭିନେତା ନାନା ପାଟେକର, ୭୫ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ
ଗୋଆ: ଭାରତୀୟ ସିନେମା ଜଗତରୁ ଆସିଛି ଏକ ଦୁଃଖଦ ଖବର। ଆଉ ନାହାନ୍ତି ବଲିଉଡ୍‌ର ବର୍ଷୀୟାନ ଓ ଲୋକପ୍ରିୟ ଅଭିନେତା ନାନା ପାଟେକର। ୭୫ ବର୍ଷ ବୟସରେ ଗୋଆରେ ତାଙ୍କର ନିଧନ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ଭୋର ସମୟରେ ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ନାନା ପାଟେକର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ମଣିପାଲ୍ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତରଙ୍କ ସୂଚନା ଅନୁସାରେ, ତାଙ୍କୁ ପ୍ରାୟ ୪୫ ମିନିଟ୍ ଧରି CPR ଦିଆଯାଇଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ସକାଳ ପ୍ରାୟ ୫ଟା ୨୦ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ନାନା ପାଟେକରଙ୍କ ପ୍ରକୃତ ନାମ ବିଶ୍ୱନାଥ ପାଟେକର। ମରାଠୀ ରଙ୍ଗମଞ୍ଚରୁ ଅଭିନୟ ଜୀବନ ଆରମ୍ଭ କରିଥିବା ନାନା ପାଟେକର ପରବର୍ତ୍ତୀ ସମୟରେ ହିନ୍ଦୀ ଓ ମରାଠୀ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ତିରଙ୍ଗା’, ‘ଖାମୋଶୀ’, ‘ଅବ ତକ୍ ଛପ୍ପନ୍’ ଏବଂ ‘ନଟସମ୍ରାଟ’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିଲା। ତାଙ୍କର ଅଭିନୟ ପାଇଁ ସେ ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ସହିତ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ନାନା ପାଟେକରଙ୍କ ନିଧନ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଏକ ବଡ଼ କ୍ଷତି। ତାଙ୍କର ଦମଦାର ଅଭିନୟ, ସ୍ୱତନ୍ତ୍ର ସଂଳାପ ଶୈଳୀ ଏବଂ ଅସାଧାରଣ ଅଭିନୟ ପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ଅମର ରହିବେ। ସ୍ରିଷ୍ଟି ନ୍ୟୁଜ୍ ପକ୍ଷରୁ ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।