Web News

ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକସଭା
ରାଉରକେଲା : ଓଡ଼ିଶାର ଦୁଇ ସ୍ୱନାମଧନ୍ୟ ସାରସ୍ଵତ ସାଧକ - ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ସ୍ବସ୍ତି ସାହିତ୍ୟ ସଂସଦ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ରାଜୀବ ପାଣି, ନବଘନ ସାହୁ ଏବଂ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ଉଭୟ ଦିବଂଗତ ସାଧକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଧୂପ ପ୍ରଜ୍ବଳନ ପରେ ଉଭୟଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବସ୍ତିର ସାଧାରଣ ସମ୍ପାଦକ ରାଜୀବ ପାଣି ମଞ୍ଚ ପରିଚାଳନା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଅବସରରେ କହିଲେ ଯେ, ଉଭୟଙ୍କ ବିୟୋଗ ସମଗ୍ର ଓଡ଼ିଶା, ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ସାରସ୍ଵତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଶଙ୍କର ପ୍ରସାଦ ତ୍ରିପାଠୀ, ନବଘନ ସାହୁ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, ମନୋରଞ୍ଜନ ଦାଶ, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ମିହିର ରାୟ, ଅନୀଲ କୁମାର ଦାଶ, ବିଜୟ କୁମାର ପାତ୍ର, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ନୃସିଂହ ଚରଣ ବିଶ୍ବାଳ, ଅଶୋକ କୁମାର ପଟ୍ଟନାୟକ, କିଶୋରୀ ମୋହନ କର, ଅଜୟ କୁମାର ମହାନ୍ତି, ଶରତ କୁମାର ଦାସ, ରବିନାରାୟଣ ସିଂହ, ଲକ୍ଷ୍ମୀ ଚରଣ ପଣ୍ଡା ପ୍ରମୁଖ ଉଭୟ ଦିବଂଗତ ସାଧକଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
ଭଦ୍ରକ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଭଦ୍ରକ ସହୀଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲାରେ ପଞ୍ଚମ କିସ୍ତି ପାଇଁ ୪,୪୮,୩୯୬ ଜଣ ଆବେଦନ କରିଥିବାବେଳେ ଆନୁମାନିକ ୪,୦୨,୦୭୩ ଜଣ ଯୋଗ୍ୟ ହିତାଧିକାରୀ ଏହି କିସ୍ତି ପାଇବେ। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ଅର୍ଥରାଶି ହସ୍ତାନ୍ତର କରାଯାଉଛି। ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳୁଛି। ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ ଯୋଗଦେଇ ଯୋଜନାଟି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ସେହିପରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସିତାଂଶୁ ଶେଖର ମହାପାତ୍ର ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ହିତାଧିକାରୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧିବା ସହ ଚାରାଗଛ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ ସମାରୋହର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଡେପୁଟି ଆରକ୍ଷୀ ଅଧିକ୍ଷକ ଦୀପ୍ତିକା ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମହିଳା ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ କିଛି ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ମିଳିଥିବା ସହାୟତା କିପରି ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ ହେବାରେ ସହାୟତା କରିଛି, ସେ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିଥିଲେ।
Bhadrak (ଭଦ୍ରକ) • ରିପୋର୍ଟ ଶିଶିର କୁମାର ସ୍ୱାଇଁ

ଦୃର୍ଗାବାହିନୀ, ମାତୃଶକ୍ତିର ଗୋ ପୂଜନ ଗୋବଂଶ ସୁରକ୍ଷା ଓ ସଂରକ୍ଷଣ ଜରୁରୀ
ଖୋର୍ଦ୍ଧା,-ପୁବୁସାହି ଓ ଖୋର୍ଦ୍ଧା ସ୍ଥିତ ଶ୍ରୀରାମକୃଷ୍ଣ ଗୋଶାଳା ରେ ଗୋରୁଗାଈ ଙ୍କ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦ ର ଦୃର୍ଗାବାହିନୀ ଓ ମାତୃଶକ୍ତିର କାର୍ଯ୍ୟକର୍ତା ମାନେ ଗୋମାତାଙ୍କୁ ଫୁଲ ପୁଷ୍ପ ମାଲ୍ୟାର୍ପଣ ସହ ବନ୍ଦନା, ଆଳତୀ କରିଥିଲେ। ଭାରତୀୟ ଗୋବଂଶ ସୁରକ୍ଷା, ସଂରକ୍ଷଣ ଓ ସମ୍ବର୍ଦ୍ଧନ ବାତ୍ତା ଦେଇଥିଲେ। ଗୋବଂଶର ସୁରକ୍ଷା, ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବା ଆବଶ୍ୟକ। ଗୋବଂଶ ଆମ ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଗୋରକ୍ଷା ସହ ଅସହାୟ ଓ ପରିତ୍ୟକ୍ତ ଗୋବଂଶର ଯତ୍ନ, ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଗୋବଂଶ ସୁରକ୍ଷା ମାଧ୍ୟମରେ ମାନବୀୟତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।ଗୋବଂଶର ସୁରକ୍ଷା ଓ ଯତ୍ନ ପ୍ରତି ସମାଜରେ ସଚେତନତା ବୃଦ୍ଧି ଜରୁରୀ । ଗୋବଂଶ ଆମ କୃଷି ଓ ଗ୍ରାମୀଣ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପରିତ୍ୟକ୍ତ ଓ ଅସହାୟ ଗୋବଂଶର ଉଦ୍ଧାର, ଖାଦ୍ୟ, ଆଶ୍ରୟ ଓ ଚିକିତ୍ସା ବ୍ୟବସ୍ଥା ସହ ଗୋରକ୍ଷା ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଗୋବଂଶ ସୁରକ୍ଷାକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। ମାତୃଶକ୍ତିର ଜିଲା ସଂଯୋଜିକା ସ୍ମିତା ପଟ୍ଟନାୟକ, ଦୃର୍ଗାବାହିନୀ ସଂଯୋଜିକା ସୁନିତା ସାହୁ, ସାମାଜିକ କର୍ମୀ ସୁଚିସ୍ମିତା ବଡଜେନା, ମାଳତୀ ସାହୁ, ଗାୟତ୍ରୀ ବୋଷଙ୍କ ସମେତ ଏକାଧିକ ମହିଳା ନେତ୍ରୀ ଉପସ୍ଥିତ ଥିଲେ। ବିଏଚପି ଜିଲା କୋଷାଧ୍ୟକ୍ଷ ଅଭିମନ୍ୟୁ ଘଟୁଆଳ, ରଞ୍ଜନ ବରାଳ, ହେମନ୍ତ ଧଳ, ପ୍ରଖଣ୍ଡ ସମ୍ପାଦକ ଜିତେନ୍ଦ୍ର ବେହେରା, ବଦ୍ରି ନାରାୟଣ ସାହୁ, ଗୋଶାଳା ସମ୍ପାଦକ ବିକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବିଶ୍ୱ ହିନ୍ଦୁ ପରିଷଦର ରକ୍ଷାବନ୍ଧନ ଉତ୍ସବ
ଖୋର୍ଦ୍ଧା,-: ପବିତ୍ର ରକ୍ଷାବନ୍ଧନ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ, ଖୋର୍ଦ୍ଧା ପକ୍ଷରୁ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ରକ୍ଷାବନ୍ଧନ ଉତ୍ସବ କୁ ସାମାଜିକ ସମରସତା ଦିବସ ଭାବେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ପରିଷଦର କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାମାନେ ବସ୍ତିବାସୀଙ୍କୁ ରାକ୍ଷୀ ବାନ୍ଧିବା ସହ ଭାଇଚାରା, ସାମାଜିକ ସମ୍ପ୍ରୀତି ଓ ପରସ୍ପର ସହଯୋଗର ବାର୍ତ୍ତା ଦେଇଥିଲେ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା, ଶିଶୁ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ। ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ସମ୍ପର୍କର ପର୍ବ ନୁହେଁ, ବରଂ ସମାଜରେ ଏକତା, ସ୍ନେହ ଓ ସୁରକ୍ଷାର ଭାବନାକୁ ମଜବୁତ କରିବାର ଏକ ଅବସର ବୋଲି ଆୟୋଜକ ମାନେ କହିଥିଲେ। ବିଏଚପି ଜିଲା ସାମାଜିକ ସମରାସତା ପ୍ରମୁଖ ରଞ୍ଜନ ବରାଳ ଙ୍କ ନେତୃତ୍ବ ରେ ଭାଲିଆବାଡି, ପଲ୍ଲା, ଗୁରୁଜଙ୍ଗ, ଶ୍ରୀରାମନଗର ପ୍ରଭୃତି ଅଞ୍ଚଳ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସମ୍ପାଦକ ଗୋପବନ୍ଧୁ ସାହୁ, ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ, ଅଭିମନ୍ୟୁ ଘଟୁଆଳ, ଜିତେନ୍ଦ୍ର ବେହେରା, ବଜରଙ୍ଗ ଦଳ ରୁ ସହ ସଂଯୋଜକ ଏସଏମ ଦିବ୍ୟ ପ୍ରକାଶ, ଓ ଅନ୍ଯ ମାନେ ଉପସ୍ଥିତ ଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର,ଖୋର୍ଦ୍ଧା

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ୭ ଦିନିଆ ତାଲିମ ଶିବିର
ଚିକିଟି, ୨୮/୮: ଚିକିଟି ବ୍ଲକ ନୂଆପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା ସମେତ ବିପର୍ଯ୍ୟୟ ବିପଦ ହ୍ରାସ’ ସମ୍ପର୍କିତ ୭ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ନୂଆପଡ଼ା ସରପଞ୍ଚ ବି. ସନ୍ମୁଖ ରାଓ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବନ୍ୟା, ବାତ୍ୟା ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷକ ଭାବେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଶୋକ ରାଉଳ, ଆନନ୍ଦ ଗୋପାଳ ବେହେରା ଓ ଶର୍ମିଷ୍ଠା ସେଠୀ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଶିବିରରେ ମୋଟ ୩୦ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି। ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷା, ଉଦ୍ଧାର କାର୍ଯ୍ୟକୁ ଅଧିକ ଦକ୍ଷତାର ସହ ପରିଚାଳନା କରିବା ଏବଂ ଆହତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇବା ନେଇ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ବ୍ୟବହାରିକ ଓ ତାତ୍ତ୍ୱିକ ତାଲିମ ଦିଆଯାଉଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ମୁକାବିଲା କ୍ଷମତା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଇଛି।
Ganjam (ଗଞ୍ଜାମ) • ରିପୋର୍ଟ: ଦୁର୍ଗା ମାଧବ ମହାରଣା

ଅଲିଭା ବେହେରା ଚିକିଟିର ନୂତନ ଅତିରିକ୍ତ ତହସିଲଦାର
ଚିକିଟି, ୨୮/୮: ଚିକିଟି ତହସିଲ କାର୍ଯ୍ୟାଳୟରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଅଲିଭା ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଯୋଗଦାନ ପରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଅତିରିକ୍ତ ତହସିଲଦାର ପଦବୀ ପୂରଣ ହୋଇଛି। ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ଦଣ୍ଡପାଣି ପାତ୍ରଙ୍କ ଆତ୍ମହତ୍ୟା ଘଟଣା ପରେ ତତ୍କାଳୀନ ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀ ଦୀର୍ଘ ମାସ ଧରି ଅନୁପସ୍ଥିତ ରହିଥିଲେ। ଫଳରେ ଚିକିଟି ତହସିଲରେ ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ିଥିଲା। ପଦବୀ ଖାଲି ରହିବା ଯୋଗୁଁ ଜମିଜମା, ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମେତ ଅନ୍ୟାନ୍ୟ ପ୍ରଶାସନିକ କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଅତିରିକ୍ତ ତହସିଲଦାର ନିଯୁକ୍ତି ପାଇଁ ଦାବି କରିଆସୁଥିଲେ। ଏବେ ଅଲିଭା ବେହେରା ନୂତନ ଅତିରିକ୍ତ ତହସିଲଦାର ଭାବେ ଯୋଗଦେବା ପରେ ତହସିଲ କାର୍ଯ୍ୟାଳୟର ରାଜସ୍ୱ ଓ ପ୍ରଶାସନିକ କାର୍ଯ୍ୟ ଅଧିକ ସୁଚାରୁ ଭାବେ ପରିଚାଳିତ ହେବା ସହ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

କୋକସରାରେ ବିକାଶର ନୂଆ ଅଧ୍ୟାୟ: ଗ୍ରାମୀଣ ପାର୍କର ଶିଳାନ୍ୟାସ, କମ୍ୟୁନିଟି ହଲ୍ ଉଦଘାଟିତ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ସାହାଜଖୋଲ ପାଦଦେଶରେ ଥିବା ଘଣ୍ଟିଗୁଡା ଗ୍ରାମ ନିକଟରେ ରାଜ୍ୟ ସରକାରଙ୍କ ଅନୁଦାନ ରୁ ନିର୍ମାଣ ହେବାକୁ ଥିବା ଗ୍ରାମଣ ଉଦ୍ୟାନ ଭିତ୍ତି ପ୍ରସ୍ତର ସ୍ଥାପନ ଶୁକ୍ରବାର ଧର୍ମଗଡ ବିଧାୟକ ଙ୍କ କର କମଳ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ, ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ମହିମା ସରପଞ୍ଚ ଇଶରାମ କୋଲଥିଆ,ସମିତି ସଭ୍ୟ ଘନଶ୍ୟାମ ନାଏକ,ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ପ୍ରମୁଖ ଉପସ୍ଥିତ ରହି ଗ୍ରାମୀଣ ପାର୍କ ନିର୍ମାଣ ହେଲେ ପର୍ଯ୍ୟଟନ ସ୍ଥଳୀ କୁ ଆସୁଥିବା ପର୍ଯ୍ୟଟକ ଙ୍କ ସମେତ ଗ୍ରାମଣ ଅଞ୍ଚଳ ର ଜନ ସାଧାରଣ ଙ୍କ ବିନୋଦନ ପାଇଁ ସହାୟକ ହେବ ବୋଲି କହିଥିଲେ। ସେହିପରି ମହିମା ପଞ୍ଚାୟତ ମାଲପଡା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ପେଡ୍ରାଣୀ ଙ୍କ ମନ୍ଦିର ପରିସରରେ ନବ ନିର୍ମିତ କମ୍ୟୁନିଟି ହଲ ର ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ଦିର ପରିଚାଳନା କମିଟିର ସଭାପତି ଗରୁଡ଼ଧ୍ଵଜ ମାଝୀ ଙ୍କ ସଭାପତିତ୍ୱ ରେ ବିଧାୟକ ଶ୍ରୀ ପଟ୍ଟଯୋଶୀ ଙ୍କ ସମେତ ଉପସ୍ଥିତ ଅତିଥିମାନେ ମନ୍ଦିର କୁ ଦୂର ଦୁରନ୍ତ ରୁ ଆସୁଥିବା ଶ୍ରଦ୍ଧାଳୁ ଙ୍କ ପାଇଁ ଏହି କମ୍ୟୁନିଟି ହଲ ନିର୍ମାଣ ଫଳରେ ସେମାନଙ୍କ ରହିବା ଓ ଆରାମ ପାଇଁ ସହାୟକ ହେବ ବୋଲି କହିଥିଲେ। ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ପକ୍ଷରୁ ଧର୍ମଗଡ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ସହ କୃତଜ୍ଞତା ଜଣାଇଥିଲେ।ଏହି ଅବସରରେ ବିଜେପି ଆମପାଣି ମଣ୍ଡଳ ଉପ ସଭାପତି ଭଜମନ ନାଏକ, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଏସସି ମୋର୍ଚ୍ଚା ସଭାପତି ରଘୁମଣି ଖମାରି, ଚକ୍ରଧର ବେଶ୍ରା, ନକୁଳ ନାଏକ ମହିଳା ନେତ୍ରୀ ପ୍ରାଞ୍ଜଳି ପ୍ରଧାନ,ଧରିତ୍ରୀ ବାଗ, ସବିତା ମାଝୀ ସମେତ ସ୍ଥାନୀୟ ଘଣ୍ଟିଗୁଡା ଓ ମାଲପଡା ଅଞ୍ଚଳର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ
ଭବାନୀପାଟଣା, ୨୮ ଅଗଷ୍ଟ ୨୦୨୬ : ରକ୍ଷାବନ୍ଧନ ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପ୍ରଦାନ ସମାରୋହ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ୍ଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୀପ ବଳ ସାମନ୍ତ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ ଓ ବୟନ ଏବଂ ହସ୍ତଶିଳ୍ପ ବିଭାଗର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଧର୍ମଗଡ଼ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟାଯୋଷୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ଶ୍ରୀ ସଚିନ ପୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ, ଭବାନୀପାଟଣା ଶ୍ରୀ ପ୍ରଭାତ ପରିଡ଼ା , ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତିକ ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସାଇଲେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ଶ୍ରୀ ଦିନେଶ କୁମାର କହଁର, ଉପ ନିର୍ଦେଶକ ପ୍ଲାନିଂ ଶ୍ରୀ ଶ୍ରୀକାନ୍ତ ଦଳେଇ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ କୁମାର ଭୋଈ ଓ ସମସ୍ତ ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ତଥା ସୁଭଦ୍ରା ଯୋଜନା ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ଆର୍ଥିକ ସହାୟତାକୁ ମହିଳାମାନେ ପରିବାରର ଆବଶ୍ୟକତା ପୂରଣ, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟ ଆଦିରେ ବ୍ୟବହାର କରି ପରିବାରର ଆର୍ଥିକ ଉନ୍ନତିରେ ଭାଗୀଦାର ହେଉଛନ୍ତି। କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ, କାର୍ଯ୍ୟକଳାପ ଏବଂ ଏହାର ସଫଳ କାହାଣୀ ସମ୍ପର୍କରେ ଉପସ୍ଥିତ ଲାଭାନ୍ୱିତା ଓ ଅତିଥିମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ କଳାହାଣ୍ଡି ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମର ଲାଇଭ୍ ପ୍ରସାରଣ ଭବାନୀପାଟଣା ଟାଉନ୍ ହଲ୍ଠାରେ ଉପସ୍ଥିତ ସମସ୍ତେ ଦେଖିଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସୁଭଦ୍ରା ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ୪,୦୮,୫୭୧ ଜଣ ଲାଭାନ୍ୱିତାଙ୍କୁ ପ୍ରତିଜଣ ₹୫,୦୦୦ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ଏହି ବାବଦରେ ଦୁଇ ସହ ଛାଡ଼ି କୋଟି ଅଠେଇଶି ଳକ୍ଷ୍ୟ ପଞ୍ଚାବନ ହଜାର ଟଙ୍କା କଳାହାଣ୍ଡି ଜିଲ୍ଲାର ହିତାଧିକାରୀ ମାନଙ୍କୁ ଡିବିଟି ମାଧ୍ୟମରେ ଏହି କିଷ୍ତି ପ୍ରଦାନ କରଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଡକ୍ଟର ଉମେଶ ଶତପଥୀ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରି ସଭାର ସମାପନ କରିଥିଲେ।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

ଭୁବନ ଖେଳ ଭବନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଭୁବନ ୨୮.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ( ଖେଳ ଭବନ) ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଭୁବନ ଗୋଷ୍ଠୀ ଶିକ୍ଷାଧିକାରୀ ଆକାଂକ୍ଷିତ। ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହକି ବୀର ଧ୍ୟାନ ଚାନ୍ଦ ଙ୍କ ଜନ୍ମ ଜୟନ୍ତି କୁ ଦେଶ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରି ଆସୁଛି । ଏହି ଅବସରରେ ଅଗଷ୍ଟ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ କ୍ରୀଡା ଦିବସ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।କ୍ରୀଡ଼ା ର ଉନ୍ନତି ଏବଂ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହାକୁ ପାଳନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ପ୍ରଶିକ୍ଷକ ବିଶ୍ୱଜିତ ସାହୁ ଓ ହଳଧର ବେହେରା ଙ୍କ ସମେତ ବହୁ କ୍ରୀଡ଼ା ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ଭୁବନ ପ୍ରତିନିଧି

ବୃନ୍ଦାବନପୁର କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ନେଇ ଜିଏମ୍ଙ୍କୁ ଭେଟିଲେ ବିଧାୟକ
ତାଳଚେର: ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ତାଳଚେର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ବିଭିନ୍ନ ସମସ୍ୟା ନେଇ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ (ଜିଏମ୍)ଙ୍କ ସହ ଆଲୋଚନା କରିଛନ୍ତି। ବିଶେଷକରି କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାର ସମାଧାନ, ଗ୍ରାମବାସୀଙ୍କୁ ପ୍ଲଟ୍ ପ୍ରଦାନ ଏବଂ ଗ୍ରାମର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବିଧାୟକ ଶ୍ରୀ ପ୍ରଧାନ ଜିଏମ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆଲୋଚନା କରିଥିଲେ। ବିଧାୟକଙ୍କ ଦ୍ୱାରା ଉପସ୍ଥାପିତ ସମସ୍ତ ବିଷୟକୁ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ଯଥାଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ଫଳରେ ବୃନ୍ଦାବନପୁର ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Subhadra Scheme Brings Festive Cheer to 1.67 Lakh Women in Nuapada
₹83.54 Crore Disbursed as Fifth Instalment on the Occasion of Raksha Bandhan Nuapada, August 28: The auspicious occasion of Raksha Bandhan brought added joy to thousands of women beneficiaries in Nuapada district as the fifth instalment of the Odisha Government’s Subhadra Scheme was directly transferred to their bank accounts. A district-level programme was organised at the Multipurpose Hall near the Railway Gate in Nuapada town to mark the occasion. As many as 1,67,094 beneficiaries in the district received ₹5,000 each, amounting to a total direct transfer of ₹83 crore 54 lakh 70 thousand. The fifth instalment of the Subhadra Scheme was formally launched from a state-level programme held in Nayagarh district by Chief Minister Mohan Charan Majhi. Deputy Chief Minister Pravati Parida, Assembly Speaker Surama Padhy and Lok Sabha MP Sambit Patra, among other dignitaries, attended the state-level event. At the Nuapada district-level programme, MLA Jay Dholakia attended as the chief guest. District Collector Madhusudan Dash, along with senior officials and elected representatives, extended greetings to the women beneficiaries on the occasion. Addressing the gathering, MLA Jay Dholakia conveyed his greetings on Raksha Bandhan and highlighted the importance of the Subhadra Scheme in promoting women’s economic empowerment, self-reliance and dignified livelihoods. District Collector Madhusudan Dash emphasised the importance of women’s empowerment and urged beneficiaries to make productive use of the financial assistance received under the scheme. He encouraged women to invest the money in income-generating and productive activities to move towards greater financial independence. Among those present were Additional District Collector Subash Chandra Rait, Additional Chief Executive Officer, Zilla Parishad Kshamanidhi Bhoi, District Social Welfare Officer Premlata Sethi, Nuapada Block Chairperson Tareshwari Sahu, Komna Block Chairperson Anusaya Kumbhar, Zilla Parishad Vice-Chairperson Deepika Deep and Zilla Parishad member Bhanu Pratap Singh Majhi, besides officials from various departments, public representatives, media personnel and a large number of women beneficiaries. The release of the fifth instalment on the auspicious occasion of Raksha Bandhan generated considerable enthusiasm among the beneficiaries. The dignitaries said that the Subhadra Scheme is an important initiative towards providing financial support to women, strengthening their economic independence and contributing to the overall economic development of the state. District Resource Coordinator Anil Kumar Lenka coordinated the programme.
Nuapada (ନୂଆପଡ଼ା) • Reports: Bijay Bariha & Malaya Meher

Major Encroachment Drive Completed in Khariar Road: 124 Structures Removed in Five Days to Facilitate Four-Laning of NH-353
Nuapada, August 28: A major encroachment removal drive undertaken to facilitate the widening of NH-353 from two lanes to four lanes through Khariar Road town was successfully completed on Friday. The five-day operation, which began on Monday, resulted in the removal of 124 shops and other unauthorised structures along a stretch of approximately 3.5 kilometres. The drive was carried out under the direct supervision of Nuapada District Collector Madhusudan Dash, with a specially constituted administrative team led by Sub-Collector Surmi Soren. The removal of structures obstructing the proposed four-laning project has now cleared the required space for the road-widening work. The administration maintained close coordination and ensured law and order throughout the operation. The drive was completed peacefully with the cooperation of local traders and residents. District Collector Madhusudan Dash expressed his gratitude to Nuapada MLA Jay Dholakia, Superintendent of Police Amritpal Singh and his team, the Khariar Road business community, representatives of the print and electronic media, and the local people for their cooperation and positive approach. He stated that the collective support and cooperation of all stakeholders helped the administration complete the major operation within the scheduled timeframe. The eviction team included Nuapada Tahasildar Lalatendu Dandasena, Additional Tahasildar Dilip Kumar Patra, Kaustubh Sa, Jagajiban Majhi and Diptimayee Panigrahi, Revenue Supervisor Akshaya Kumar Naik, along with other officials and staff of the Revenue Department. The proposed four-laning of NH-353 is expected to significantly improve traffic movement and road safety in Khariar Road town. Besides easing congestion, the upgraded highway is also expected to give a fresh boost to infrastructure development, commercial activities and overall economic growth in the region.
Nuapada (ନୂଆପଡ଼ା) • Reports: Bijay Bariha & Malaya Meher
