--:--:--
-- ---
Srishti News

Web News

ମାତ୍ର ୨ ମିନିଟ୍ ବିଳମ୍ବ ପାଇଁ NEET ପୁନଃପରୀକ୍ଷାରୁ ବଞ୍ଚିତ, କାନ୍ଦି କାନ୍ଦି ଅସୁସ୍ଥ ହେଲେ ଛାତ୍ରୀ ଓ ପିତା
Jun 23, 202619 views

ମାତ୍ର ୨ ମିନିଟ୍ ବିଳମ୍ବ ପାଇଁ NEET ପୁନଃପରୀକ୍ଷାରୁ ବଞ୍ଚିତ, କାନ୍ଦି କାନ୍ଦି ଅସୁସ୍ଥ ହେଲେ ଛାତ୍ରୀ ଓ ପିତା

ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର/ବିଦିଶା ମଧ୍ୟପ୍ରଦେଶର ବିଦିଶାରେ ଆୟୋଜିତ NEET ପୁନଃପରୀକ୍ଷା ସମୟରେ ମାତ୍ର ଦୁଇ ମିନିଟ୍ ବିଳମ୍ବ ଯୋଗୁଁ ତିନିଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଯୋଗଦେବାରୁ ବଞ୍ଚିତ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଛାତ୍ରୀ ଓ ତାଙ୍କ ପିତା ପରୀକ୍ଷା କେନ୍ଦ୍ରର ବନ୍ଦ ଗେଟ୍ ସମ୍ମୁଖରେ ନିବେଦନ କରୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ରର ନିର୍ଦ୍ଧାରିତ ପ୍ରବେଶ ସମୟ ଅତିକ୍ରମ ହେବା ପରେ ଗେଟ୍ ବନ୍ଦ କରାଯାଇ ଥିଲା। ଫଳରେ ବିଳମ୍ବରେ ପହଞ୍ଚିଥିବା ପରୀକ୍ଷାର୍ଥୀମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିନଥିଲା। ଘଟଣାସ୍ଥଳରେ ଛାତ୍ରୀ ଓ ତାଙ୍କ ପିତା ଭାବପ୍ରବଣ ହୋଇ ପଡ଼ିଥିବା ବେଳେ, ଉଭୟ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ପରେ ପରୀକ୍ଷା ପରିଚାଳନା ବ୍ୟବସ୍ଥା, ନିୟମର କଠୋର ପ୍ରୟୋଗ ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ବଫର୍ ଟାଇମ୍ ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକେ ପରୀକ୍ଷାର୍ଥୀଙ୍କ ମାନସିକ ଚାପ ଏବଂ ଏଭଳି ପରିସ୍ଥିତିରେ ଅଧିକ ମାନବିକ ଆଭିମୁଖ୍ୟ ଅବଲମ୍ବନ କରିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ବିରୋଧୀ ଦଳ ସମେତ ବିଭିନ୍ନ ମହଳରୁ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ, ପରୀକ୍ଷା ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ସୁବିଧା ଓ ମାନସିକ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ନେଇ ମତ ପ୍ରକାଶ ପାଇଛି। (ଟିପ୍ପଣୀ: ଘଟଣା ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିବା ବେଳେ, ସମସ୍ତ ତଥ୍ୟର ସ୍ୱାଧୀନ ସତ୍ୟାପନ ଅପେକ୍ଷାରତ ରହିଛି।)

ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର/ବିଦିଶା

ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ
Jun 23, 202638 views

ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ

ଅନୁଗୋଳରେ ଜିଲ୍ଲାସ୍ତରୀୟ NCORD ବୈଠକ : ନିଶାମୁକ୍ତ ଜିଲ୍ଲା ଗଠନ ଉପରେ ଗୁରୁତ୍ୱାରୋପ ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କଲେକ୍ଟର କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ NCORD (Narco Coordination Centre) ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଅବକାରୀ ଅଧୀକ୍ଷକ, ଡ୍ରଗ୍ସ ଇନ୍ସପେକ୍ଟର, ବନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ କରିବା, ଅବୈଧ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଚାଷର ନିରାକରଣ, ଜନସଚେତନତା କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତ ବିଭାଗର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଅନୁଗୋଳ ଜିଲ୍ଲା ପୋଲିସ ‘ଡ୍ରଗ୍ସ ମୁକ୍ତ ଅନୁଗୋଳ’ ଏବଂ ‘ଡ୍ରଗ୍ସ ମୁକ୍ତ ଓଡ଼ିଶା’ ଲକ୍ଷ୍ୟ ସାକାର ପାଇଁ ଦୃଢ଼ ପ୍ରତିବଦ୍ଧ ରହିଥିବା ବେଳେ, ନିଶା କାରବାର ବିରୋଧରେ ଆଗାମୀ ଦିନରେ ଅଧିକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମାଟି କଳାକୁ ବଞ୍ଚାଇବାକୁ ଉଠିଲା ସ୍ୱର: ପିଓପି ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ କଟକଣା ଦାବି
Jun 23, 202617 views

ମାଟି କଳାକୁ ବଞ୍ଚାଇବାକୁ ଉଠିଲା ସ୍ୱର: ପିଓପି ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ କଟକଣା ଦାବି

ନୂଆପଡ଼ା, ତା. ୨୩/୦୬ ରିପୋର୍ଟର: ଭଜନ ଲାଲ ଜଗତ ଜିଲ୍ଲାରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (POP) ଗଣେଶ ଓ ବିଶ୍ୱକର୍ମା ମୂର୍ତ୍ତିର ବଢ଼ୁଥିବା ବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରିଛି ପଶ୍ଚିମ ଓଡ଼ିଶା ମୂର୍ତ୍ତି କାରିଗର ସଂଘ । ସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଜିଲ୍ଲାରେ POP ମୂର୍ତ୍ତିର ତିଆରି, ଆମଦାନୀ ଓ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲାଗୁ କରିବାକୁ ଦାବି କରାଯାଇଛି । ସଂଘର ଅଭିଯୋଗ ଅନୁଯାୟୀ, ବାହାର ରାଜ୍ୟରୁ ବ୍ୟବସାୟିକ ଭାବେ ଆସୁଥିବା POP ମୂର୍ତ୍ତି ଯୋଗୁଁ ସ୍ଥାନୀୟ ପାରମ୍ପରିକ ମାଟି ମୂର୍ତ୍ତି କାରିଗରମାନେ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ୁଛନ୍ତି । ବର୍ଷ ବର୍ଷ ଧରି ହସ୍ତକଳା ଓ ସୃଜନଶୀଳତାର ନିଦର୍ଶନ ସୃଷ୍ଟି କରୁଥିବା କାରିଗରମାନଙ୍କ ତିଆରି ମାଟି ମୂର୍ତ୍ତି ଏବେ ବଜାରରେ POP ମୂର୍ତ୍ତି ସହ ପ୍ରତିଯୋଗିତା କରିବାକୁ ବାଧ୍ୟ ହେଉଛି । ଫଳରେ ସେମାନେ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ଏବଂ ଅନେକ କାରିଗର ଜୀବିକା ହରାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା ସଂଘ ଉଲ୍ଲେଖ କରିଛି । ଦାବିପତ୍ରରେ କୁହାଯାଇଛି ଯେ, POP ମୂର୍ତ୍ତିରେ ବ୍ୟବହୃତ ରାସାୟନିକ ପଦାର୍ଥ ଜଳ ଓ ମାଟି ପାଇଁ କ୍ଷତିକାରକ । ବିସର୍ଜନ ପରେ ଏହା ଜଳାଶୟ ଓ ପରିବେଶକୁ ପ୍ରଦୂଷିତ କରିଥାଏ । ଅନ୍ୟପଟେ ମାଟି, ଗୋବର ଓ ଅନ୍ୟ ପ୍ରାକୃତିକ ସାମଗ୍ରୀରେ ନିର୍ମିତ ମୂର୍ତ୍ତି ପରିବେଶ ଅନୁକୂଳ ହେବା ସହ ପାରମ୍ପରିକ ସଂସ୍କୃତିର ବାହକ ବୋଲି ସଂଘ ମତ ପ୍ରକାଶ କରିଛି । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ପାଞ୍ଚ ଦଫା ଦାବି ଉପସ୍ଥାପନ କରାଯାଇଛି । ସେଥିରେ POP ମୂର୍ତ୍ତି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ, ପରିବେଶ ଅନୁକୂଳ ମାଟି ଓ ଗୋବର ମୂର୍ତ୍ତିକୁ ସରକାରୀ ପ୍ରୋତ୍ସାହନ, ସ୍ଥାନୀୟ କାରିଗରଙ୍କ ପାଇଁ ବଜାର ଓ ଆର୍ଥିକ ସହାୟତା, ପ୍ରାକୃତିକ ରଙ୍ଗ ବ୍ୟବହାରକୁ ବାଧ୍ୟତାମୂଳକ କରିବା ଏବଂ POP ମୂର୍ତ୍ତିର କୁପ୍ରଭାବ ସମ୍ପର୍କରେ ସଚେତନତା ଅଭିଯାନ ଆଦି ସାମିଲ ରହିଛି । ସଂଘର କହିବା ଅନୁସାରେ, ମହାରାଷ୍ଟ୍ର, ଛତିଶଗଡ଼ ସହ ଓଡ଼ିଶାର କେତେକ ଜିଲ୍ଲାରେ POP ମୂର୍ତ୍ତି ଉପରେ କଟକଣା ଲାଗୁ ହୋଇଥିବାରୁ ବ୍ୟବସାୟୀମାନେ ପଶ୍ଚିମ ଓଡ଼ିଶାର ବଜାରକୁ ଲକ୍ଷ୍ୟ କରୁଛନ୍ତି । ଏହାକୁ ରୋକିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି । ପରିବେଶ ସୁରକ୍ଷା ସହ ସ୍ଥାନୀୟ କାରିଗରଙ୍କ ଜୀବିକା ସଂରକ୍ଷଣ ପାଇଁ ପ୍ରଶାସନ ଏହି ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରିବ ବୋଲି ପଶ୍ଚିମ ଓଡ଼ିଶା ମୂର୍ତ୍ତି କାରିଗର ସଂଘ ଆଶା ପ୍ରକାଶ କରିଛି ।

Nuapada (ନୂଆପଡ଼ା)ରିପୋର୍ଟର: ଭଜନ ଲାଲ ଜଗତ

ଆଦିବାସୀ ଜାତି କୁ ଘୃଣା ହିନସ୍ଥା ମନ୍ତବ୍ୟ ପ୍ରତିବାଦ ରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ.
Jun 23, 202646 views

ଆଦିବାସୀ ଜାତି କୁ ଘୃଣା ହିନସ୍ଥା ମନ୍ତବ୍ୟ ପ୍ରତିବାଦ ରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ.

ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼ ବଲାଙ୍ଗିର, : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ତରଫରୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସିନ୍ଧେକେଲା ଥାନାରେ ଲିଖିତ ଏଫ.ଆଇ.ଆର ଦାଖଲ କରାଯାଇଛି। ସଂଘର ଉପ ସଭାପତି ଶ୍ରୀ ଥବିର ପୁଝାରୀ ଦାଖଲ କରିଥିବା ଏହି ଅଭିଯୋଗରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମାଜ କୁ ଘୃଣ୍ୟ,ଅପମାନଜନକ ଓ ଲଜ୍ଜିତ ଜାତିଗତ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୪ ଜୁନ ୨୦୨୬ ତାରିଖରେ ଏକ ଟେଲିଭିଜନ ସାକ୍ଷାତ୍କାର ସମୟରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମ୍ପ୍ରଦାୟକୁ ନେଇ ଅତି ଲଜ୍ଜିତ ଅପମାନସୂଚକ ଶବ୍ଦ "ଆଦିବାସୀ ଦୂଷିତ"ପ୍ରୟୋଗ କରିଥିଲେ। ଏହି ମନ୍ତବ୍ୟ ଆଦିବାସୀ ସମାଜର ସମ୍ମାନ, ମର୍ଯ୍ୟାଦା ଓ ସାମାଜିକ ଗରିମା ପ୍ରତି ଗୁରୁତର ଆଘାତ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି ବକ୍ତବ୍ୟ ଦ୍ୱାରା ସମଗ୍ର ଆଦିବାସୀ ସମ୍ପ୍ରଦାୟର ଭାବନା ଆହତ ହୋଇଥିବା ସହ ସମାଜ ର ଲୋକଙ୍କୁ ଜାଣିଶୁଣି ଅପମାନିତ କରାଯାଇଛି ବୋଲି ସଂଘ ଉଲ୍ଲେଖ କରିଛି l ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗରେ ଉଲ୍ଲେଖ କରିଛି ଯେ, ଜନପ୍ରତିନିଧି ଭାବେ ଜଣେ ବିଧାୟକଙ୍କ ଠାରୁ ସମ୍ବିଧାନିକ ମୂଲ୍ୟବୋଧ ଓ ସାମାଜିକ ସମ୍ମାନ ପ୍ରତି ଅଧିକ ଦାୟିତ୍ୱଶୀଳ ଆଚରଣ ଆଶା କରାଯାଏ। କିନ୍ତୁ ଆଦିବାସୀ ସମାଜ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରି ସେ ସାମାଜିକ ଓ ସମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି। ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନୃଶଂସତା ନିବାରଣ) ଆଇନ, ୧୯୮୯ (ସଂଶୋଧିତ ୨୦୧୫ ଓ ୨୦୧୮) ଏବଂ ଭାରତୀୟ ନ୍ୟାୟ ସଂହିତା( ବି.ଏନ. ଏସ ) ୨୦୨୩ର ପ୍ରଯୁଜ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂଘ ର ଉପ ସଭାପତି ଶ୍ରୀ ଥବିର ପୁଝାରୀ ଏଫ. ଆଇ.ଆର.ଦେଇଛନ୍ତି l ଥାନାରେ ଅଭିଯୋଗ ଦାଖଲ ସମୟରେ ଶ୍ରୀ ପୁଝାରୀ ସହିତ ସଂଘ ର ଫକୀର ମାଝି, ଅଭି ମାଝି, ଶ୍ରୀମତୀ ରୀନା ମାଝି, ଗୋକୁଳ ସିଂ ମାଝି,ଲୟକର ଛତ୍ରିଆ, ବୈଷ୍ଣବ ମଲ୍ଲିକ, ମହେନ୍ଦ୍ର ଛତ୍ରିଆ, କ୍ଷେତ୍ରୀ ଥାନାପତି ସହିତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

ଦ୍ୱିତୀୟ ଦିବସରେ ଜନ କଲ୍ୟାଣ ଶିବିର
Jun 23, 202663 views

ଦ୍ୱିତୀୟ ଦିବସରେ ଜନ କଲ୍ୟାଣ ଶିବିର

ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼ ଟିଟିଲାଗଡ଼ :-୨୩/୬/୨୬ ଟିଟିଲାଗଡ଼ବ୍ଲକ ବିନେକେଲା ଗ୍ରାମପଞ୍ଚାୟତ ଠାରେ ଦ୍ୱିତୀୟ ଦିବସର ଜନକଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ ଏବଂ ସମ୍ମାନିତ ଅତିଥି ବିଧାୟକ ପଞ୍ଚାୟତ ପ୍ରତିନିଧି ଗୌରଚନ୍ଦ୍ର ହେର୍ଣ୍ଣା ଉପସ୍ଥିତ ରହି ଦ୍ୱିତୀୟ ଦିବସ ଜନକଲ୍ୟାଣ ଶିବିରର ଶୁଭାରମ୍ଭ କରିଥିଲେ l ଏଥିରେ ନୂତନଭାବେ ଚୟନ ହୋଇଥିବା ମଧୁବାବୁ ପେନସନ ହିତାଧିକାରୀ ଙ୍କୁ ଭତ୍ତା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏବଂ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତଥିବା ହିତାଧିକାରୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ନାଏକ ପରିଚାଳନା କରିଥିବାବେଳେ ଗ୍ରାମପଞ୍ଚାୟତ ଅଧିନସ୍ତ ସମସ୍ତ ଜନସାଧାରଣ ଓ ୱାର୍ଡମେମ୍ବର, ସିଆରପି, ଏମବିକେ, ଆଶା, ଏ ଏନ ଏମ ସମୂହ ଉପସ୍ଥିତ ଥିଲେ l ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ ପଲିଟିକାଲ ଖଟି

Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

୩ ନାମଲେଖା ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳର ହେଲ୍ପ ଡେସ୍କ ଉଦ୍‌ଘାଟିତ
Jun 23, 202646 views

୩ ନାମଲେଖା ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳର ହେଲ୍ପ ଡେସ୍କ ଉଦ୍‌ଘାଟିତ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଶିକ୍ଷାବର୍ଷର +୩ ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ସହଯୋଗ ଓ ମାର୍ଗଦର୍ଶନ ଯୋଗାଇବା ଉଦ୍ଦେଶ୍ୟରେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ସ୍ଥାପନ କରାଯାଇଛି। ଏହି ହେଲ୍ପ ଡେସ୍କ ଚଳିତ ମାସର ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରତ ରହି ନାମଲେଖା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକ ସୂଚନା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଉଦ୍‌ଘାଟନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସଠିକ୍ ସୂଚନା ଓ ସହାୟତା ଯୋଗାଇବା ଦିଗରେ ଏପରି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ରାଜ୍ୟ ବିଜୁ ଜନତା ଦଳ ପରିଷଦ ସଦସ୍ୟ ଶ୍ରୀ ମହେନ୍ଦ୍ର ବସ୍ତିଆ, କାଉନସିଲର ଶ୍ରୀ ସଦାନନ୍ଦ ପଣ୍ଡା, କାଉନସିଲର ଶ୍ରୀ ରଞ୍ଜିତ ମାଣ୍ଡୋଠିଆ, ଅନୁଗୋଳ ବାର ଆସୋସିଏସନ ସଭାପତି ଶ୍ରୀ ଦିଲ୍ଲୀପ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳର ସିନିୟର ଉପସଭାପତି ସୁଜିତ ଦ୍ୱିବେଦୀ, ଉପସଭାପତି ଶିବାନୀ ଶଙ୍କର ଗୌଡ଼, ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ଜିତ ଓ ଜିଲ୍ଲା ଆଇଟି ସେଲ ସଂଯୋଜକ ଅବିନାଶ ପରିଡ଼ାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଯାତ୍ରାକୁ ସହଜ ଓ ସୁଗମ କରିବା ଲକ୍ଷ୍ୟରେ ଏହି ହେଲ୍ପ ଡେସ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଧାମନଗର ପଞ୍ଚାୟତ ସମିତି ପରିସରରେ “ଦୁଇବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ–୨୦୨୬” ଅନୁଷ୍ଠିତ
Jun 23, 202638 views

ଧାମନଗର ପଞ୍ଚାୟତ ସମିତି ପରିସରରେ “ଦୁଇବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ–୨୦୨୬” ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ “ଦୁଇବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ–୨୦୨୬”ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ପରିସରରେ “ବିକାଶ ଧାରା, ଓଡ଼ିଶା ସାରା” ଶୀର୍ଷକରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ତାଙ୍କ ପ୍ରତିନିଧି ଶ୍ରୀ କୈଳାଶ ମହାପାତ୍ର, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ବନବିହାରୀ ଦିଣ୍ଡାଙ୍କ ସହ ବହୁ ସଂଖ୍ୟକ ଜନସାଧାରଣ, ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗତ ଦୁଇବର୍ଷର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଓ ସଫଳତା ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ସରକାରୀ ଯୋଜନାର ଲାଭାର୍ଥୀମାନଙ୍କୁ ସମ୍ମାନିତ କରାଯିବା ସହ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ବକ୍ତାମାନେ ଓଡ଼ିଶାର ସାମଗ୍ରିକ ବିକାଶ, ଗ୍ରାମାଞ୍ଚଳର ଉନ୍ନତି ଓ ଲୋକକଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ମତ ରଖିଥିଲେ। ଶେଷରେ ଉପସ୍ଥିତ ଅତିଥିମାନେ ଜନସାଧାରଣଙ୍କ ସହଯୋଗ ଓ ସକ୍ରିୟ ଭାଗିଦାରି ମାଧ୍ୟମରେ “ବିକଶିତ ଓଡ଼ିଶା” ଗଠନ ପାଇଁ ଆହ୍ୱାନ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଜମିହରା ପ୍ରଜାଙ୍କ ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ
Jun 23, 202646 views

ଜମିହରା ପ୍ରଜାଙ୍କ ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା ଅନୁଗୋଳ: ତାଳଚେର ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମିହରା ପ୍ରଜାଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜମିହରା ପ୍ରଜାଙ୍କ ପ୍ରତିନିଧି ଏବଂ ଏମ୍‌ସିଏଲ୍‌ (MCL) କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜମି ଅଧିଗ୍ରହଣ ଫଳରେ ପ୍ରଭାବିତ ପରିବାରମାନଙ୍କୁ ନ୍ୟାୟସଙ୍ଗତ ପ୍ରାପ୍ୟ ଓ ପୁନର୍ବାସ ସୁବିଧା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଏମ୍‌ସିଏଲ୍‌ ପକ୍ଷରୁ ଜମିହରା ଓ ଗରିବ ପ୍ରଜାମାନଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ ଅର୍ଥ ପ୍ରଦାନ କରାଯିବା ସହ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ। ଏହାଦ୍ୱାରା ପ୍ରଭାବିତ ପରିବାରମାନଙ୍କ ଦୁଃଖ-କଷ୍ଟ ଦୂର ହେବା ସହ ସେମାନଙ୍କ ଜୀବନଜୀବିକାରେ ସୁଧାର ଆସିବ ବୋଲି ଆଶା ପ୍ରକାଶ ପାଇଛି। ଜମିହରା ପ୍ରଜାଙ୍କ ସ୍ୱାର୍ଥ ସୁରକ୍ଷା ଓ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଏବଂ ଏମ୍‌ସିଏଲ୍‌ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ପରିମଳ ବ୍ୟବସ୍ଥା ଶୂନ୍ୟ: ଆବର୍ଜନାରେ ପୂର୍ଣ୍ଣ ନଦୀଘାଟ, ଲୋକେ ହନ୍ତସନ୍ତ
Jun 23, 202639 views

ପରିମଳ ବ୍ୟବସ୍ଥା ଶୂନ୍ୟ: ଆବର୍ଜନାରେ ପୂର୍ଣ୍ଣ ନଦୀଘାଟ, ଲୋକେ ହନ୍ତସନ୍ତ

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ଭୁବନେଶ୍ୱରର କୂଆଖାଇ ନଦୀଘାଟରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଘାଟ ପରିସର ଜରି, ପ୍ଲାଷ୍ଟିକ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ଭରି ଯାଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଏବଂ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବିଶେଷ କରି ନଦୀରେ ଗାଧୋଇବାକୁ ଆସୁଥିବା ଲୋକମାନେ ଉପଯୁକ୍ତ ସ୍ଥାନ ନ ପାଇ ହଇରାଣ ହେଉଛନ୍ତି। ଘାଟର ଅସ୍ୱଚ୍ଛ ପରିବେଶ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବଢ଼ିଛି। ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି। ତୁରନ୍ତ ଘାଟ ସଫେଇ ସହ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି l

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ଅନୁଗୋଳ ଡିଏଫଓଙ୍କ କ୍ଷେତ୍ର ପରିଦର୍ଶନ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା
Jun 23, 202651 views

ଅନୁଗୋଳ ଡିଏଫଓଙ୍କ କ୍ଷେତ୍ର ପରିଦର୍ଶନ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ଅନୁଗୋଳ: ଅନୁଗୋଳ ବନ ବିଭାଗର ଡିଏଫଓ ତାଳଚେର ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାଲିଥିବା ବିକାଶମୂଳକ ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ସମଲ ବିଟ୍ ଅନ୍ତର୍ଗତ ସମଲ ବ୍ୟାରେଜ୍ ନିକଟରେ ପ୍ରସ୍ତାବିତ ୱାଚ୍ ଟାୱାର-କମ୍-ପକ୍ଷୀ ଅବଜରଭେଟୋରୀ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ସମ୍ଭାବନା ଓ ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ସେ ତାଳଚେର ବିଟ୍‌ର ରାଣୀପାର୍କଠାରେ ନଗର ଭାଟିକା ପ୍ରକଳ୍ପ ଅଧୀନରେ ଚାଲିଥିବା କାର୍ଯ୍ୟ, ଗୋଡ଼ିବନ୍ଧ ବିଟ୍‌ର ରାଧାରମଣପୁରସ୍ଥିତ କେନ୍ଦ୍ରୀୟ ନର୍ସରୀ, ଏବଂ କୁଲେଇ ବିଟ୍‌ର କଟାରପଡ଼ାରେ ଏଆର ପ୍ଲାଣ୍ଟେସନ୍ ପାଇଁ ଚାଲିଥିବା ଗର୍ତ୍ତ ଖନନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ସମ୍ପୃକ୍ତ ଅଧିକାରୀମାନଙ୍କୁ କାର୍ଯ୍ୟର ଗୁଣବତ୍ତା ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ମାଧ୍ୟମରେ ପରିବେଶ ସୁରକ୍ଷା, ବନ୍ୟପ୍ରାଣୀଙ୍କ ବାସସ୍ଥାନର ବିକାଶ, ବୃକ୍ଷରୋପଣ କାର୍ଯ୍ୟକ୍ରମର ସୁଦୃଢ଼ୀକରଣ ଏବଂ ସ୍ଥାୟୀ ବନ ପରିଚାଳନା ପ୍ରତି ବନ ବିଭାଗର ପ୍ରତିବଦ୍ଧତା ପୁନର୍ବାର ପ୍ରତିଫଳିତ ହୋଇଥିଲା। ଏହି ପଦକ୍ଷେପଗୁଡ଼ିକ ଭବିଷ୍ୟତରେ ଜୈବ ବିବିଧତାର ସୁରକ୍ଷା, ପରିବେଶ ସନ୍ତୁଳନ ରକ୍ଷା ଏବଂ ପ୍ରାକୃତିକ ସମ୍ପଦର ଦୀର୍ଘକାଳୀନ ସଂରକ୍ଷଣରେ ସହାୟକ ହେବ ବୋଲି ଆଶା କରାଯାଉଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେରରେ ଜନ ଅଭିଯୋଗ ଶୁଣାଣି, ୬୬ ଅଭିଯୋଗରୁ ୫ଟିର ତୁରନ୍ତ ସମାଧାନ
Jun 23, 202647 views

ତାଳଚେରରେ ଜନ ଅଭିଯୋଗ ଶୁଣାଣି, ୬୬ ଅଭିଯୋଗରୁ ୫ଟିର ତୁରନ୍ତ ସମାଧାନ

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ତାଳଚେର: ଜିଲ୍ଲାପାଳ ଅନୁଗୋଳଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ତାଳଚେର ବ୍ଲକ ମୁଖ୍ୟାଳୟଠାରେ ଜନ ଅଭିଯୋଗର ମିଳିତ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣିରେ ସାଧାରଣ ଜନତାଙ୍କ ପକ୍ଷରୁ ମୋଟ ୬୬ଟି ଅଭିଯୋଗ ଦାଖଲ ହୋଇଥିଲା। ଅଭିଯୋଗଗୁଡ଼ିକର ଶୁଣାଣି କରାଯାଇ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ଜଣାପଡ଼ିଛି। ଏହା ସହିତ ଜଣେ ଅଭାବୀ ଓ ଦୁଃସ୍ଥ ବ୍ୟକ୍ତିଙ୍କୁ ମାନବିକତାର ପରିଚୟ ଦେଇ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜୁନାଗଡ ବିଜ୍ଞାପିତ ଅଞ୍ଚଳ ନୂତନ ଭାବରେ  ନିର୍ମିତ ବସଷ୍ଟାଣ୍ଡ କାର୍ଯ୍ୟକାରୀ ପାଇଁ ଦାବୀ
Jun 23, 202639 views

ଜୁନାଗଡ ବିଜ୍ଞାପିତ ଅଞ୍ଚଳ ନୂତନ ଭାବରେ ନିର୍ମିତ ବସଷ୍ଟାଣ୍ଡ କାର୍ଯ୍ୟକାରୀ ପାଇଁ ଦାବୀ

ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗଡ ଜୁନାଗଡ ବିଜ୍ଞାପିତ ଅଞ୍ଚଳ ର ନୂତନ ଭାବରେ ନିର୍ମିତ ବସଷ୍ଟାଣ୍ଡ୍ କାର୍ଯ୍ୟକାରି ହେଉନଥିବା ରୁ ଜଣ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଗତ ତିନି ବର୍ଷ ରୁ ଅଧିକ ସମୟ ହେବ ଏହି ବସଷ୍ଟାଣ୍ଡ୍ ନିର୍ମାଣ ହୋଇ ଥିବା ସ୍ଥଳେ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ ରେ ନଆସିବା ପ୍ରଶାସନ ର କାର୍ଯ୍ୟଶୈଳୀ ଉପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ବସଷ୍ଟାଣ୍ଡ୍ କୁ ଦୁଇଥର ରଙ୍ଗ ପରିବର୍ତ୍ତନ ହୋଇ ସାରିଛି ।ବର୍ତ୍ତମାନ ସେହି ରଙ୍ଗ ମଧ୍ୟ ଖରାପ ହେବା ଯାଉଛି କିନ୍ତୁ ବିଡ଼ମ୍ବନା ବିଷୟ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ୍ ଲୋକଙ୍କ ପାଇଁ କାର୍ଯ୍ୟ ରେ ଆସୁନାହିଁ। ଶିଘ୍ର ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ, ଜୁନାଗ