ଧାମନଗର ପଞ୍ଚାୟତ ସମିତି ପରିସରରେ “ଦୁଇବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ–୨୦୨୬” ଅନୁଷ୍ଠିତ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJune 23, 2026113 views

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ “ଦୁଇବର୍ଷର ଜନକଲ୍ୟାଣ କାର୍ଯ୍ୟକ୍ରମ–୨୦୨୬”ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ପରିସରରେ “ବିକାଶ ଧାରା, ଓଡ଼ିଶା ସାରା” ଶୀର୍ଷକରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ତାଙ୍କ ପ୍ରତିନିଧି ଶ୍ରୀ କୈଳାଶ ମହାପାତ୍ର, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ବନବିହାରୀ ଦିଣ୍ଡାଙ୍କ ସହ ବହୁ ସଂଖ୍ୟକ ଜନସାଧାରଣ, ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗତ ଦୁଇବର୍ଷର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଓ ସଫଳତା ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ସରକାରୀ ଯୋଜନାର ଲାଭାର୍ଥୀମାନଙ୍କୁ ସମ୍ମାନିତ କରାଯିବା ସହ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
ବକ୍ତାମାନେ ଓଡ଼ିଶାର ସାମଗ୍ରିକ ବିକାଶ, ଗ୍ରାମାଞ୍ଚଳର ଉନ୍ନତି ଓ ଲୋକକଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ମତ ରଖିଥିଲେ। ଶେଷରେ ଉପସ୍ଥିତ ଅତିଥିମାନେ ଜନସାଧାରଣଙ୍କ ସହଯୋଗ ଓ ସକ୍ରିୟ ଭାଗିଦାରି ମାଧ୍ୟମରେ “ବିକଶିତ ଓଡ଼ିଶା” ଗଠନ ପାଇଁ ଆହ୍ୱାନ
