ଦ୍ୱିତୀୟ ଦିବସରେ ଜନ କଲ୍ୟାଣ ଶିବିର
Balangir (ବଲାଙ୍ଗୀର)ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼June 23, 202686 views

ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼
ଟିଟିଲାଗଡ଼ :-୨୩/୬/୨୬ ଟିଟିଲାଗଡ଼ବ୍ଲକ ବିନେକେଲା ଗ୍ରାମପଞ୍ଚାୟତ ଠାରେ ଦ୍ୱିତୀୟ ଦିବସର ଜନକଲ୍ୟାଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯଜ୍ଞସେନି ସାହୁ ଏବଂ ସମ୍ମାନିତ ଅତିଥି ବିଧାୟକ ପଞ୍ଚାୟତ ପ୍ରତିନିଧି ଗୌରଚନ୍ଦ୍ର ହେର୍ଣ୍ଣା ଉପସ୍ଥିତ ରହି ଦ୍ୱିତୀୟ ଦିବସ ଜନକଲ୍ୟାଣ ଶିବିରର ଶୁଭାରମ୍ଭ କରିଥିଲେ l ଏଥିରେ ନୂତନଭାବେ ଚୟନ ହୋଇଥିବା ମଧୁବାବୁ ପେନସନ ହିତାଧିକାରୀ ଙ୍କୁ ଭତ୍ତା ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏବଂ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତଥିବା ହିତାଧିକାରୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ନାଏକ ପରିଚାଳନା କରିଥିବାବେଳେ ଗ୍ରାମପଞ୍ଚାୟତ ଅଧିନସ୍ତ ସମସ୍ତ ଜନସାଧାରଣ ଓ ୱାର୍ଡମେମ୍ବର, ସିଆରପି, ଏମବିକେ, ଆଶା, ଏ ଏନ ଏମ ସମୂହ ଉପସ୍ଥିତ ଥିଲେ l
ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀ ଙ୍କ ରିପୋର୍ଟ ପଲିଟିକାଲ ଖଟି
