୩ ନାମଲେଖା ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳର ହେଲ୍ପ ଡେସ୍କ ଉଦ୍ଘାଟିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 23, 202658 views

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
ଅନୁଗୋଳ: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଶିକ୍ଷାବର୍ଷର +୩ ନାମଲେଖା ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ସହଯୋଗ ଓ ମାର୍ଗଦର୍ଶନ ଯୋଗାଇବା ଉଦ୍ଦେଶ୍ୟରେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ସ୍ଥାପନ କରାଯାଇଛି। ଏହି ହେଲ୍ପ ଡେସ୍କ ଚଳିତ ମାସର ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରତ ରହି ନାମଲେଖା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକ ସୂଚନା ପ୍ରଦାନ କରିବ।
ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଉଦ୍ଘାଟନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସଠିକ୍ ସୂଚନା ଓ ସହାୟତା ଯୋଗାଇବା ଦିଗରେ ଏପରି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ରାଜ୍ୟ ବିଜୁ ଜନତା ଦଳ ପରିଷଦ ସଦସ୍ୟ ଶ୍ରୀ ମହେନ୍ଦ୍ର ବସ୍ତିଆ, କାଉନସିଲର ଶ୍ରୀ ସଦାନନ୍ଦ ପଣ୍ଡା, କାଉନସିଲର ଶ୍ରୀ ରଞ୍ଜିତ ମାଣ୍ଡୋଠିଆ, ଅନୁଗୋଳ ବାର ଆସୋସିଏସନ ସଭାପତି ଶ୍ରୀ ଦିଲ୍ଲୀପ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳର ସିନିୟର ଉପସଭାପତି ସୁଜିତ ଦ୍ୱିବେଦୀ, ଉପସଭାପତି ଶିବାନୀ ଶଙ୍କର ଗୌଡ଼, ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ଜିତ ଓ ଜିଲ୍ଲା ଆଇଟି ସେଲ ସଂଯୋଜକ ଅବିନାଶ ପରିଡ଼ାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଯାତ୍ରାକୁ ସହଜ ଓ ସୁଗମ କରିବା ଲକ୍ଷ୍ୟରେ ଏହି ହେଲ୍ପ ଡେସ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।
