--:--:--
-- ---
Srishti News

​ସଂକୀର୍ଣ୍ଣ ରାସ୍ତା ସାଜିଛି ବାଧକ: ସାଲିଆସାହି ଭିତରକୁ ଯାଇପାରୁନି ଗ୍ୟାସ ଗାଡ଼ି, ମୁଖ୍ୟ ରାସ୍ତା କଡ଼ରେ ଖରାରେ କଷ୍ଟ ପାଉଛନ୍ତି ସାଧାରଣ ଜନତା

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱରJune 23, 202652 views
​ସଂକୀର୍ଣ୍ଣ ରାସ୍ତା ସାଜିଛି ବାଧକ: ସାଲିଆସାହି ଭିତରକୁ ଯାଇପାରୁନି ଗ୍ୟାସ ଗାଡ଼ି, ମୁଖ୍ୟ ରାସ୍ତା କଡ଼ରେ ଖରାରେ କଷ୍ଟ ପାଉଛନ୍ତି ସାଧାରଣ ଜନତା
​ସଂକୀର୍ଣ୍ଣ ରାସ୍ତା ସାଜିଛି ବାଧକ: ସାଲିଆସାହି ଭିତରକୁ ଯାଇପାରୁନି ଗ୍ୟାସ ଗାଡ଼ି, ମୁଖ୍ୟ ରାସ୍ତା କଡ଼ରେ ଖରାରେ କଷ୍ଟ ପାଉଛନ୍ତି ସାଧାରଣ ଜନତା ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ​ଭୁବନେଶ୍ୱର: ରାଜଧାନୀର ସ୍ମାର୍ଟ ସିଟି ଦାବି ଭିତରେ ପୁଣି ସାମ୍ନାକୁ ଆସିଛି ଭିନ୍ନ ଏକ ବିକଳ ଚିତ୍ର। ଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତି ଅଞ୍ଚଳ ଭାବେ ଜଣାଶୁଣା ସାଲିଆସାହି ଭିତରକୁ ଯିବା ଆସିବା ପାଇଁ ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ଏବେ ସେଠାରେ ଏଲପିଜି (LPG) ରୋଷେଇ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଗ୍ୟାସ ଯୋଗାଣ ଗାଡ଼ି ବସ୍ତି ଭିତରକୁ ପ୍ରବେଶ କରିପାରୁ ନ ଥିବାରୁ ବାଧ୍ୟ ହୋଇ ବିତରକମାନେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖି ଗ୍ୟାସ ସିଲିଣ୍ଡର ବାଣ୍ଟୁଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ସାଧାରଣ ପଥଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ​ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗ୍ୟାସ ଗାଡ଼ି ଭିତରକୁ ନ ଯିବା ଯୋଗୁଁ ଲୋକମାନେ ନିଜ ନିଜର ଖାଲି ସିଲିଣ୍ଡର ଧରି ମୁଖ୍ୟ ରାସ୍ତା କଡ଼ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବର୍ତ୍ତମାନର ପ୍ରଖର ଖରା ଓ ତାତି ଭିତରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଓ ମହିଳାମାନେ ରାସ୍ତା ଉପରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ​ଅପରପକ୍ଷରେ, ମୁଖ୍ୟ ରାସ୍ତା କଡ଼ରେ ଗ୍ୟାସ ଗାଡ଼ି ରହିବା ଏବଂ ଗ୍ରାହକଙ୍କ ପ୍ରବଳ ଭିଡ଼ ଯୋଗୁଁ ଉକ୍ତ ରୁଟ୍ ଦେଇ ଯାତାୟାତ କରୁଥିବା ଅନ୍ୟ ସବୁ ଯାନବାହନ ଚଳାଚଳରେ ସଂପୂର୍ଣ୍ଣ ବାଧା ସୃଷ୍ଟି ହେଉଛି। ପ୍ରତିଦିନ ସେଠାରେ ଟ୍ରାଫିକ ଜାମ୍ ଭଳି ସ୍ଥିତି ଉପୁଜୁଛି, ଯାହାଫଳରେ ଅଫିସ ଯାତ୍ରୀ ଏବଂ ଜରୁରୀକାଳୀନ ଗାଡ଼ି ମଧ୍ୟ ଫସି ରହୁଛନ୍ତି। ଏସବୁ ର ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ ହେଉଛି l