ଓଡ଼ିଶା ଜନତା କଂଗ୍ରେସ ପ୍ରତି ବଢ଼ୁଛି ଯୁବବର୍ଗଙ୍କ ଆକର୍ଷଣ, ଶତାଧିକ ଯୁବକଙ୍କ ଯୋଗଦାନ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱରJune 23, 2026104 views

ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନୂଆ ଶକ୍ତି ଭାବେ ଉଭା ହୋଇଥିବା ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପ୍ରତି ଯୁବବର୍ଗଙ୍କ ଆକର୍ଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦଳର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ଆଜି ବିଭିନ୍ନ ୱାର୍ଡରୁ ଶତାଧିକ ଯୁବକ ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।
ଏହି ଯୋଗଦାନ କାର୍ଯ୍ୟକ୍ରମରେ ଯୁବ ନେତା ରାକେଶ ବେହେରାଙ୍କ ନେତୃତ୍ୱରେ ଭି. ଶୁଭାନ ରାଜୁ, ସତ୍ୟବ୍ରତ ଦେ, ପିଣ୍ଟୁ, ଅନିଶଙ୍କ ସମେତ ଅନେକ ଯୁବକ ଓଡ଼ିଶା ଜନତା କଂଗ୍ରେସରେ ଯୋଗଦେଇଥିଲେ।
ଦଳୀୟ ନେତୃବୃନ୍ଦ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ଯୁବଶକ୍ତିର ସମର୍ଥନ ଦଳକୁ ଆଗାମୀ ଦିନରେ ଆହୁରି ସଶକ୍ତ କରିବ। ଯୁବକମାନେ ମଧ୍ୟ ରାଜ୍ୟର ବିକାଶ, ନିଯୁକ୍ତି ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ଆଗକୁ ନେବା ପାଇଁ ଦଳ ସହ ଯୋଡ଼ିଥିବା ପ୍ରକାଶ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଗଠିତ ଓଡ଼ିଶା ଜନତା କଂଗ୍ରେସ ଯୁବକେନ୍ଦ୍ରିକ ରାଜନୈତିକ ବିକଳ୍ପ ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି।
