ନାଲକୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 23, 2026100 views

ନାଲକୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
ଅନୁଗୋଳ: ନାଲକୋ ପକ୍ଷରୁ ନାଲକୋ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାର୍ଥନା ମଣ୍ଡପ ପରିସରରେ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପାଞ୍ଚଶହରୁ ଅଧିକ ଯୋଗପ୍ରେମୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।
କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ବିଜ୍ଞାନ ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ ସନ୍ୟାସୀ ଯୋଗଗୁରୁ ଏବଂ ତାଙ୍କର ଦୁଇଜଣ ବରିଷ୍ଠ ସହଯୋଗୀ ଉପସ୍ଥିତ ରହି ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ପ୍ରଶିକ୍ଷଣ ଦେଇଥିଲେ। ନିୟମିତ ଯୋଗାଭ୍ୟାସ ଦ୍ୱାରା ମନ ଓ ଶରୀର ସୁସ୍ଥ ରହିବା ସହ ଏକ ସୁସ୍ଥ ଜୀବନଶୈଳୀ ଗଢ଼ି ଉଠେ ବୋଲି ଯୋଗଗୁରୁ ଉପସ୍ଥିତ ସଭାକୁ ସମ୍ବୋଧିତ କରି କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଦିଆଯାଇଥିବା ବାର୍ତ୍ତା ଓ ଯୋଗର ଉପକାରିତା ସମ୍ବନ୍ଧୀୟ ସନ୍ଦେଶକୁ ଏଲଇଡି ପରଦା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।
ଯୋଗ ଶିବିରରେ ନାଲକୋର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ପ୍ରଣବ କୁମାର ଦାଶ, ମାନବ ସମ୍ବଳ ସମୂହ ମହାପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ, ତରୁଣ କୁମାର ତ୍ରିପାଠୀ, ଭରତ ଚନ୍ଦ୍ର ମହାରଣାଙ୍କ ସମେତ ନାଲକୋର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି, ମହିଳା କ୍ଲବର ସଦସ୍ୟ, ଘରୋଇ ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଯୋଗ ମାଧ୍ୟମରେ ସୁସ୍ଥ ସମାଜ ଗଠନ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଦିଗରେ ଏକ ସଫଳ ପ୍ରୟାସ ଭାବେ ପରିଗଣିତ ହୋଇଛି।
