Web News

ଅଭିଯୋଗ ଶୁଣାଣି, ହିତାଧିକାରୀଙ୍କୁ ସହାୟତା
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସୋମବାର ଜିଲ୍ଲାପାଳ ମହେଶ୍ଵର ସ୍ବାଇଁ ଏବଂ ଏସ୍ପି ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ସିଡିଓ ବିରଞ୍ଚୁ ନାରାୟଣ ଦରୱାନ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ବିଡିଓ ମଧୁସୂଦନ ମାଝୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ଓ ୮ ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଗୋଟିଏ ଅଭିଯୋଗର ତତ୍କ୍ଷଣାତ ସମାଧାନ କରାଯାଇଥିଲା। ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ୮ ହୁଇଲ ଚେୟାର ଓ ୨ଟି ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ସହାୟତା ପାଇଥିବା ହିତାଧିକାରୀମାନେ। ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ୨ ଜଣ ଦିବ୍ୟାଙ୍ଗଙ୍କୁ କୁତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ମାପ ନିଆଯାଇଛି। ସେଭଳି ବିଭିନ୍ନ କାରଣରୁ ଆହତ ଏବଂ ଅକ୍ଷମ ୧୩ଜଣ ରୋଗୀଙ୍କୁ ଉତ୍ତମ ଶାରୀରିକ ଚିକିତ୍ସା ନିମନ୍ତେ ଉନ୍ନତ ପୁନର୍ବାସ କେନ୍ଦ୍ରରେ ଯନ୍ତ୍ରଣା ଉପଶମ ଓ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ

ବ୍ୟକ୍ତିଗତ ଘରକାନ୍ଥରେ ସରକାରୀ ସୂଚନା ଫଳକ, ୯ ପଞ୍ଚାୟତର ୫ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି, କାମରେ ଦୁର୍ନୀତି ହୋଇଥିବା ଲୋକଙ୍କ ଅଭିଯୋଗ
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ଉଠୁଥିବା ଅଭିଯୋଗ ଏବେ ସାଧାରଣ ଲୋକଙ୍କ ମନରେ ଗଭୀର ସନ୍ଦେହ ସୃଷ୍ଟି କରିଛି। ଧଣ୍ଡରା ଓ ମେଣ୍ଡ୍ରି ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସୂଚନା ପଥରଲାସାର ଗାଁର ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଲେଖାଯାଇଛି। ଏହି ଘଟଣା ଦୁର୍ନୀତିର ଗନ୍ଧକୁ ଆଉ ଗାଢ଼ କରିଦେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଉନ୍ନତି କରିବା ଲକ୍ଷ୍ୟ ରହିଥିବାବେଳେ, ଏପରି ଅନିୟମିତତା ଓ ଅଭିଯୋଗ ଲୋକମାନଙ୍କ ଆଶାକୁ ଆଘାତ ପହଞ୍ଚାଇଥିବା ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତରେ ରହିଛି ପଥରଲସା ଓ ପିତାକୁମୁଲି ଗାଁ । ୨୦୨୪ - ୨୫ରେ ପଥରଲସା ପ୍ରାଥମିକ ବିଦ୍ୟାଳୟର ମରାମତି ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ସେହିଭଳି ଭଳି ସାମୁହିକ ଡ୍ରେନ ସଫେଇ ପାଇଁ ହଜାର ଟଙ୍କା ଖର୍ଚ୍ଚ ପଥରଲାସା ଗାଁର ଏକ ବ୍ୟକ୍ତିଗତ ଘର କାନ୍ଥରେ ଲେଖାଯାଇଥିବା ସୂଚନା ଫଳକ । ପଞ୍ଚାୟତର ପିତାକୁମୁଲି କରାଯାଇଛି । ଉକ୍ତ ପଞ୍ଚାୟତ ଗାଁରେ ସାମୁହିକ ସଫେଇ ପାଇଁ ୫ଦଶ ଅର୍ଥ କମିଶନରୁ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବ୍ଲକର ମେଷ୍ଟ୍ରି ପଞ୍ଚାୟତ ସ୍ଥାୟତ ପ୍ରାଥମିକ ବିଦ୍ୟାଳୟର ମରାମତି ପାଇଁ ୧ ଲକ୍ଷ ୫୧ ହଜାର ଟଙ୍କା ଖର୍ଜ କରାଯାଇଥିବା ପଥରଲାସାର ଗାଁର ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଲେଖାଯାଇଛି। ଏହା ବ୍ୟତୀତ ଆଉ ଦୁଇଟି ସୂଚନା ଫଳକରେ ଯାହା ଉଲ୍ଲେଖ କରାଯାଇଛି ତାହା ସ୍ପଷ୍ଟ ଦେଖାଯାଉନାହିଁ। ଉକ୍ତ ଫଳକରେ ବିଭିନ୍ନ ରଙ୍ଗ ବୋଳି ଦିଆଯାଇଛି। ନିୟମାନୁଯାୟୀ ଯେଉଁଠାରେ କାମ ହେବ ସେଠାରେ ହିଁ ସୂଚନା ଫଳକ ଲାଗିବ। ଏନେଇ ୫ଶହ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ ହୋଇଥାଏ । ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଦୁଇଟି ପଞ୍ଚାୟତ ବୋଲି ତେବେ ଫଳକ ଲେଖା ହୋଇଥ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ କରିବା ଦୁର୍ନୀତିକୁ ସାମ୍ନାକୁ ଆଣୁଛି ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି। ହୋଇଥିଲେ ମଧ୍ୟ ଅଭିଯୋଗ ହେଉଛି ଯେ ମୂଳତଃ ସେହି କାମ କରାଯାଇନାହିଁ I କାମ ନ ହୋଇ ବିଲ୍ ହୋଇଥିବା କଥା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, କାମ ସତରେ ହୋଇଥିଲେ ଠିକ୍ ସ୍ଥାନରେ ଫଳକ ଲେଖାଯାଇଥାନ୍ତା। ଠିକାଦାର ଓ ବିଭାଗୀୟ କର୍ମଚାରୀ ଏକାଠି ହୋଇ ଉନ୍ନୟନ ନାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ଲୋକଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଏହା ଗ୍ରାମ ଉନ୍ନୟନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇବାକୁ ଯଥେଷ୍ଟ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ପ୍ରତିବର୍ଷ ବ୍ୟାପକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଠିକ୍ ଭାବରେ ଖର୍ଚ୍ଚ ନ ହେଲେ ସରକାରଙ୍କ ଲକ୍ଷ୍ୟ ଅଧୁରା ରହିଯିବ। ଏପରି ଘଟଣା ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥାକୁ ଦୁର୍ବଳ କରିଦେବ। ଏହାର ନିରପେକ୍ଷ ତଦନ୍ତ ଅତ୍ୟାବଶ୍ୟକ। ଯଦି କାମ ନହୋଇ ବିଲ୍ ହୋଇଥିବା ଅଭିଯୋଗ ସତ୍ୟ ଥାଏ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନେଇ ବିଡିଓ କ୍ଷୀରୋଦ କୁମାର ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଏଥିରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Nabarangpur (ନବରଙ୍ଗପୁର) • GOVIND TRIPATHY (POLITICAL KHATI)

ମଣ୍ଡି ଅବ୍ୟବସ୍ଥାର ଫାଇଦା ନେଉଛନ୍ତି ଛତିଶଗଡ଼ ଦଲାଲ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ମଣ୍ଡି ଆରମ୍ଭରୁ ଚାଷୀ ହୀନସ୍ତା ହେଉଛନ୍ତି। କଟନିଛଟନି ବାରଣ ସତ୍ତ୍ବେ ମିଲରଙ୍କୁ କଟନୀ ବାବଦକୁ ୪ ରୁ ୭ କେଜି ଧାନ ଦେବାକୁ ଚାଷୀ ରାଜି ହେଲେ। ତଥାପି ମଣ୍ଡିରୁ ନିୟମିତ ଧାନ ଉଠୁନି I ବ୍ଳକର ବିଭିନ୍ନ ମଣ୍ଡିରେ ପ୍ରାୟ ଲକ୍ଷରୁ ଉର୍ଦ୍ଧ ବସ୍ତା ପଡ଼ି ରହିଛି I ପ୍ରାୟ ୪ମାସ ତଳେ ମଣ୍ଡି ଆରମ୍ଭସମୟର ଧାନ ମଧ୍ୟ ଏବେ ଯାଏ ପଡ଼ି ରହିଛି। ଓଡ଼ିଶାରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଛତିଶଗଡ଼ ଦଲାଲ୍ ସକ୍ରୀୟ ଅଛନ୍ତି। ଚାଷୀଙ୍କଠାରୁ କମ୍ ଦରରେ ନଗଦ ଟଙ୍କା ଦେଇ ଧାନ ଛତିଶଗଡ଼ ଚାଲାଣ କରାଯାଉଛି । ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ I ପ୍ରଶାସନ ପକ୍ଷରୁ ଓଡ଼ିଶା ସୀମାରେ ତନଖ୍ ଫାଟକ ଲାଗିବା ନିୟମ ଥିଲେ ମଧ୍ୟ ସବୁ ସୀମା ମୁକୁଳା ପଡ଼ିଛି। ପ୍ରଶାସନିକ ଅଧିକାରୀଙ୍କୁ ଅନେକ ଗୁହାରି ପରେବି କେହି ଶୁଣୁନ ଥିବାରୁ ଏବେ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକର ୬ ମଣ୍ଡିରୁ ବର୍ତ୍ତମାନ ସୁଦ୍ଧା ନିୟମିତ ଧାନ ଉଠିପାରୁନି। ଚନ୍ଦାହାଣ୍ଡି ବ୍ଳକର ଧୋଡ଼ିପାଣି, ଚିଲିଗାଁ, କୋଇଲିମୁଣ୍ଡା, ପୂଜାରିଗୁଡ଼ା, ଚନ୍ଦାହାଣ୍ଡି ଓ ଶରଧାପୁର୍ ମଣ୍ଡିରେ ୩୭୮ଟି ଚାଷୀଙ୍କ ୫୫ ହଜାର ବସ୍ତା ଧାନ ପଡ଼ିରହିଛି। ବିଭିନ୍ନ ମଣ୍ଡିରେ ଚାଷୀଙ୍କଠାରୁ ଜାନୁଆରୀ ୧୭ରେ କିଣା ଯାଇଥିବା ଧାନ ୩ ମାସ ହେବ ଖୋଲା ଆକାଶ ତଳେ ପଡ଼ିରହିଛି। ଖରାରେ ପଡ଼ିରହିବା ଯୋଗୁ ଚାଷୀଙ୍କ ଧାନ ଓଜନ କମିବା ସହ ଉଚ୍ଚ ହୁଙ୍କା ମାରୁଛି। ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଓଜନ ନ ହୋଇ ଖୋଲା ଆକାଶ ତଳେ ପଡ଼ିରହିଥିବା ସେମାନେ ଅଭିଯୋଗ କରିଛନ୍ତି । ବାହାରେ ପଡ଼ି ଧାନର ଓଜନ କମୁଛି। ଗତ ଦିନରେ କୋଇଲିମୁଣ୍ଡା ମଣ୍ଡିରେ ଲ୍ୟାମ୍ପସ୍, ଆର୍ଏମ୍ସି କର୍ମଚାରୀଙ୍କ ସହ ମିଲରଙ୍କୁ ଅଟକ ରଖ୍ ଚାଷୀ ଧାରଣାରେ ବସିଥିଲେ। ତଥାପି ମଧ୍ଯ ଧାନ କିଣା ହେଲାନି । ଟୋକନ୍ ଅବଧି ସରି ଆସୁଥିବା ସହ ଚାଷୀଙ୍କ ଆଖ୍ ସ୍କାନ୍ ହେଉ ନ ଥିବାରୁ ଅନେକ ଚାଷୀ ଧାନ ବିକ୍ରୀକୁ ନେଇ ଆଶଙ୍କାରେ ଅଛନ୍ତି। ସରକାର କଟନିଛଟନିକୁ ବାରଣ କରୁଛନ୍ତି। ମିଲର୍ସ ଚାଷୀଙ୍କୁ ୪ ରୁ ୬ କେଜି କର୍ଟୁନି ଛନ ବାବଦକୁ ଦେଲେ ଧାନ ଉଠେଇବେ ବୋଲି କହୁଛନ୍ତି । ସେଥିରେ ରାଜି ହେଲେ ମଧ୍ୟ ଧାନ ଉଠୁନ ଥିବା ଚାଷୀ କହିଛନ୍ତି। ଏହା ବ୍ୟତିତ ଆଉ ଏକ ସମସ୍ୟା ରହିଛି। ଧାନ ବିକ୍ରି ମାସ ମାସ ବିତିଯାଇଥିଲେ ସୁଦ୍ଧା ଚାଷୀ ଏହାର ଟଙ୍କା ପାଇନାହାନ୍ତି I ଚାଷୀଙ୍କ ଧାନ ନିୟମିତ ଉଠେଇବା ପାଇଁ ସରକାଙ୍କ କଡ଼ା ନିର୍ଦ୍ଦେଶ ଦେଇ ଥିବାବେଳେ ଯୋଗାଣ ବିଭାଗ ଅଧିକାରୀ ସରକାରଙ୍କ ବୋଲି ମାନୁ ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ବ୍ଳକର ଖୋଲାରେ ପଡ଼ିରହିଛି ହଜାର କୁଇଣ୍ଟାଲ ଧାନ । ନଗଦରେ ଅଳ୍ପ ଟଙ୍କା ଦେଇ ଓଡ଼ିଶାରୁ କିଣିନେଉଛତ୍ତି ସମସ୍ୟା ସମାଧାନ ନ ହେଲେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡ଼ିଥିବାରୁ ତୁରନ୍ତ ଧାନ କିଣିବାକୁ ଚାଷୀ ଦାବି କରିଛନ୍ତି । ଯୁଦ୍ଧକାଳୀନ ଭିତରେ ଚାଷୀଙ୍କ ଧାନ ନ ଉଠିଲେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଏ ଦିଗରେ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଶ୍ୟାମସୁନ୍ଦର ମାଝୀ, ଅକାଳୁ ଚରଣ ଜାଲି, ଶ୍ୟାମଘନ ବେମାଲ, ବିସିକେଶନ ନିଆଲ, ଗଗନେ ନିୟାଲ ପ୍ରମୁଖ ଦାବି କରିଛନ୍ତି। ମଣ୍ଡିରୁ ଧାନ ଉଠିବା ସମସ୍ୟା ନେଇ ଜିଲାପାଳ ମହେଶ୍ବର ସ୍ବାଇଁଙ୍କୁ ପଚାରିବାରୁ ଚନ୍ଦାହାଣ୍ଡିରେ ଘାଟିରାସ୍ତା ଥିବାରୁ ଧାନ ଉଠିପାରୁନି । ୫ଦିନ ଭିତରେ ସବୁ ଧାନ ଉଠାଯିବ ବୋଲି ସେ କହିଛନ୍ତି ।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ

ଅତାବିରାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଅଞ୍ଚଳରେ ଆତଙ୍କ
ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅନ୍ଧାରୀପାଲି ଗ୍ରାମରେ ଆଜି ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକଙ୍କ ପରିଚୟ ଅନ୍ଧାରୀପାଲି ଗ୍ରାମର ବେଣୁଧର ଛୁରିଆ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବେଣୁଧର ଛୁରିଆ ଆଜି ଭୋରୁ ଗ୍ରାମ ନିକଟସ୍ଥ ଆକାଶୀ ବଗିଚାକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ସହିତ ମୁହାଁ ମୁଁହି ହୋଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣା ସମ୍ବନ୍ଧରେ ସୂଚନା ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ହାତୀ ପାଳଟି ଏବେ ଖଲିଆପାଲି ଗାଁ ଦିଗକୁ ଗତି କରୁଥିବା ଜଣାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଖବର ଲେଖାଯାଉଥିବା ସମୟ ପର୍ଯ୍ୟନ୍ତ ବନ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Bargarh (ବରଗଡ଼) • ତରଣୀ ପଟେଲ, ପଲିଟିକାଲ ଖଟି, ଓଡିଶା

ବିଶ୍ବ ସାମାଜିକ ନ୍ୟାୟ ଦିବସ ଅବସରରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କର୍ମଶାଳା
ନବରଙ୍ଗପୁର ,୯/୩: ଆଜି ନବରଙ୍ଗପୁର ସାଇ କଲ୍ୟାଣ ମଣ୍ଡପ ଠାରେ ବିଶ୍ବ ସାମାଜିକ ନ୍ୟାୟ ଦିବସ ପାଳନ ଅବସର ରେ ଅବଦାନ ଓ ଅଭୟ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳୁ ବୟସ୍କ ମାନଙ୍କୁ ଯୋଗ ମାଧ୍ୟମରେ ଶାରିରୀକ ସୁସ୍ଥ ର ଖୁବାକୁ ଯୋଗ ଶିକ୍ଷା ଦିଆ ଯାଇଥିଲା । ଯୋଗ ମାଷ୍ଟର ଶାନ୍ତନୁ ପାତ୍ର ଶିକ୍ଷା ଦେଇଥିଲେ । ପରେ ପରେ ସଭାକାର୍ଯ୍ୟ ମଞ୍ଚରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ( ଭାର ପ୍ରାପ୍ତ ) ମଳୟ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ ରାଧାନାଥ ବେହେରା, ଖ୍ରୀଷ୍ଟୀୟ ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ଏସ ସ ଡି ପାତ୍ର, ବ ରିଷ୍ଠ ନାଗରିକ ନରସିଂହ ତ୍ରିପାଠୀ, ସୁବାସ ସୁର,ମାରାଥନ ଖେଳାଳି ଚିତ୍ତ ରଞ୍ଜନ ପାତ୍ର, ସମାଜ ସେବୀ ମନୋରମା ମାଝୀ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ବ୍ୟକ୍ତି ଓ ଅଧୂକାରୀ ମଞ୍ଚାସିନ ହୋଇଥିଲେ। ଅତିଥ୍ ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇ ଥୂଲା। ମୁଖ୍ୟ ବକ୍ତା ଭାବରେ ଡ ତ୍ରୀପାଠୀ ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନେ ସମାଜର ଦିଗ ଦର୍ଶନ ବୋଲି ଅଭିହିତ କରି ସେମାନ ସ୍ବାସ୍ଥ୍ୟ ର ସୁରକ୍ଷା ପ୍ରାଥମିକ ଦାୟିତ୍ବ ବୋଲି କହିଥିଲେ । ଅନ୍ୟତମ ବକ୍ତା ଭାବରେ ଡ ରାଧାନାଥ ବେହେରା, ବରିଷ୍ଠ ନାଗରିକ ବିଭିନ୍ନ କ୍ଷେତ୍ର ରେ ଅ ଅବହେଳା ହେଉଛନ୍ତି ସେମାନଙ୍କୁ ଉଚିତ ପରାମର୍ଶ ଦେବା ପାଇଁ ସ ରକାର ତରଫରୁ ପ୍ରତି ତ୍ରୟ ମାସରେ ଗୋଟିଏ ଗୋଟିଏ ସଚେତନା ସ ଭାର ଆବଶ୍ୟକତା ରହିଛି ତାହା ସରକାର କରିବା ଉଚିତ୍ ବୋଲି କ ହିଥିଲେ। ବକ୍ତା ଶ୍ରୀ ଚିତ୍ତରଞ୍ଜନ ପାତ୍ର ଜଣେ ମାରାଥନ ଦୌତ g ତିଯୋଗି ଭାବରେ ଏହି ବୟସ ରେ କେମିତି ନିଜ କୁ ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରଖିବାକୁ ହେବ ତାହାର ଉଦାହରଣ ଦେଇ ଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଆଜିର ଏହି ଯୁଗରେ ଅପ ମିଶ୍ରିତ ଖାଦ୍ୟ ଠୁ ନିଜକୁ ଜାଗ୍ରତ ହୋଇ ରହିବାକୁ କହିଥିଲେ । ସମାଜ ଏକା थ ସେବୀ ମନୋରମା ମାଝୀ ସମାଜକୁ ପରିଚାଳନା କରିବାରେ ପୁରୁଷ ବଂ ନାରୀ ର ଭୂମିକା ସମାନ ଏବଂ ପରିବାର ଭିତରେ ନିଜକୁ ଏ ନୁଭବ ନ କରି ସାହି ପଡିଶା ସହ ସମ୍ପର୍କ ରଖୁବାକୁ କହିଥିଲେ ଲେ। ଜିଲ୍ଲା ଆଇନ୍ ପ୍ରାଧୂକରଣ ରୁ କିଶୋରୀ ପଟ୍ଟନାୟକ ଆଜିର ସମା ମାଜରେ ଯୌଥ ପରିବାର ହିଁ ସ୍ବାସ୍ଥ୍ୟ ସୁରକ୍ଷା ଦେଇ ପାରିବ ବୋଲି କହିଥିଲେ ଜିଲ୍ଲା ଲିଗାଲ ସର୍ଭିସ୍ ରୁ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଦେଇ ବରିଷ୍ଠ ମାନ * ନିମନ୍ତେ ଥୂବା ଅ ଆଇନ ଉପରେ ବକ୍ତବ୍ୟ ରଖୁଥିଲେ। ଆଶା କିରଣ ଅ ଧ୍ଯକ୍ଷ ଜଗନ୍ନାଥ ବେ ବେହେରା ସ୍ବାଗତ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧୂକାରୀ ଧନଞୟ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାରୁ ରାମ ମୂର୍ତ୍ତି ପଟ୍ଟନାୟକ, ନଗେନ୍ଦ୍ର ପଟ୍ଟନାୟକ, ଗୋପାଳ ମିଶ୍ର,ସତ୍ୟବାଦୀ ଷଡ଼ଙ୍ଗୀ,ନାରାୟଣ ପଣ୍ଡା, ଜି ପ୍ରକାଶ ସାମନ୍ତରାୟ, ହବିବ ମହମ୍ମଦ,ଗୁପ୍ତେଶ୍ବର ପଣ୍ଡା,ମନିଷା ରଥ, ବୃନ୍ଦାବନ ବେବର୍ତ୍ତା ,ସାନୁ,ପୀତବାସ,ରୀଙ୍କୁ, ଇନ୍ଦ୍ରମଣି ମଙ୍ଗରାଜ, ରୀନାରାଣୀ ସାହୁ,ସନ୍ଧ୍ୟାରଣି ବେହେରା,ଶାନ୍ତି ପଣ୍ଡା,ରଶ୍ମିତା ପ୍ରଧାନ ସହିତ ଅନେକ ଅନେକ ଯୋଗଦାନ କରିଥିଲେ। ସମସ୍ତ ଉପସ୍ଥିତ ବରିଷ୍ଠ ନାଗ ରିକ ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା ।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ, ପାଲିଟିକାଲ ଖଟି
ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ
୧୨,୩୭୫ କିଶୋରୀଙ୍କୁ ୩ ମାସରେ ଦିଆଯିବ ଏଚ୍ପିଭି ଟିକା ନବରଙ୍ଗପୁର,ଜରାୟୁ ଗ୍ରୀବା କର୍କଟ ରୋକିବା ଲକ୍ଷ୍ୟରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ ରବିବାର କରାଯାଇଛି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜିଳ୍ଲାପାଳ ଡ. ମହେଶ୍ଵର ସ୍ବାଇଁ, ଏଡିପିଏଚ୍ଓ (ଏଫ୍ଡବ୍ଲ୍ୟୁ) ଡ. ମଳୟ ତ୍ରିପାଠୀ, ଡିଇଓ ଛତ୍ରପତି ସାହୁ, ମେଡିକାଲ ଅଧିକାରୀ ଡା. ପ୍ରିୟରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ୧୪ ଜଣ କିଶୋରୀଙ୍କୁ ଏନ୍ପିଭି ଟିକା ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାର ୧୨, ୩୭୫ ଜଣ କିଶୋରୀଙ୍କୁ ମାଗଣାରେ ଆଗାମୀ ୩ ମାସ ମଧ୍ୟରେ ଏଚ୍ପିଭି ଟିକା ଦିଆଯିବା ଲକ୍ଷ୍ୟ ରହିଛି। ଯେଉଁ ବାଳିକାମାନେ ୧ ମାର୍ଚ୍ଚ ୨୦୧୧ରୁ ୧ ଜୁନ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବେ ଏବଂ ଯେଉଁମାନଙ୍କୁ ୧୪ ବର୍ଷ କିନ୍ତୁ ୧୫ ବର୍ଷ ସମ୍ପୂର୍ଣ୍ଣ ହୋଇନାହିଁ ସେମାନେ ଏହି ଟିକାକରଣରେ ସାମିଲ ହୋଇପାରିବେ। ଜିଲ୍ଲାର ୧୦ ବ୍ଲକର ୩୦ ସରକାରୀ ସ୍ବାସ୍ଥ୍ୟସଂସ୍ଥା, ୧୮ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପଖଣ୍ଡ ଚିକିତ୍ସାଳୟ ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହି ଟିକା ଦିଆଯିବ। ଜରାୟୁ ଗ୍ରୀବା କର୍କଟ ରୋଗର ମୁଖ୍ୟ କାରଣ ସାଜୁଥିବା ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣରୁ ଏହି ଏଚ୍ପିଭି ଟିକା ସୁରକ୍ଷା ଦେବ। ଏହି ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଯେଭଳି ସାଧିତ ହେବ ସେ ଦିଗରେ କାମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଯାଉଥିବା ସମସ୍ତ ଯୋଗ୍ୟ ବାଳିକା ହିତାଧିକାରୀଙ୍କୁ ଏଚ୍ପିଭି ଟିକା ଦିଆଯିବ। ତା ଉପରେ ବିଶେଷ ପ୍ରଚାର ପ୍ରସାର ସହ ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ୭ଟି ମାତ୍ର । ନବରଙ୍ଗପୁର ବିଧାୟକ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଣେ କିଶୋରୀଙ୍କୁ ଟିକା ଦିଆଯାଇଛି। ଡିଇଓ, ଡିଡବ୍ଲ୍ୟୁଓ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ ଦାୟିତ୍ୱ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ସମସ୍ତ ଯୋଗ୍ୟ କିଶୋରୀ ବାଳିକାଙ୍କୁ ଭବିଷ୍ୟତରେ ଜରାୟୁ ଗ୍ରୀବା କର୍କଟ ରୋଗରୁ ରକ୍ଷା କରିବାକୁ ଶତ ପ୍ରତିଶତ ଟିକାକରଣ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ। ଏଡିପିଏଚ୍ଓ ଡ.ତ୍ରିପାଠୀ ଏଚ୍ପିଭି ଟିକାକରଣ ଅଭିଯାନର ଉଦ୍ଦେଶ୍ୟ ଓ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଉପରେ ମତ ଦେଇଥିଲେ। ଡିପିଏମ୍ ଶଙ୍କର ଆଚାର୍ଯ୍ୟ ସଭା ସଞ୍ଚାଳନ କରିଥିଲେ। ଡିଡବ୍ଲ୍ୟୁଓ ରବୀନ୍ଦ୍ର ପାଲକା, ଡିଆଇପିଆର୍ଓ ମନୋଜ ବେହେରା, ଏଡିଡବ୍ଲ୍ୟୁଓ ଭରତ ଚନ୍ଦ୍ର ସାହୁ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ଆରୋଗ୍ୟ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ
ଗଣଶିକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯିବ, କହିଲେ ମନ୍ତ୍ରୀ
ଭୁବନେଶ୍ଵର: ଗଣଶିକ୍ଷା ବିଭାଗ ଶାସନ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯିବ ଓ ସ୍ଵଚ୍ଛତାକୁ ଗୁରୁତ୍ବ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜେପି ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଶିକ୍ଷାଦାନ ବ୍ୟବସ୍ଥା ହେଉଛି ଏକ ମହତ କର୍ଭବ୍ୟ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ବାଟ ଦେଖାଇବା, ପାଠ ପଢ଼ାକୁ ଗୁରୁତ୍ବ ଦେବା, ଶିକ୍ଷାଦାନ କ୍ଷେତ୍ରରେ କୌଣସି ତାରତମ୍ୟ ନ ରହିବା, ଶିକ୍ଷା ବ୍ୟବସ୍ଥାକୁ ଏକ ନିପୁଣ ସେବା ଭାବେ ବିଚାର ବିମର୍ଷ କରିବା ପାଇଁ ପ୍ରତ୍ୟେକ ଶିକ୍ଷକ/ ଶିକ୍ଷୟିତ୍ରୀ, ଗୁରୁମା/ ଗୁରୁଜୀ ଚିନ୍ତା କରିବା ଓ ସରକାରଙ୍କୁ ସହଯୋଗ କରିବା ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଗଣ୍ଡ କହିଛନ୍ତି । ଗଣଶିକ୍ଷା ବିଭାଗର ବିଭିନ୍ନ ଜନହିତକର ଯୋଜନାରୁ ଯେପରି ବିଦ୍ୟାର୍ଥୀ ଉପକୃତ ହୋଇପାରିବେ, ଭଲ ପାଠ ପଢି ନିଜକୁ ଷ୍ଟ୍ରଙ୍ଗ କରିପାରିବେ, ବିନା ସାହାରାରେ ବାଟ ଚାଲିପାରିବେ ସେଥିପ୍ରତି ଶିକ୍ଷକମାନଙ୍କର ଗୁରୁଦାୟିତ୍ଵ ଥିଲା ବେଳେ ସେମାନେ ଏହାକୁ ନିଜର କର୍ତବ୍ୟ ପରାୟଣ ଭାବି ଯଦି ସହଯୋଗର ହ।ତ ନ ବଢ଼ାଇବେ ତା’ହେଲେ ବିଶ୍ୱସ୍ତରୀୟ ଶିକ୍ଷାଦାନର ଯୋଜନା ସମ୍ଭବ ନୁହେଁ । ଯଦି ପ୍ରତ୍ୟେକ ଶିକ୍ଷକଙ୍କର ଉନ୍ନତରମାନର ଚିନ୍ତାଧାରା ରହିବ, ଦାୟିତ୍ବବୋଧତା ରହିବ, ପରିଶ୍ରମ ରହିବ, ସମୟଜ୍ଞାନ ରହିବ, ପ୍ରତ୍ୟେକ ପିଲାଙ୍କ ଚରିତ୍ରଜ୍ଞାନକୁ ନିପୁଣ ଓ ନିଖୁଣ ଭାବେ ଅନୁଧ୍ୟାନ କରିବାର ଦୃଷ୍ଟି ରହିବ ତା’ଲେ ଆଜିର ଛାତ୍ରଛାତ୍ରୀ କାଲିକୁ ଜଣେ ସୁନାମଧନ୍ୟ ବ୍ୟକ୍ତି ସୃଷ୍ଟି ହୋଇପାରିବ । ଶିକ୍ଷାଦାନ ଏକ ମହତ ଦାନ । ଯେଉଁ ରାଜ୍ୟରେ ଶିକ୍ଷାର ବ୍ୟବସ୍ଥା ଖୁବ୍ ସୁଦୃଢ଼ ସେହି ରାଜ୍ୟ ହିଁ ବିକାଶର ବାର୍ତା ସଂପର୍କରେ ଦୁଇପଦ କହିପାରିବ । କିନ୍ତୁ ବିଭିନ୍ନ ଉପାନ୍ତ ଅଞ୍ଚଳର ଯେଉଁ ଛାତ୍ରଛାତ୍ରୀମାନେ ଡ୍ରପଆଉଟ୍ ହୋଇଯାଉଛନ୍ତି ସେମାନଙ୍କୁ ପୁଣି ଶିକ୍ଷା ସ୍ରୋତରେ ସାମିଲ୍ କରିବା ପାଇଁ ସରକାର ଯେଉଁସବୁ ଯୋଜନା ହାତକୁ ନେଇଛନ୍ତି ତାକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେ ଦିଗରେ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ସହଯୋଗର ହାତ ବଢ଼ାଇବା ଆବଶ୍ୟକ ହୋଇପଡ଼ିଛି । ବର୍ତ୍ତମାନ ସରକାରୀ ଓ ବେସରକାରୀ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅଭିଭାବକ ଦ୍ଵନ୍ଦ୍ବରେ ପଡ଼ୁଥିବା ବେଳେ ସରକାରୀ ଶିକ୍ଷାଦାନକୁ କୌଣସି ଗୁଣରେ ରେ କମ୍ ଭାବିବା ଠିକ୍ ନୁହେଁ । ତା'ଛଡ଼ା ଘରୋଇ ଟ୍ୟୁସନ ଉପରେ ମତବ୍ୟକ୍ତ କରି ମନ୍ତ୍ରୀ କହିଛନ୍ତି ଯେ, ଯଦି ସରକାରୀ ଶିକ୍ଷକ ଟ୍ୟୁସନ କରି ଅଧିକାଂଶ ରୋଜଗାର କରିବାକୁ ମୁଣ୍ଡ ଖେଳାଇବେ ତା’ ହେଲେ ଶିକ୍ଷା ବ୍ୟବସ୍ଥା ନିଶ୍ଚୟ ବିଗିଡ଼ିବ । ଦାନକୁ ଧର୍ମ ସହିତ ତୁଳନା କରାଯାଉଥିବାରୁ ଶିକ୍ଷକମାନେ ଉଚ୍ଚ ଆସନରେ ବସି ଛାତ୍ରଛାତ୍ରୀମାନେ ନୂଆ ସକାଳର ନୂଆ କିରଣ ଦେଇ ଓଡ଼ିଶା ଶିକ୍ଷାଦାନର ମାନଚିତ୍ର କିଭଳି ବଦଳିବ ସେଥ୍ ତି ଧ୍ୟାନ ଦେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ମତବ୍ୟକ୍ତ କରିଛନ୍ତି ।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ

ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସର୍ଭିକାଲ କ୍ୟାନ୍ସର (ଜରାୟୁ ଗ୍ରୀବା କର୍କଟ ) ଟୀକାକରଣର ଶୁଭାରମ୍ଭ
ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସର୍ଭିକାଲ କ୍ୟାନ୍ସର (ଜରାୟୁ ଗ୍ରୀବା କର୍କଟ ) ରୋଗର ଟୀକାକରଣର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ Gourisankar Majhi ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ୍ ଭାବରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ବର ସ୍ବାଇଁ, ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧୂକାରୀ ଶ୍ରୀ ପାଲକା ରବୀନ୍ଦ୍ର, ସ୍ବାସ୍ଥ୍ୟ ବିଭାଗର ଡଃ ମଳୟ ତ୍ରିପାଠୀ ଏବଂ ଅନ୍ୟ ଅତିଥି ମାନେ ଯୋଗଦାନ କରିଥିଲେ। ଆମ ଦେଶ ଏବଂ ବିଶ୍ବସ୍ତରରେ ଜରାୟୁ ଗ୍ରୀବା କର୍କଟ ଏକ ଗୁରୁତ୍ବପୂର୍ଣ ସାର୍ବଜନୀନ ସ୍ବାସ୍ଥ୍ୟ ସମସ୍ୟା ଅଟେ । ଆଜି ଭାରତ ସରକାର ଏବଂ ଓଡିଶା ସରକାର କନ୍ୟା ମାନଙ୍କ ମଧ୍ଯରେ ସର୍ଭିକାଲ କର୍କଟ ପ୍ରତିରୋଧ ପାଇଁ HPV ଟୀକା କରଣର ଶୁଭାରମ୍ଭ କରିଛନ୍ତି ।୧୪ ବର୍ଷ ବୟସ୍କ କନ୍ୟାମାନଙ୍କୁ ଆଗାମୀ ୩ମାସ ମଧ୍ୟରେ HPV ଟିକାକରଣ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ

ସଚେତନତା ପରେ ବି ଚେତିଲେନି ଲୋକେ, ଚାଲିଛି ଗଛକଟା, ଜଳୁଛି ଜଙ୍ଗଲ
କଲ୍ୟାଣସିଂହପୁର, ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ପରେ ବି ଚେତିଲେନି ଲୋକେ । ୪ ଦିନ ଯାଇନି ଜଙ୍ଗଲରେ ପୁଣି ଲଗାଯାଇଛି ନିଆଁ ଆଉ ଅବାଧରେ ଚାଲିଛି ଗଛକଟା। ଏ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ପାର୍ସାଲି, ସୁନାଖଣ୍ଡି ଓ ଶିକରପାଇ ଅଞ୍ଚଳରେ। ଏହାକୁ ନେଇ ପରିବେଶବିତ୍ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବନ ବିଭାଗ କାର୍ଯ୍ୟକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ବନ ବିଭାଗ ପକ୍ଷରୁ ରାଲି ଓ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦିଆଯାଉଛି। ଅନ୍ୟପଟେ ଜଙ୍ଗଲ ସମ୍ପଦ ନଷ୍ଟ ପଛରେ କେତେକ ଅସାଧୁ କର୍ମଚାରୀ ହାତ ଥିବା ସନ୍ଦେହ ସୃଷ୍ଟି କରିଛି। ସୂଚନାଥାଉକି, ଗତ ୨୦ ତାରିଖରେ ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ବନାଗ୍ନି ରୋକିବା ପାଇଁ ବନ ବିଭାଗ ତରଫରୁ ସଚେତନତା ବାଇକ୍ ରାଲି ଆୟୋଜିତ ହୋଇଥିଲା। ଏହାର ୪ ଦିନ ଯ।ଇନି ପାର୍ସଲି, ସୁନାଖଣ୍ଡି ଓ ଶିକରପାଇ ପଞ୍ଚୟତ ତଳସଜା ଜଙ୍ଗଲରେ ନିଆଁ ଲଗାଯାଇଛି। ସେହିପରି ନ।ରାୟଣପୁର, କରପା ଓ ସୁମଖଣ୍ଡି ପାହାଡ଼ ଅଞ୍ଚଳରେ ମଧ୍ଯ ଜଙ୍ଗଲରେ ନିଆଁ ଲଗଯାଇଛି । ଯ।ହାକି ଅତ୍ଯନ୍ତ ପରିତାପର ବିଷୟ। ସ୍ଥାନୀୟ ଲୋକେ କହିଛନ୍ତି, କେବଳ ସଚେତନତା ବାଇକ୍ ରାଲି କରାଗଲେ ହେବନି। ଏଥିପାଇଁ ବନ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ନିଆଯିବା ଆବଶ୍ୟକ। ନିୟମିତ ଚଢ଼ଉ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଯଦି ଉଚିତ୍ ସମୟରେ ପଦକ୍ଷେପ ନନେଲେ ଏହାର ପ୍ରଭାବ ପରିବେଶ, ବନ୍ୟପ୍ରାଣୀ ଓ ସ୍ଥାନୀୟ ଜୀବିକା ଉପରେ ପଡ଼ିବ ବୋଲି ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏ ସମ୍ପର୍କରେ ଆମେ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ନନ୍ଦ ପରିଡ଼ାଙ୍କୁ ପଚାରିବାରୁ କହିଛନ୍ତି, କେହି ନିଆଁ ଲାଗିବା ଏବଂ ଗଛ କଟା କଟା ସ୍ଥାନରେ ଫରେଷ୍ଟର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। । ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।
Nabarangpur (ନବରଙ୍ଗପୁର) • ଗୋବିନ୍ଦ ତ୍ରିପାଠୀ
