ଅତାବିରାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଅଞ୍ଚଳରେ ଆତଙ୍କ
Bargarh (ବରଗଡ଼)ତରଣୀ ପଟେଲ, ପଲିଟିକାଲ ଖଟି, ଓଡିଶାMarch 10, 2026134 views

ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅନ୍ଧାରୀପାଲି ଗ୍ରାମରେ ଆଜି ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକଙ୍କ ପରିଚୟ ଅନ୍ଧାରୀପାଲି ଗ୍ରାମର ବେଣୁଧର ଛୁରିଆ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବେଣୁଧର ଛୁରିଆ ଆଜି ଭୋରୁ ଗ୍ରାମ ନିକଟସ୍ଥ ଆକାଶୀ ବଗିଚାକୁ ଯାଇଥିବା ବେଳେ ହଠାତ୍ ଏକ ହାତୀ ସହିତ ମୁହାଁ ମୁଁହି ହୋଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ଘଟଣା ସମ୍ବନ୍ଧରେ ସୂଚନା ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଗଣେଶ ବାରିକ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ ହାତୀ ପାଳଟି ଏବେ ଖଲିଆପାଲି ଗାଁ ଦିଗକୁ ଗତି କରୁଥିବା ଜଣାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ତେବେ ଖବର ଲେଖାଯାଉଥିବା ସମୟ ପର୍ଯ୍ୟନ୍ତ ବନ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
