20:49:17
May 30
Srishti News

ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ

Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀMarch 2, 2026215 views
୧୨,୩୭୫ କିଶୋରୀଙ୍କୁ ୩ ମାସରେ ଦିଆଯିବ ଏଚ୍ପିଭି ଟିକା ନବରଙ୍ଗପୁର,ଜରାୟୁ ଗ୍ରୀବା କର୍କଟ ରୋକିବା ଲକ୍ଷ୍ୟରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ ରବିବାର କରାଯାଇଛି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜିଳ୍ଲାପାଳ ଡ. ମହେଶ୍ଵର ସ୍ବାଇଁ, ଏଡିପିଏଚ୍ଓ (ଏଫ୍ଡବ୍ଲ୍ୟୁ) ଡ. ମଳୟ ତ୍ରିପାଠୀ, ଡିଇଓ ଛତ୍ରପତି ସାହୁ, ମେଡିକାଲ ଅଧିକାରୀ ଡା. ପ୍ରିୟରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୪ରୁ ୧୫ ବର୍ଷ ବୟସ ମଧ୍ୟରେ ୧୪ ଜଣ କିଶୋରୀଙ୍କୁ ଏନ୍‌ପିଭି ଟିକା ଦିଆଯାଇଥିଲା। ନବରଙ୍ଗପୁର ଜିଲ୍ଲାର ୧୨, ୩୭୫ ଜଣ କିଶୋରୀଙ୍କୁ ମାଗଣାରେ ଆଗାମୀ ୩ ମାସ ମଧ୍ୟରେ ଏଚ୍ପିଭି ଟିକା ଦିଆଯିବା ଲକ୍ଷ୍ୟ ରହିଛି। ଯେଉଁ ବାଳିକାମାନେ ୧ ମାର୍ଚ୍ଚ ୨୦୧୧ରୁ ୧ ଜୁନ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବେ ଏବଂ ଯେଉଁମାନଙ୍କୁ ୧୪ ବର୍ଷ କିନ୍ତୁ ୧୫ ବର୍ଷ ସମ୍ପୂର୍ଣ୍ଣ ହୋଇନାହିଁ ସେମାନେ ଏହି ଟିକାକରଣରେ ସାମିଲ ହୋଇପାରିବେ। ଜିଲ୍ଲାର ୧୦ ବ୍ଲକର ୩୦ ସରକାରୀ ସ୍ବାସ୍ଥ୍ୟସଂସ୍ଥା, ୧୮ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ଉପଖଣ୍ଡ ଚିକିତ୍ସାଳୟ ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଏହି ଟିକା ଦିଆଯିବ। ଜରାୟୁ ଗ୍ରୀବା କର୍କଟ ରୋଗର ମୁଖ୍ୟ କାରଣ ସାଜୁଥିବା ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣରୁ ଏହି ଏଚ୍ପିଭି ଟିକା ସୁରକ୍ଷା ଦେବ। ଏହି ଟିକାକରଣ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଯେଭଳି ସାଧିତ ହେବ ସେ ଦିଗରେ କାମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଯାଉଥିବା ସମସ୍ତ ଯୋଗ୍ୟ ବାଳିକା ହିତାଧିକାରୀଙ୍କୁ ଏଚ୍ପିଭି ଟିକା ଦିଆଯିବ। ତା ଉପରେ ବିଶେଷ ପ୍ରଚାର ପ୍ରସାର ସହ ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ୭ଟି ମାତ୍ର । ନବରଙ୍ଗପୁର ବିଧାୟକ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଣେ କିଶୋରୀଙ୍କୁ ଟିକା ଦିଆଯାଇଛି। ଡିଇଓ, ଡିଡବ୍ଲ୍ୟୁଓ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ ଦାୟିତ୍ୱ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ସମସ୍ତ ଯୋଗ୍ୟ କିଶୋରୀ ବାଳିକାଙ୍କୁ ଭବିଷ୍ୟତରେ ଜରାୟୁ ଗ୍ରୀବା କର୍କଟ ରୋଗରୁ ରକ୍ଷା କରିବାକୁ ଶତ ପ୍ରତିଶତ ଟିକାକରଣ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ। ଏଡିପିଏଚ୍ଓ ଡ.ତ୍ରିପାଠୀ ଏଚ୍ପିଭି ଟିକାକରଣ ଅଭିଯାନର ଉଦ୍ଦେଶ୍ୟ ଓ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଉପରେ ମତ ଦେଇଥିଲେ। ଡିପିଏମ୍ ଶଙ୍କର ଆଚାର୍ଯ୍ୟ ସଭା ସଞ୍ଚାଳନ କରିଥିଲେ। ଡିଡବ୍ଲ୍ୟୁଓ ରବୀନ୍ଦ୍ର ପାଲକା, ଡିଆଇପିଆର୍‌ଓ ମନୋଜ ବେହେରା, ଏଡିଡବ୍ଲ୍ୟୁଓ ଭରତ ଚନ୍ଦ୍ର ସାହୁ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ଆରୋଗ୍ୟ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲାସ୍ତରୀୟ ଏଚପିଭି ଟିକାକରଣ ଅଭିଯାନ ଶୁଭାରମ୍ଭ - Srishti News