ସଚେତନତା ପରେ ବି ଚେତିଲେନି ଲୋକେ, ଚାଲିଛି ଗଛକଟା, ଜଳୁଛି ଜଙ୍ଗଲ
Nabarangpur (ନବରଙ୍ଗପୁର)ଗୋବିନ୍ଦ ତ୍ରିପାଠୀFebruary 28, 2026119 views

କଲ୍ୟାଣସିଂହପୁର, ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ପରେ ବି ଚେତିଲେନି ଲୋକେ । ୪ ଦିନ ଯାଇନି ଜଙ୍ଗଲରେ ପୁଣି ଲଗାଯାଇଛି ନିଆଁ ଆଉ ଅବାଧରେ ଚାଲିଛି ଗଛକଟା। ଏ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ପାର୍ସାଲି, ସୁନାଖଣ୍ଡି ଓ ଶିକରପାଇ ଅଞ୍ଚଳରେ। ଏହାକୁ ନେଇ ପରିବେଶବିତ୍ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବନ ବିଭାଗ କାର୍ଯ୍ୟକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ବନ ବିଭାଗ ପକ୍ଷରୁ ରାଲି ଓ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦିଆଯାଉଛି। ଅନ୍ୟପଟେ ଜଙ୍ଗଲ ସମ୍ପଦ ନଷ୍ଟ ପଛରେ କେତେକ ଅସାଧୁ କର୍ମଚାରୀ ହାତ ଥିବା ସନ୍ଦେହ ସୃଷ୍ଟି କରିଛି। ସୂଚନାଥାଉକି, ଗତ ୨୦ ତାରିଖରେ ଜଙ୍ଗଲ ସମ୍ପଦର ସୁରକ୍ଷା ଏବଂ ବନାଗ୍ନି ରୋକିବା ପାଇଁ ବନ ବିଭାଗ ତରଫରୁ ସଚେତନତା ବାଇକ୍ ରାଲି ଆୟୋଜିତ ହୋଇଥିଲା। ଏହାର ୪ ଦିନ ଯ।ଇନି ପାର୍ସଲି, ସୁନାଖଣ୍ଡି ଓ ଶିକରପାଇ ପଞ୍ଚୟତ ତଳସଜା ଜଙ୍ଗଲରେ ନିଆଁ ଲଗାଯାଇଛି। ସେହିପରି ନ।ରାୟଣପୁର, କରପା ଓ ସୁମଖଣ୍ଡି ପାହାଡ଼ ଅଞ୍ଚଳରେ ମଧ୍ଯ ଜଙ୍ଗଲରେ ନିଆଁ ଲଗଯାଇଛି । ଯ।ହାକି ଅତ୍ଯନ୍ତ ପରିତାପର ବିଷୟ। ସ୍ଥାନୀୟ ଲୋକେ କହିଛନ୍ତି,
କେବଳ ସଚେତନତା ବାଇକ୍ ରାଲି କରାଗଲେ ହେବନି। ଏଥିପାଇଁ ବନ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ନିଆଯିବା ଆବଶ୍ୟକ। ନିୟମିତ ଚଢ଼ଉ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଯଦି ଉଚିତ୍ ସମୟରେ ପଦକ୍ଷେପ ନନେଲେ ଏହାର ପ୍ରଭାବ ପରିବେଶ, ବନ୍ୟପ୍ରାଣୀ ଓ ସ୍ଥାନୀୟ ଜୀବିକା ଉପରେ ପଡ଼ିବ ବୋଲି ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏ ସମ୍ପର୍କରେ ଆମେ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ନନ୍ଦ ପରିଡ଼ାଙ୍କୁ ପଚାରିବାରୁ କହିଛନ୍ତି, କେହି ନିଆଁ ଲାଗିବା ଏବଂ ଗଛ କଟା କଟା ସ୍ଥାନରେ ଫରେଷ୍ଟର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। । ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।
