ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସର କାର୍ଯ୍ୟାନୁଷ୍ଠାନ, ଅଭ୍ୟାସଗତ ଅପରାଧୀ ଗିରଫ
Ganjam (ଗଞ୍ଜାମ)ରିପୋର୍ଟ ଦୀପଜ କୁମାର ଚୌଧୁରୀOctober 16, 202632 views

ବ୍ରହ୍ମପୁର, ୧୫/୧୦( ) : ଠକେଇ, ମାଡ଼ମାର ଓ ଧମକ ଦେବା ମାମଲାରେ ବଡ଼ବଜାର ଥାନା ପୋଲିସ ଜଣେ ଅଭ୍ୟାସଗତ ଅପରାଧୀକୁ ଶୁକ୍ରବାର ଗିରଫ କରିଛି। ସୂଚନା ଅନୁଯାୟୀ,ଗତ ୦୬.୦୯.୨୦୨୬ ରେ ଜଣେ ମହିଳା ବଡ଼ବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସେହି ଅଭିଯୁକ୍ତ ବିରୁଦ୍ଧରେ ବଡ଼ବଜାର ଥାନା କେସ୍ ନଂ ୧୭୦/୨୦୨୬ (୧୧.୦୩.୨୦୨୬) ରୁଜୁ ହୋଇଥିଲା। ଜାମିନରେ ବାହାରିବା ପରେ ଅଭିଯୁକ୍ତ ପୁଣି ପୀଡ଼ିତାଙ୍କୁ ବିବାହ ବାହାନାରେ ସମ୍ପର୍କ ରଖିଥିଲା। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଔଷଧ ଦେଇ ଗର୍ଭପାତ କରାଇଥିଲା ଏବଂ ୦୬.୦୯.୨୦୨୬ ରେ ତା ଘର ପାଖରେ ପୀଡ଼ିତା ଓ ତାଙ୍କ ମାଆଙ୍କୁ ମାଡ଼ ମାରିବା ସହ ବିବାହ କରିବାକୁ ମନା କରି ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲା। ଏହି ଆଧାରରେ ବଡ଼ବଜାର ଥାନା କେସ୍ ନଂ ୬୭୦/୨୦୨୬ U/s ୮୯, ୧୧୫(୨), ୨୩୨(୨), ୩୫୧(୩) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ରୁଜୁ ହୋଇଛି। ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମୟରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି, ସାକ୍ଷୀଙ୍କ ବୟାନ ଭାରତୀୟ ନ୍ୟାୟ ସଂହିତା ଧାରା ୧୮୦ ଅନୁଯାୟୀ ନେଇଛି, ପୀଡ଼ିତାଙ୍କ ବୟାନ ଅଡିଓ-ଭିଡିଓ ମୋଡ୍ ରେ ରେକର୍ଡ କରି କୋର୍ଟରେ ବିଏନଏସଏସ ଧାରା ୧୮୩ ଅନୁଯାୟୀ ରେକର୍ଡ କରାଇଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ସମ୍ପୃକ୍ତ କାଗଜପତ୍ର ଓ ଔଷଧ କଭର ଜବତ କରାଯାଇଛି। ପ୍ରାଥମିକ ପ୍ରମାଣ ଆଧାରରେ ସୁପ୍ରିମକୋର୍ଟଙ୍କ ସମସ୍ତ ଗାଇଡଲାଇନ୍ ପାଳନ କରି ଅଭିଯୁକ୍ତକୁ ଶୁକ୍ରବାର ୧୫.୧୦.୨୦୨୬ ଦିନ ୧୨.୩୦ ରେ ଗିରଫ କରାଯାଇଛି।ଗିରଫଦାରୀର କାରଣ ଜଣାଇ ପରିବାରକୁ ସୂଚନା ଦିଆଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟକୁ ପଠାଯିବା ସହ ମାମଲାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l
