--:--:--
-- ---
Srishti News

ଅନୁଗୋଳ ବନଖଣ୍ଡ ପକ୍ଷରୁ ସଚେତନତା ଓ ଟିକାକରଣ ଶିବିର

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା ,ଅନୁଗୋଳOctober 16, 202643 views
ଅନୁଗୋଳ ବନଖଣ୍ଡ ପକ୍ଷରୁ ସଚେତନତା ଓ ଟିକାକରଣ ଶିବିର
ଛେଣ୍ଡିପଦା: ଅନୁଗୋଳ ବନଖଣ୍ଡ ପକ୍ଷରୁ ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ବଡ଼ବେରେଣା ଗ୍ରାମରେ ଏକ ସଚେତନତା ଓ ଟିକାକରଣ ଶିବିର ଆୟୋଜିତ ହୋଇଛି। ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU), ବନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଦଳର ସହଯୋଗରେ ଆୟୋଜିତ ଏହି ଶିବିରରେ ଗୋରୁଙ୍କୁ ହେମୋରାଜିକ୍ ସେପ୍ଟିସିମିଆ (HS) ରୋଗରୁ ସୁରକ୍ଷା ପାଇଁ ମୋଟ ୧୫୦ ଡୋଜ୍ ଟିକା ଦିଆଯାଇଛି। ଏଥିସହ ଗ୍ରାମବାସୀଙ୍କୁ ନିୟମିତ ଟିକାକରଣ ଓ ପ୍ରାଣୀ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ପଶୁଧନର ସୁରକ୍ଷା ଓ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ସହ ମଣିଷ-ବନ୍ୟଜନ୍ତୁ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।