ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର, ଅନୁଗୋଳ ବନଖଣ୍ଡର ନୂଆ ପଦକ୍ଷେପ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 16, 202641 views

ଅନୁଗୋଳ: ମଣିଷ-ହାତୀ ସଂଘର୍ଷ ହ୍ରାସ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଡ୍ରୋନ୍ ପ୍ରଯୁକ୍ତିର ସହାୟତା ନେଉଛି ଅନୁଗୋଳ ବନଖଣ୍ଡ। ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗତିପଥ, ଜନବସତି ଓ ଚାଷଜମି ନିକଟରେ ସେମାନଙ୍କ ଉପସ୍ଥିତି ଉପରେ ନଜର ରଖାଯାଉଛି।
ଏହାଦ୍ୱାରା ବିପଦପୂର୍ଣ୍ଣ ଅଞ୍ଚଳ ଚିହ୍ନଟ କରିବା ସହ ସ୍ଥାନୀୟ ଲୋକଙ୍କୁ ସମୟୋଚିତ ସତର୍କ ସୂଚନା ଦେବା ସହଜ ହେଉଛି। ଆଧୁନିକ ପ୍ରଯୁକ୍ତି ଓ ଜନସଚେତନତାକୁ ଆଧାର କରି ମଣିଷର ସୁରକ୍ଷା ସହ ହାତୀଙ୍କ ସଂରକ୍ଷଣ ଓ ମଣିଷ-ହାତୀ ସହାବସ୍ଥାନ ପାଇଁ ଅନୁଗୋଳ ବନଖଣ୍ଡର ଏହି ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ।
