ତାଳଚେର ଡେରାରେ ଶାରଦୀୟ ନବରାତ୍ର ଉତ୍ସବ, ଦାଣ୍ଡିଆ ନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳOctober 16, 202652 views

ତାଳଚେର: ପବିତ୍ର ଶାରଦୀୟ ନବରାତ୍ର ଓ ଦଶହରା ଅବସରରେ ମା’ ମହିଷାମର୍ଦ୍ଦିନୀ ତଥା ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଉପଲକ୍ଷେ ତାଳଚେରର ଡେରାଠାରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦାଣ୍ଡିଆ ନୃତ୍ୟ ଆୟୋଜିତ ହୋଇଥିଲା।
ସରପଞ୍ଚ ତଥା ହିନ୍ଦୁ ସମାଜର ସଭାପତି ଗୀତିଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତଥା ସମାଜସେବୀ ବିଭୂତି ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାହୁ, ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନଙ୍କ ସମେତ BSBର ଯୁବକ ବନ୍ଧୁ ଓ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ।
ଏହି ଅବସରରେ ଦାଣ୍ଡିଆ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ପରିବେଶ। ଧାର୍ମିକ ଭାବନା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ବହନ କରିଥିଲା ଏହି କାର୍ଯ୍ୟକ୍ରମ।
