ଅନୁଗୋଳ ଛାତ୍ର ସଂସଦ ନିର୍ବାଚନରେ ABVPର ବିପୁଳ ବିଜୟ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 16, 202654 views

ଅନୁଗୋଳ: ଚଳିତ ବର୍ଷ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୫ଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ABVPର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳ ମହିଳା ମହାବିଦ୍ୟାଳୟ ଓ PSSJ ଡିଗ୍ରୀ କଲେଜରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟ ପରେ ନବନିର୍ବାଚିତ ସଭାପତି, ସମ୍ପାଦକ ଓ ଅନ୍ୟ ପ୍ରାର୍ଥୀମାନେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ।
ଏହି ଅବସରରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କଲେଜର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ପୂର୍ବରୁ ବନ୍ତଳା ଡିଗ୍ରୀ କଲେଜ ଓ ଆଞ୍ଚଳିକ ଡିଗ୍ରୀ କଲେଜରେ ABVPର ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଆଗାମୀ ଦିନରେ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ଉନ୍ନତି ଓ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଏହି ବିଜୟ ପାଇଁ ସହଯୋଗ କରିଥିବା ଦଳୀୟ ନେତୃବୃନ୍ଦ, ବିଜେପି ଯୁବମୋର୍ଚ୍ଚା ଓ ABVPର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଯାଇଛି।
