୬ ମାସ ହେଲା ମିଳୁନି ଦିବ୍ୟାଙ୍ଗ ଭତ୍ତା, ଦୁର୍ଦ୍ଦଶାରେ ପିଙ୍କି ନାୟକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳOctober 16, 202670 views

ବଅଁରପାଳ: ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ। ଦୀର୍ଘ ୬ ମାସ ହେଲା ମିଳୁନି ଭତ୍ତା ଟଙ୍କା। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ପଞ୍ଚାୟତରୁ।
ସୂଚନା ଅନୁଯାୟୀ, ମହୀଧରପୁର ପଞ୍ଚାୟତର ୩୫ ବର୍ଷୀୟା ଦିବ୍ୟାଙ୍ଗ ପିଙ୍କି ନାୟକ ଗତ ୬ ମାସ ହେଲା ଭତ୍ତା ଟଙ୍କା ପାଇନାହାନ୍ତି। ଦୈନନ୍ଦିନ ଖର୍ଚ୍ଚ ଓ ଔଷଧ କିଣିବା ପାଇଁ ଭତ୍ତା ହିଁ ତାଙ୍କର ଏକମାତ୍ର ଭରସା। ଏନେଇ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ମଧ୍ୟ ସମାଧାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ଭତ୍ତା ନମିଳିବାରୁ ତାଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ତେବେ କାହିଁକି ଭତ୍ତା ଟଙ୍କା ବନ୍ଦ ରହିଛି ଏବଂ କେବେ ବକେୟା ଟଙ୍କା ମିଳିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ବକେୟା ଭତ୍ତା ପ୍ରଦାନ କରିବାକୁ ଦାବି ହେଉଛି।
