ସାମନ୍ତିଆପଲ୍ଲୀ କଲେଜ ନିର୍ବାଚନରେ ରୋଚକ ଲଢ଼େଇ। ୩ଟି ଆସନ ଏଭିବିପି ଦଖଲ କଲା, ସହସମ୍ପାଦକ ପଦ ଜିତିଲା ବିସିଜେଡି।
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 15, 202697 views

-ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏଭିବିପି ଓ ବିସିଜେଡି ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି। ଚାରିଟି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଏଭିବିପି ତିନୋଟି ଆସନ ହାତେଇଥିବା ବେଳେ ବିସିଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି। ସଭାପତି ପଦରେ ଏଭିବିପି ପ୍ରାର୍ଥୀ ଶଙ୍କର ପ୍ରଧାନ ୧୯୯ ଭୋଟ ପାଇ ବିସିଜେଡି ପ୍ରାର୍ଥୀ ଶବର ଲିମାଙ୍କୁ ୧୦ ଭୋଟରେ ପରାସ୍ତ କରିଛନ୍ତି। ଶବର ଲିମା ୧୮୯ ଭୋଟ ପାଇଥିଲେ। ଉପସଭାପତି ପଦରେ ଈସ୍ପିତା ମିଶ୍ର ୨୦୪ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିସିଜେଡି ପ୍ରାର୍ଥୀ ରେଶମା ପ୍ରଧାନ ୧୮୧ ଭୋଟ ପାଇଥିଲେ। କ୍ରୀଡ଼ା ସମ୍ପାଦକ ପଦରେ ଜଗଦୀଶ ନାୟକ ୧୯୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିସିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ଭୂୟାଁ ୧୮୭ ଭୋଟ ପାଇଥିଲେ। ତେବେ ସହସମ୍ପାଦକ ପଦରେ ନିର୍ବାଚନ ଅଧିକ ରୋଚକ ହୋଇଥିଲା। ବିସିଜେଡି ପ୍ରାର୍ଥୀ ସୁରଜ ରାଉଳ ୧୯୫ ଭୋଟ ପାଇଥିବା ବେଳେ ଏଭିବିପି ପ୍ରାର୍ଥୀ ଶମ୍ଭୁ ପ୍ରଧାନ ୧୯୧ ଭୋଟ ପାଇଥିଲେ। ଫଳରେ ମାତ୍ର ୪ ଖଣ୍ଡ ଭୋଟରେ ସୁରଜ ବିଜୟୀ ହୋଇଥିଲେ। ଚାରିଟି ପଦବୀ ପାଇଁ ଆଠଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଫଳାଫଳରେ ଏଭିବିପି ଅଧିକ ଆସନ ହାସଲ କରିଥିବା ବେଳେ ବିସିଜେଡି ମଧ୍ୟ ଗୋଟିଏ ପଦବୀରେ ବିଜୟ ଲାଭ କରିଛି। ଆସନ୍ତାକାଲି କଲେଜ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଭରତପତି ମହାବିଦ୍ୟାଳୟ ପରିସରରେ ଜରଡା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସକାଳ ସମୟ ଠାରୁ ଉତେଜନା ଦେଖାଯାଇଥିଲା। ଫଳାଫଳ ଘୋଷଣା ସମୟରେ ମହାବିଦ୍ୟାଳୟ ଗେଟ ସାମ୍ନାରେ ସାମାନ୍ୟ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ବୟସ କମ୍ ଥିବା ଗଙ୍ଗା ଯମୁନା ଦୁଇ ପ୍ରାର୍ଥୀ ଙ୍କ ନାକଚ ହୋଇଥିବା ବେଳେ ଡ୍ରାମା ଟିକ୍ ସମ୍ପାଦକ , ଦିବାଧ୍ୟାୟୀ ଛାତ୍ର ସଂସଦ ସଂପାଦକ ପଦବୀ ପ୍ରାର୍ଥୀ ଙ୍କ ଫଳାଫଳ ଘୋଷଣା ନ କରିବାକୁ ହାଇକୋର୍ଟ ଚିଠି କରିଥିବା ଜଣାପଡ଼ିଛି।
