--:--:--
-- ---
Srishti News

ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେଲେ ବୈଶାଖୀ ବିଶ୍ୱାଳ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 15, 202653 views
ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ହେଲେ ବୈଶାଖୀ ବିଶ୍ୱାଳ
ଖୋର୍ଦ୍ଧା: ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ପ୍ରାର୍ଥୀ ବୈଶାଖୀ ବିଶ୍ୱାଳ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ୧୪୮ ଖଣ୍ଡ ଭୋଟରେ ପରାସ୍ତ କରି ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ବୈଶାଖୀଙ୍କ ଏହି ବିଜୟ ପରେ ତାଙ୍କ ସମର୍ଥକ ଓ ବିସିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ସମର୍ଥନ ଓ ଭୋଟରଙ୍କ ରାୟ ତାଙ୍କୁ ଏହି ସଫଳତା ଦେଇଛି।ବୈଶାଖୀ ବିଶ୍ୱାଳଙ୍କ ବିଜୟକୁ ନେଇ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ର ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି।