--:--:--
-- ---
Srishti News

ଅନୁଗୋଳ ବନଖଣ୍ଡ ପକ୍ଷରୁ ସାମୂହିକ ଜଙ୍ଗଲ ଅଧିକାରର ମିଳିତ ଯାଞ୍ଚ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 15, 202646 views
ଅନୁଗୋଳ ବନଖଣ୍ଡ ପକ୍ଷରୁ ସାମୂହିକ ଜଙ୍ଗଲ ଅଧିକାରର ମିଳିତ ଯାଞ୍ଚ
ଅନୁଗୋଳ: ସାମୂହିକ ଜଙ୍ଗଲ ଅଧିକାର (CFR) ସମ୍ବନ୍ଧୀୟ ତଥ୍ୟର ଯାଞ୍ଚ ପାଇଁ ଅନୁଗୋଳ ବନଖଣ୍ଡ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ କ୍ଷେତ୍ର ଯାଞ୍ଚ କରାଯାଇଛି। କଣିହା ରେଞ୍ଜ ଅନ୍ତର୍ଗତ ଝରାବେରଣୀ ଗ୍ରାମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ଯାଞ୍ଚ ଅନୁଷ୍ଠିତ ହୋଇଥିଲା। କଣିହା ତହସିଲର ସୁପରଭାଇଜରଙ୍କ ଉପସ୍ଥିତିରେ ସ୍ଥଳସ୍ତରୀୟ ସ୍ଥିତି ଆକଳନ, ସମ୍ପୃକ୍ତ ରେକର୍ଡ ଯାଞ୍ଚ ଓ ଆବଶ୍ୟକ ତଥ୍ୟର ସତ୍ୟାପନ କରାଯାଇଥିଲା। ଏହି ମିଳିତ ପଦକ୍ଷେପ ଦ୍ୱାରା ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଜଙ୍ଗଲ ଅଧିକାର ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଜଙ୍ଗଲ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଇଛି।