ନିଶା ବିରୋଧୀ ବାର୍ତ୍ତା ନେଇ ଅନୁଗୋଳରେ ପହଞ୍ଚିଲା ଓଡ଼ିଶା ପୋଲିସର ଜାତୀୟ ମୋଟରସାଇକେଲ୍ ରାଲି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 15, 202660 views

ଅନୁଗୋଳ: ଅକ୍ଟୋବର
୧୫ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ପାଳନ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ନିଶା ବିରୋଧୀ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଜାତୀୟ ମୋଟରସାଇକେଲ୍ ରାଲି ଅକ୍ଟୋବର ୧୫ ତାରିଖରେ ଅନୁଗୋଳରେ ପହଞ୍ଚିଛି। ଏହି ରାଲିର ନେତୃତ୍ୱ ନେଇଥିଲେ ଉତ୍ତର-କେନ୍ଦ୍ରାଞ୍ଚଳ ପୋଲିସ ଅଧିକାରୀ ଆଶିଷ କୁମାର ସିଂହ ଏବଂ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ସାମିଲ ହୋଇ ନିଶା ବିରୋଧୀ ଅଭିଯାନକୁ ସମର୍ଥନ ଜଣାଇଥିଲେ।
ଏହି ଅଭିଯାନ ମାଧ୍ୟମରେ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଛି।
“ନିଶାକୁ ନା କୁହନ୍ତୁ, ଜୀବନକୁ ବାଛନ୍ତୁ ଏବଂ ଏକତାର ସହ ଆଗେଇ ଆସନ୍ତୁ” ଏହି ବାର୍ତ୍ତା ନେଇ ରାଲି ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବାର ପ୍ରୟାସ କରିଛି।
