--:--:--
-- ---
Srishti News

ବଅଁରପାଳ ପିଏସ୍‌ଏସ୍‌ଜେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ୪୦୦ରୁ ଅଧିକ ମତଦାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳOctober 15, 202632 views
ବଅଁରପାଳ ପିଏସ୍‌ଏସ୍‌ଜେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ୪୦୦ରୁ ଅଧିକ ମତଦାନ
ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥିତ ପିଏସ୍‌ଏସ୍‌ଜେ ସ୍ନାତକ ମହାବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମୋଟ ୬୨୩ ଜଣ ଭୋଟରଙ୍କ ମଧ୍ୟରୁ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ମତଦାନ କରିସାରିଥିବା ସୂଚନା ମିଳିଛି। ମତଦାନ ପାଇଁ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ପ୍ରତିନିଧି ବାଛିବାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ମତଦାନ ଶେଷ ହେବା ପରେ ନିର୍ବାଚନର ପରବର୍ତ୍ତୀ ପ୍ରକ୍ରିୟା ଅନୁଷ୍ଠିତ ହେବ।