--:--:--
-- ---
Srishti News

ଉଦୟପୁର ପଞ୍ଚାୟତରେ ଭତ୍ତା ବଣ୍ଟନ, ଉପକୃତ ହେଲେ ହିତାଧିକାରୀ

Nayagarh (ନୟାଗଡ଼)ସଞ୍ଜୟ କୁମାର କଅଁର,ନୂଆଗାଁOctober 15, 202621 views
ଉଦୟପୁର ପଞ୍ଚାୟତରେ ଭତ୍ତା ବଣ୍ଟନ, ଉପକୃତ ହେଲେ ହିତାଧିକାରୀ
: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଉଦୟପୁର, ୧୫ ଅକ୍ଟୋବର: ଉଦୟପୁର ପଞ୍ଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବୟସ୍କ ବୃଦ୍ଧବୃଦ୍ଧା ଓ ଅନ୍ୟାନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଭତ୍ତା ପାଇବା ପାଇଁ ପଞ୍ଚାୟତକୁ ଆସିଥିବା ହିତାଧିକାରୀମାନେ ଏହି ସୁବିଧା ପାଇ ଉପକୃତ ହୋଇଛନ୍ତି। ସରକାରଙ୍କ ଏହି ସାମାଜିକ ସୁରକ୍ଷା ଯୋଜନା ଅସହାୟ ଓ ବୟସ୍କ ଲୋକଙ୍କ ପାଇଁ ସହାୟକ ହେଉଛି। ଭତ୍ତା ବଣ୍ଟନ ସମୟରେ ହିତାଧିକାରୀଙ୍କ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।