--:--:--
-- ---
Srishti News

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସଇଁତଲା ଆର ଆଇ

Balangir (ବଲାଙ୍ଗୀର)Krushna Chandra MajhiOctober 15, 2026100 views
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସଇଁତଲା ଆର ଆଇ
ସଇଁତଳା ୧୫/୧୦ /୨୬ ବଲାଙ୍ଗୀର ଜିଲ୍ଲା ସଇଁତଳାର ରାଜସ୍ୱ ନିରୀକ୍ଷକ ଅଲାନ ବେହେରା ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ବାସଗୃହ ଜମିରେ ପରିଣତ କରିବା ପାଇଁ ଗତ ୭ ସେପ୍ଟେମ୍ବର ୨୦୨୬ରେ ଅନଲାଇନରେ ଆବେଦନ କରିଥିଲେ। କିନ୍ତୁ RI ବେହେରା ବିନା କାରଣରେ ଫାଇଲ ଅଟକାଇ ରଖିଥିଲେ। ଫାଇଲ ପ୍ରକ୍ରିୟା କରିବା ପାଇଁ ପ୍ରଥମେ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ପରେ ୩ ହଜାର ଟଙ୍କାକୁ କମାଇ ଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ଯୋଜନା କରି ଆଜି ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି। ତାଙ୍କ ନିକଟରୁ ୩ ହଜାର ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠାବ ପାଇଁ ତାଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୧୯/୨୦୨୬ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି l