କଳିଙ୍ଗନଗରରେ ଶିଳ୍ପ ମହାସମାବେଶ ୩୯ ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ, ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
Jajpur (ଯାଜପୁର)ପ୍ରଦୀପ କୁମାର ପୃଷ୍ଟି, ବ୍ୟାସନଗରOctober 15, 202652 views

ବ୍ୟାସନଗର / କଳିଙ୍ଗନଗର, ୧୪ ଅକ୍ଟୋବର ୨୦୨୬
ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି। ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଆୟୋଜିତ ବିରାଟ ଶିଳ୍ପ ସମାରୋହରେ ଯୋଗଦେଇ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ରାଜ୍ୟର ୧୪ଟି ଜିଲ୍ଲାରେ ୩୯ ହଜାର ୩୮୩ କୋଟି ଟଙ୍କାର ପୁଞ୍ଜିନିବେଶରେ ୪୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରାଯାଇଛି। ଏହାଦ୍ୱାରା ୪୨ ହଜାର ୫୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି |
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ସହ ଯୁବକଯୁବତୀଙ୍କୁ ରାଜ୍ୟରେ ରୋଜଗାର ଯୋଗାଇଦେବା ସରକାରଙ୍କ ପ୍ରାଥମିକତା। ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି।
ଏହି ସମାରୋହରେ ରାଜ୍ୟର ବହୁ ବରିଷ୍ଠ ମନ୍ତ୍ରୀ, ଜନପ୍ରତିନିଧି ଓ ଶିଳ୍ପପତି ଯୋଗଦେଇଥିଲେ।
