ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବୀପତ୍ର ପ୍ରଦାନ
Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ବଲାଙ୍ଗୀରOctober 13, 202695 views

ବଲାଙ୍ଗୀର :-୧୩/୧୦/୨୬ ଅଲ ଓଡିଶା ଲେଡିସ ୱାର୍କର ସଙ୍ଘର ଆହ୍ୱାନ କ୍ରମେ ଗତକାଲି ୧୨ତାରିଖ ବଲାଙ୍ଗୀର ଜିଲ୍ଲା ଅଙ୍ଗନୱାଡିକର୍ମୀ ସଙ୍ଘ ପକ୍ଷରୁ ଏକ ବିଶାଳ ରେଲିକରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ବିଭିନ୍ନ ଦାବୀନେଇ ଏକ ଦଶ ଦଫା ଦାବିପତ୍ର ପ୍ରଦାନ କରିଥିଲେ l ତାଙ୍କର ପ୍ରମୁଖ ଦାବିଥିଲା ୫୫ବର୍ଷରେ ଅଙ୍ଗନୱାଡି କର୍ମୀଙ୍କ ସେବାସମୀକ୍ଷା ଚିଠିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ l ପ୍ରଚଳିତ ନିୟମ ଅନୁଯାୟୀ ୬୨ବର୍ଷ ପର୍ଯ୍ୟନ୍ତ ନିରବଛିନ୍ନ ସେବା ସୁନିଶ୍ଚିତ କରିବା ସହ ବାଧ୍ୟତାମୂଳକ ସେବା ବିରତି ବ୍ୟବସ୍ଥା ଉଛେଦ କରାଯାଉ l ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ମାନଦେୟ ବୃଦ୍ଧି କରାଯାଉ ଏବଂ ଅବସର ପରେ ପେନସନ, ଗ୍ରାଚ୍ୟୁଟି ଓ ଉପଯୁକ୍ତ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ l ଅନାବଶ୍ୟକ କାର୍ଯ୍ୟଭାର ହ୍ରାସ କରିବା ସହିତ ଦୀର୍ଘବର୍ଷର ଅଭିଜ୍ଞତା ଓ ସେବାକୁ ସମ୍ମାନଦେଇ କର୍ମୀଙ୍କୁ ସେବା ସୁରକ୍ଷା ନିଶ୍ଚିତ କରାଯାଉ l ଦାବୀ ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଚେତାବନୀ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ଥିଲେ l
