ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ: ୧୦୦୦ ଟଙ୍କା ଟପିଲା ଏଲପିଜି ଗ୍ୟାଷ ଦର, ଭତ୍ତା ପାଉଥିବା ଲୋକେ କିଣିବେ କେମିତି?
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼October 13, 202668 views

ଦିନକୁ ଦିନ ବଢ଼ିବାରେ ଲାଗିଥିବା ଅସହ୍ୟ ମହଙ୍ଗା ମାଡ଼ ଏବେ ଗାଁ ଗହଳିର ସାଧାରଣ ଓ ଗରୀବ ଲୋକଙ୍କ ଜୀବନଯାତ୍ରାକୁ ଅତିଷ୍ଠ କରିପକାଇଛି। ଗ୍ରାମାଞ୍ଚଳରେ ରୋଷେଇ ଗ୍ୟାଷ ସିଲିଣ୍ଡର ଦର ଏବେ ୧୦୦୦ ଟଙ୍କା ଅତିକ୍ରମ କରିଥିବାରୁ ସାଧାରଣ ପରିବାର ପାଇଁ ଏହାକୁ କିଣିବା ଅସମ୍ଭବ ହୋଇପଡ଼ିଛି।
ଫଳରେ ପୁଣିଥରେ ଚୁଲି ଜାଳିବା ପାଇଁ ଲୋକଙ୍କୁ ଜଙ୍ଗଲ କିମ୍ବା ଗାଁ ଆଖପାଖରୁ କାଠ ସଂଗ୍ରହ କରିବାକୁ ପଡ଼ୁଛି। ବାଧ୍ୟ ହୋଇ ଲୋକେ କାଠକୁ ଏକତ୍ର କରି ରୋଷେଇ କାମ ଚଲାଉଛନ୍ତି। ବିଶେଷ କରି ବାର୍ଦ୍ଧକ୍ୟ, ବିଧବା କିମ୍ବା ଭିନ୍ନକ୍ଷମ ଭତ୍ତା ପାଉଥିବା ଅସହାୟ ବ୍ୟକ୍ତି ଓ ନିଷ୍କାମ ଶ୍ରମଜୀବୀମାନେ ଏଭଳି ସ୍ଥିତିରେ କିଭଳି ଏତେ ଦରଦାମ ଦେଇ ଗ୍ୟାଷ କିଣିବେ ଏବଂ ନିଜ ପରିବାର ପ୍ରତିପୋଷଣ କରିବେ, ସେ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗ୍ୟାଷ ଦରର ଏପରି ଅନ୍ତର୍ଧ୍ୱନୀ ବୃଦ୍ଧି ଯୋଗୁଁ ସରକାରୀ ସହାୟତା ଉପରେ ନିର୍ଭର କରୁଥିବା ଗରୀବ ଶ୍ରେଣୀର ଲୋକେ ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି। ଏହି ଜ୍ୱଳନ୍ତ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
