--:--:--
-- ---
Srishti News

ଅଜଣା ରୋଗରେ ପୀଡ଼ିତ ନିହାରଙ୍କୁ ସହାୟତାର ହାତ ବଢ଼ାଇଲେ ଜିଲ୍ଲାପାଳ, ଏସ୍‌ପି ଓ ତହସିଲଦାର

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 12, 202669 views
ଅଜଣା ରୋଗରେ ପୀଡ଼ିତ ନିହାରଙ୍କୁ ସହାୟତାର ହାତ ବଢ଼ାଇଲେ ଜିଲ୍ଲାପାଳ, ଏସ୍‌ପି ଓ ତହସିଲଦାର
ରେଡକ୍ରସ ପାଣ୍ଠିରୁ ୨୫ ହଜାର, ଏସ୍‌ପି ଓ ତହସିଲଦାର ଦେଲେ ୫ ହଜାର ଲେଖାଏଁ ଟଙ୍କା ଖୋର୍ଦ୍ଧା: ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ! ଅଜଣା ରୋଗରେ ପୀଡ଼ିତ ହୋଇ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମରଦାବାଡ଼ି ଗ୍ରାମର ନିହାର ବେହେରା। ରୋଗ ଯନ୍ତ୍ରଣା ମଧ୍ୟରେ ଆର୍ଥିକ ସହାୟତା ଆଶାରେ ସେ ଆଜି ବୋଲଗଡ଼ ବ୍ଲକଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିରରେ ପହଞ୍ଚିଥିଲେ। ନିହାରଙ୍କ ଦୁଃଖ ଓ ଅସହାୟତା ସମ୍ପର୍କରେ ଜାଣିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କୁ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେହିପରି ଖୋର୍ଦ୍ଧା ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଏବଂ ବୋଲଗଡ଼ ତହସିଲଦାର ବିଜୟ ସେଠୀ ମାନବିକତାର ପରିଚୟ ଦେଇ ନିଜ ନିଜ ପକ୍ଷରୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏଭଳି ଦୁର୍ଦ୍ଦିନରେ ନିହାରଙ୍କୁ ମିଳିଥିବା ଏହି ସହାୟତା ତାଙ୍କ ପାଇଁ କିଛିଟା ଆଶ୍ୱାସନା ଆଣିଦେଇଛି। ଅସହାୟ ଓ ରୋଗାକ୍ରାନ୍ତ ଲୋକଙ୍କ ଦୁଃଖ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ସହଯୋଗ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି।ତେବେ ଅଜଣା ରୋଗରେ ପୀଡ଼ିତ ନିହାରଙ୍କ ଉତ୍ତମ ଚିକିତ୍ସା ଓ ସୁସ୍ଥତା ପାଇଁ ଆଗକୁ ଆହୁରି ସହଯୋଗ ମିଳିବ ବୋଲି ଆଶା କରାଯାଉଛି।