--:--:--
-- ---
Srishti News

ଜଙ୍କିଆ ମହାବୀର ପୀଠର ମହନ୍ତ ପିତାମ୍ବର ଦାସ ମହାରାଜଙ୍କ ପରଲୋକ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 12, 202653 views
ଜଙ୍କିଆ ମହାବୀର ପୀଠର ମହନ୍ତ ପିତାମ୍ବର ଦାସ ମହାରାଜଙ୍କ ପରଲୋକ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆସ୍ଥିତ ମହାବୀର ପୀଠର ମହନ୍ତ ଶ୍ରୀ ଶ୍ରୀ ପିତାମ୍ବର ଦାସ ମହାରାଜଙ୍କର ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ମହାବୀର ପୀଠର ଭକ୍ତମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମହନ୍ତଙ୍କ ନିଜ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମହାବୀର ପୀଠର ବହୁ ଭକ୍ତ ତାଙ୍କ ଗ୍ରାମକୁ ଯାଇ ମହାରାଜଙ୍କ ଶେଷ ଦର୍ଶନ କରିବା ସହ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ।ମହନ୍ତ ପିତାମ୍ବର ଦାସ ମହାରାଜଙ୍କ ବିୟୋଗରେ ଭକ୍ତମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କର ଆତ୍ମାର ସଦ୍‌ଗତି କାମନା କରିବା ସହ ଭକ୍ତମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।