ବନ୍ୟାଅଞ୍ଚଳ ଗଣ ମୁକ୍ତି ଅଭିଯାନ
Jajpur (ଯାଜପୁର)ବରୀ ରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟOctober 12, 202628 views

ଯାଜପୁର ଜିଲ୍ଲା ବରୀ ବ୍ଲକ ମନ୍ଦରୀ ପଞ୍ଚାୟତ ଠାରେ ବନ୍ୟାଅଞ୍ଚଳ ଗଣ ମୁକ୍ତି ଅଭିଯାନ ଅନୁଷ୍ଠିତ ହୋଇଯାଇଛି
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ନିମାଇଁ ଚରଣ ରାୟ, ଅରବିନ୍ଦମହାନ୍ତି(ପୂର୍ବତନଚିପଇଞ୍ଜିନିଅର),ଅରବିନ୍ଦ ବେହେରା, ଆଶୁତୋଷ ପରିଡା, ଦେବେନ୍ଦ୍ର ଦାସ, ନୀଳମଣି ସାମଲ, ଅଶୋକ ସାମଲ, ମନୋଜ ଦାସ, ଅନିରୁଦ୍ଧ ମଲ୍ହ, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦାନ କରି କିଭଳି ସମସ୍ୟା ର ସମାଧାନ ହୋଇ ପାରିବ ଆଲୋକ ପାତ କରିଲେ |ଵନ୍ୟା ପରାଧୀନତାରୁ ମୁକ୍ତି ପାଇଁ ନବସୁତ୍ରୀ ପ୍ରସ୍ତାବ, କାର୍ଯ୍ୟକ୍ଷମ କରିବେ କି ସରକାର? ସୂଚନା ମୁତାବକ ଆଜି ବରୀ ବ୍ଲକ ଚନ୍ଦନପୁର ପଞ୍ଚାୟତ,ଅଜାଣ ଛକ ନିକଟସ୍ଥ ଶୁକଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ,ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ପକ୍ଷରୁ ଆୟୋଜିତ ଖୋଲାମଞ୍ଚରେ ଏଭଳି କିଛି ଝଲକ ଦେଖିବାକୁ ମିଳିଛି। ଯାହାକୁ ଆଜିଯାଏଁ ସରକାର କରିପାରିନାହାନ୍ତି, ତାହାରି ଉପରେ ଜନସମୂହ ଓ ଯନ୍ତ୍ରୀ,ଅଭିଜ୍ଞ ବ୍ୟକ୍ତିବିଶେଷ,ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରଶ୍ନୋତ୍ତର ପରେ ସରକାରଙ୍କ ନିକଟରେ ଦାବି ଓ ଆନ୍ଦୋଳନ ପାଇଁ ଧର୍ମଶାଳାରୁ ଆଳି ପର୍ଯ୍ୟନ୍ତ, ୯ଟି ବ୍ଲକର ଲୋକମାନେ ବୈପ୍ଲବିକ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି।
