--:--:--
-- ---
Srishti News

ପୁରେନାରେ କୋଶଲ କଳାକାର ସଂଘର ବାର୍ଷିକ ଉତ୍ସବ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 12, 202618 views
ପୁରେନାରେ କୋଶଲ କଳାକାର ସଂଘର ବାର୍ଷିକ ଉତ୍ସବ
ପାଇକମାଳ-ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମରେ କୋଶଲ କଳାକାର ସଂଘ, ନୃସିଂହନାଥର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଟାଇଲ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ମହିଳା ଓ ପୁରୁଷ କଳାକାର ଯୋଗଦେଇ ନିଜ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉତ୍ସବ ପ୍ରାରମ୍ଭରେ ଅଙ୍ଗନଦୀରୁ ପବିତ୍ର ଜଳପୂର୍ଣ୍ଣ କଳସ ଆଣି ଗ୍ରାମ ପରିକ୍ରମା କରାଯିବା ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ହୋଇଥିଲା। ରାତ୍ର ରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉତ୍ସବର ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଭାବନା ସିଂ, ବରତୁଣ୍ଡ ସରପଞ୍ଚ ରୀତା ସୁନା, ବିଧାୟିକା ପ୍ରତିନିଧି ହୃଦାନନ୍ଦ ବାରିକ, ମାଣ୍ଡୋସିଲ ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ୍,ସମାଜ ସେବୀ ଗୋବିନ୍ଦ ସୁନା, ନାରୀନେତ୍ରୀ କୌଶଲ୍ୟା ଧରୁଆ ଯୋଗଦେଇଥିଲେ । ଲୋକକଳାର ସୁରକ୍ଷା, କଳାକାରଙ୍କ ପ୍ରତିଭାର ବିକାଶ ଏବଂ ପାରମ୍ପରିକ କଳାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ସଂଘର ଏହି ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ମାୟାରାମ ଡନସନା, ଫକୀର ମୋହନ ମହାନ୍ତି, ଗଣପତି ଦାଉ, ଗୌରେସନ ଧରୁଆ, ସୁନାକର ମହାନ୍ତି ଓ ଯୁଗନ୍ତିନ ପୁଟାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବରଗଡ଼ ଧନୁଯାତ୍ରାରେ ବାସୁଦେବ ଭୂମିକାରେ ଅଭିନୟ କରୁଥିବା ମନୋଜ ସାହୁ, ଆଦର୍ଶ ସାମ୍ବାଦିକ ଭାବେ ଧୀରେନ ମହାନ୍ତି, ନୃସିଂହନାଥ କଳା ପରିଷଦ ଓ କୋଶଲ କଳାକାର ସଂଘର ସମ୍ପାଦକ ପାନାଲାଲ ସେଠଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏଥିସହ ଉପସ୍ଥିତ କଳାକାରମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ନରୋତ୍ତମ ଦାସ, ଜେନା ମାହାର, ପଦ୍ମନ ପ୍ରଧାନଙ୍କ ସମେତ ପୁରେନା ଜୟ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ, ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀ ଓ ରାଧାମାଧବ କୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ସହଯୋଗ କରିଥିଲେ। ସୁରେଶନ ଭୋଇ, ଦୟାନନ୍ଦ ମାଝୀ, ହେମନ୍ତ ଭୋଇ, କୀର୍ତ୍ତନ ଦାଉ, ଆନନ୍ଦ ପୁଟା, ଗଜରାଜ ଡନସନା, ଅଲଖ ଧରୁଆ, କୁନ୍ତୀ ବିଶ୍ୱାଳ, ହରେକୃଷ୍ଣ ଡନସନା, ଲବ୍ରୁ ହଂସ, ଦେବାନନ୍ଦ ପୁଟା, ଚନ୍ଦ୍ରଧ୍ୱଜ ବାରିକ, ଅର୍ଜୁନ ଧରୁଆ, ଫିରୋଜ ନାୟକ, ନରେନ୍ଦ୍ର ଦାଉ, ଡୋଲାମଣି ସିଂ, ବଳରାମ ପୁଟା, ଆକାଶ ଡନସନା, ଦୀନବନ୍ଧୁ ଦାଉଙ୍କ ସମେତ ଅନେକ କଳାକାର ଓ ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା ।ପରିଶେଷରେ ସଂଘର ସମ୍ପାଦକ ପାନାଲାଲ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।