--:--:--
-- ---
Srishti News

ରେଙ୍ଗାଳବାହାଳରେ ବାବା ନିଗମେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ

Deogarh (ଦେଓଗଡ଼)ରିପୋର୍ଟ:- ନରୋତ୍ତମ ପରିଡ଼ା, ବାରକୋଟOctober 12, 202678 views
ରେଙ୍ଗାଳବାହାଳରେ ବାବା ନିଗମେଶ୍ବର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ
ଦେବଗଡ଼ ( ତା -୧୨-୧୦-୨୦୨୬) :- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ର ରେଙ୍ଗାଳବାହାଳ ଗ୍ରାମରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଦେବଗଡ଼ ଜିଲ୍ଲା ଭାରତ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ ଫିତା କାଟିଥିଲେ ଏବଂ ତତ୍ ପରେ ଖେଳାଳି ମାନଙ୍କୁ କରମର୍ଦନ ମାଧ୍ୟମରେ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ କୁଣ୍ଡାପିଠା ଓ ମାଲ୍ୟଗିରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ କୁଣ୍ଡାପିଠା ୧-୦ ଗୋଲ୍ ରେ ବିଜୟ ଲାଭ କରିଥିଲା। ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ସିଙ୍ଗୁରୀ ଓ ବାଲିରଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ସିଙ୍ଗୁରୀ ୧-୦ ଗୋଲ୍ ରେ ବିଜୟ ଲାଭ କରିଥିଲା। ଏହି ଦୁଇ ମ୍ୟାଚ୍ ର ଶେଷରେ ଉକ୍ତ ଖେଳାଳି ମାନଙ୍କର ବିଶ୍ରାମ ଏବଂ ଦର୍ଶକ ଙ୍କୁ ଅଟକାଇ ରଖିବା ପାଇଁ ଗୋଟିଏ ୧୭ ବର୍ଷ ରୁ କମ ବୟସର ଖେଳାଳି ଙ୍କୁ ନେଇ ଏକ ମ୍ୟାଚ୍ କରାଯାଇଥିଲା ଯାହାକି ଦଣ୍ଡାସିଂହା ଓ ରେଙ୍ଗାଳବାହାଳ ମଧ୍ୟରେ ହୋଇଥିଲା ତେବେ ଏହି ମ୍ୟାଚରେ ଦଣ୍ଡାସିଂହା ବିଜୟ ଲାଭ କରି ପୁରସ୍କୃତ ହୋଇଥିଲା । ଶେଷରେ ଫାଇନାଲ ମ୍ୟାଚ କୁଣ୍ଡାପିଠା ଓ ସିଙ୍ଗୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସିଙ୍ଗୁରୀ ଦଳ ଗୋଟିଏ ଗୋଲ୍ ସ୍କୋର କରି ବିଜୟ ଲାଭ କରିଥିଲା । ଶେଷରେ ପ୍ରାଇଜ୍ ବଣ୍ଟନ କରାଯାଇଥିଲା । ବିଜୟୀ ପ୍ରାର୍ଥୀ ସିଙ୍ଗୁରି ଦଳକୁ ଟ୧୫୦୦୦/- ଓ ଟ୍ରଫି ଏବଂ କୁଣ୍ଡାପିଠା ଦଳକୁ ଟ୧୨୦୦୦/- ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏସବୁ କାମ ବାବା ନିଗମେଶ୍ବର ଫୁଟବଲ କ୍ଲବ୍ ର ସଭାପତି ମାନସ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏବଂ ତାଙ୍କର ସମସ୍ତ ସଭ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିବାରୁ ବରିଷ୍ଠ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ହର୍ଷବର୍ଦ୍ଧନ ସାହୁ ଏବଂ କବିଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।