ଜୀବନ ବାର୍ତ୍ତା: ସଙ୍ଗତର ପ୍ରଭାବ ଓ ପରିବର୍ତ୍ତନ
Bhubaneswar (ଭୁବନେଶ୍ୱର)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼October 12, 202629 views

"ପାଣିର ରୂପ ଯେମିତି ପରିସ୍ଥିତି ଅନୁସାରେ ବଦଳେ,
ଜୀବନ ବି ସେମିତି ସଙ୍ଗତ ଅନୁସାରେ ଗତି କରେ"
ପ୍ରକୃତି ଆମକୁ ସବୁବେଳେ ଜୀବନଜିଇଁବାର ସଠିକ୍ ମାର୍ଗ ଦେଖାଇଥାଏ। ଯେପରି ଗୋଟିଏ 'ପାଣି' ଅଲଗା ଅଲଗା ପରିସ୍ଥିତି ଓ ପରିବେଶରେ ନିଜର ନାମ ଓ ସ୍ୱରୂପ ବଦଳାଇଥାଏ—
ଆକାଶରୁ ପଡ଼ିଲେ: ବର୍ଷା
ତଳୁ ଉପରକୁ ଉଠିଲେ: ବାଷ୍ପ
ଦେହରୁ ବହିଲେ: ଝାଳ
ଆଖିରୁ ଗଡ଼ିଲେ: ଲୁହ
ଠାକୁରଙ୍କ ପାଦରୁ ବହିଲେ: ପାଦୁକା
ନଦୀରେ ପ୍ରବାହିତ ହେଲେ: ପାଣି / ଜଳ
କଠିନ ହେଲେ: ବରଫ
ଠିକ୍ ସେହିପରି, ମଣିଷର ଜୀବନ ମଧ୍ୟ ତା’ର ପରିବେଶ ଓ ସଙ୍ଗତ ଉପରେ ନିର୍ଭର କରେ। ଆମେ କେଉଁ ପ୍ରକାରର ମଣିଷଙ୍କ ସହ ମିଶୁଛେ, ତାହା ଆମ ଚିନ୍ତାଧାରା, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତକୁ ନିର୍ଦ୍ଧାରଣ କରିଥାଏ। ଉତ୍ତମ ସଙ୍ଗତ ଜୀବନକୁ ସୁନ୍ଦର ଓ ସଫଳ କରିଥାଏ।
