ଜୟଦେବ ବିହାର–ନନ୍ଦନକାନନ NH ରାସ୍ତାରେ ବିପଦଜନକ ଅବସ୍ଥା, ଦୁର୍ଘଟଣା ଆଶଙ୍କା
Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନOctober 12, 202647 views

ଭୁବନେଶ୍ୱର: ଜୟଦେବ ବିହାର–ନନ୍ଦନକାନନ ଜାତୀୟ ରାଜପଥରେ ରାସ୍ତାକଡ଼ରେ ଥିବା ସ୍ଲାବ୍ର ଅବସ୍ଥା ଯାତାୟାତ ପାଇଁ ବିପଦ ସୃଷ୍ଟି କରୁଛି। ଫଟୋରେ ଦେଖାଯାଉଥିବା ସ୍ଥାନରେ ସ୍ଲାବ୍ ଉପରିଭାଗ ଭାଙ୍ଗିରୁଜି ଯାଇଥିବା ସହ କେତେକ ସ୍ଥାନରେ ଲୁହା ରଡ୍ ବାହାରକୁ ଦେଖାଯାଉଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ପଥଚାରୀ ଓ ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ରହିଛି।
ଏହି ରାସ୍ତାରେ ପ୍ରତିଦିନ ବହୁ ଲୋକ ଯାତାୟାତ କରୁଥିବାରୁ ଏଭଳି ବିପଦଜନକ ଅବସ୍ଥାକୁ ଅଣଦେଖା କରିବା ଠିକ୍ ନୁହେଁ। ବିଶେଷକରି ରାତି ସମୟରେ ଏହି ସ୍ଥାନ ଦୁର୍ଘଟଣାର କାରଣ ହୋଇପାରେ।
ତେଣୁ ସମ୍ପୃକ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନ ତୁରନ୍ତ ଏହି ସ୍ଥାନର ମରାମତି କରିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି। ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
