ଗରିବ ଅସହାୟ ମାଆଙ୍କ ପାଖରେ ପହଞ୍ଚିଲେ ସମାଜସେବୀ ଅଭିମନ୍ୟୁ ସାହୁ, ୧୦ ହଜାର ଟଙ୍କା ସହ ଶୁଖିଲା ଖାଦ୍ୟ ପ୍ରଦାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 12, 202696 views

ଅନୁଗୋଳ: ଗରିବ ଅସହାୟ ମାଆଙ୍କ ଦୁଃଖ ବୁଝି ସହାୟତାର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ବ୍ଲକ ବଲଙ୍ଗ ପଞ୍ଚାୟତର ଜଙ୍ଗଲ ପାହାଡ଼ ଘେରା ବଲଙ୍ଗ ଗାଁର ନିରାଶ ସେଠୀଙ୍କ ସ୍ୱାମୀଙ୍କ ମୃତ୍ୟୁ ଓ ପୁଅର ଅସୁସ୍ଥତା ଯୋଗୁଁ ପରିବାରଟି ଦୁର୍ଦ୍ଦିନରେ କାଳ କାଟୁଛି। ଏହି ଦୁଃଖଦ ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ବଲଙ୍ଗ ଗାଁରେ ପହଞ୍ଚି ନିରାଶ ସେଠୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ଡାଲି, ଚାଉଳ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ଦୁଃସମୟରେ ଅସହାୟ ପରିବାର ପାଖରେ ଛିଡ଼ା ହୋଇଥିବାରୁ ଅଭିମନ୍ୟୁ ସାହୁଙ୍କ ମାନବିକତା ଓ ସେବା ମନୋଭାବକୁ ଗ୍ରାମବାସୀ ଏବଂ ଗାଁର ମାଆମାନେ ପ୍ରଶଂସା କରିଛନ୍ତି।
