ଦଶହରା ପର୍ବ ପୂର୍ବରୁ ଆକ୍ସନ୍ ମୋଡ୍ରେ ଅବକାରୀ ବିଭାଗ - ସ୍ପେସିଆଲ୍ ଡ୍ରାଇଭ୍ରେ ଗଞ୍ଜେଇ ଜବତ ଦୁଇ ଗିରଫ
Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀOctober 11, 202660 views

ଚିକିଟି -- ଦଶହରା ପର୍ବ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ରୋକିବା ଲକ୍ଷ୍ୟରେ ଆକ୍ସନ୍ ମୋଡ୍ରେ ଅବକାରୀ ବିଭାଗ। ବ୍ରହ୍ମପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ପେସିଆଲ୍ ଡ୍ରାଇଭ୍ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ପକ୍ଷରୁ କେ.ନୂଆଗାଁ ଓ ପାଟପୁର ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଅବକାରୀ ଥାନା ଅଧିକାରୀ ସଞ୍ଜୟ ଭୁକ୍ତାଙ୍କ ନେତୃତ୍ୱରେ କେ.ନୂଆଗାଁ ଥାନା ଅନ୍ତର୍ଗତ ଲିଆଖାଇ ଗ୍ରାମ ନିକଟରେ ଚଢ଼ାଉ କରାଯାଇ ୨୦ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ PR-୧୩୩/୨୬-୨୭ ନଂ ରେ ମାମଲା ରୁଜୁ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ପାଟପୁର ଥାନା ଅନ୍ତର୍ଗତ ଆମ୍ବଗାଁ ନିକଟରେ ଅବକାରୀ ଉପ-ଅଧୀକ୍ଷିକା ସ୍ନେହଲତା ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ୯ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ କେସ୍ ନଂ ୫୪/୨୬-୨୭ ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟ ମାମଲାରେ ମୋଟ ୨୯ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇ ଜଣଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ଉକ୍ତ ଚଢ଼ାଉ ବେଳେ ଅବକାରୀ ବିଭାଗର କର୍ମଚାରୀ ପୃଥ୍ୱୀରାଜ ସ୍ୱାଇଁ, ଦିବ୍ୟ ରଞ୍ଜନ କହଁର, ସୁକାନ୍ତ କହଁର, ସାହେବ ଶବର ,ପ୍ରଫୁଲ୍ଲ ବେହେରା, ଗୋବିନ୍ଦ ବେହେରା, ସୂର୍ଯ୍ୟନାରାୟଣ ଜେନା ଓ ବସନ୍ତ ପ୍ରଧାନ ସାମିଲ ଥିଲେ।
ଦଶହରା ପର୍ବ କୁ ଦୃଷ୍ଟିରେ ରଖି ଗଞ୍ଜେଇ ସମେତ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର ଏହି ସ୍ପେସିଆଲ୍ ଡ୍ରାଇଭ୍ ରେ ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
