ଜରପଡ଼ାରେ ପକ୍ଷାଘାତ ପୀଡ଼ିତ କହେଁଇ ବେହେରାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ଲୁଲୁ ସେନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 11, 2026113 views

ଅନୁଗୋଳ: ମାନବିକତା ଓ ସମାଜସେବାର ଉଦାହରଣ ସୃଷ୍ଟି କରିଛି ଲୁଲୁ ସେନା। ଅନୁଗୋଳ ଜିଲ୍ଲା ଜରପଡ଼ା ଅଞ୍ଚଳର ୬୫ ବର୍ଷୀୟ କହେଁଇ ବେହେରା ପକ୍ଷାଘାତରେ ପୀଡ଼ିତ ହୋଇ କାମ କରିବାକୁ ଅସମର୍ଥ ଥିବାରୁ ତାଙ୍କ ପରିବାର ଦୈନନ୍ଦିନ ଜୀବନଯାପନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି।
ଏ ସମ୍ପର୍କରେ ତାଙ୍କର ଜଣେ ସମ୍ପର୍କୀୟ ଲୁଲୁ ସେନା ଟିମ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ। ଅନୁରୋଧ ପାଇବା ପରେ ଲୁଲୁ ସେନାର ସଦସ୍ୟମାନେ କହେଁଇ ବେହେରାଙ୍କ ପରିବାର ନିକଟରେ ପହଞ୍ଚି ତାଙ୍କ ସମସ୍ୟା ବୁଝିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରିଥିଲେ।
ଲୁଲୁ ସେନା ପକ୍ଷରୁ କୁହାଯାଇଛି ଯେ, ସମାଜସେବା କୌଣସି ନିର୍ଦ୍ଦିଷ୍ଟ ଗ୍ରାମ କିମ୍ବା ଅଞ୍ଚଳ ମଧ୍ୟରେ ସୀମିତ ନୁହେଁ। ଯେଉଁଠାରୁ ସହାୟତା ପାଇଁ ଅନୁରୋଧ ଆସେ, ସେଠାରେ ପ୍ରଥମେ ପ୍ରକୃତ ସ୍ଥିତି ଓ ଆବଶ୍ୟକତା ଅନୁଧ୍ୟାନ କରାଯାଇଥାଏ। ପରେ ସାମର୍ଥ୍ୟ ଅନୁସାରେ ସହଯୋଗର ହାତ ବଢ଼ାଯାଇଥାଏ।
ଅଞ୍ଚଳ ନୁହେଁ, ମଣିଷର ଦୁଃଖ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଲୁଲୁ ସେନାର ଏହି ମାନବିକ ପଦକ୍ଷେପ ସମାଜ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛି।
