ଭୁବନେଶ୍ୱରରେ ଜଙ୍ଗଲ ଅଧିକାର ଆଇନକୁ ନେଇ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ଲକ୍ଷ୍ମୀଧର ମୁର୍ମୁOctober 7, 202640 views

ଭୁବନେଶ୍ୱର:
ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ଜଙ୍ଗଲ ଅଧିକାର ଆଇନ-୨୦୦୬ର ସଫଳ ରୂପାୟନ ଓ ଆଦିବାସୀମାନଙ୍କ ସାମାଜିକ ନ୍ୟାୟ ଦାବିକୁ ନେଇ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାନବାଧିକାର ସୁରକ୍ଷା ମଞ୍ଚ (MASM), ଓଡ଼ିଶା ଏବଂ ଅନ୍ୟାନ୍ୟ ସହଯୋଗୀ ସଂଗଠନଗୁଡ଼ିକର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ପ୍ରତିନିଧି, ଜଙ୍ଗଲ ସୁରକ୍ଷା କର୍ମୀ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ମଞ୍ଚରେ ଉପସ୍ଥିତ ଥିବା ଅତିଥି ଓ ବକ୍ତାମାନେ ଜଙ୍ଗଲ ଜମି ଉପରେ ପାରମ୍ପରିକ ଅଧିକାର ଏବଂ ଏହାର ସଠିକ୍ କ୍ରିୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଆଦିବାସୀ ଓ ଜଙ୍ଗଲବାସୀଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବହୁ ସଂଖ୍ୟାରେ ସଂଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
