ଝାରବନ୍ଧ କଲେଜରେ ଦଶ ଦିନାତ୍ମକ ଅଗ୍ନିବୀର ଆଶାୟୀ ପ୍ରଶିକ୍ଷଣ ଶିବିର ଉଦଯାପିତ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 7, 202629 views

ଝାରବନ୍ଧ -ବରଗଡ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଦଶ ଦିନାତ୍ମକ ଅଗ୍ନିବୀର ଆଶାୟୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗ୍ରମୋଦୟ ଯୋଜନା ଦ୍ୱାରା ପ୍ରାୟୋଜିତ ଏହି ଶିବିର ରେ ବିଗତ ଦଶ ଦିନ ଧରି ଶିବିର ଚାଲିଥିଲା । ଉଦଯାପନୀ ସଭାରେ ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡ଼ିଓ ପର୍ଶୁରାମ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ତହସିଲଦାର ଅଲେଖ ଘୁଟା ଓ ଥାନା ପ୍ରଭାରୀ ସଞ୍ଜୟ କୁମାର ପରିଡ଼ା ଯୋଗ ଦେଇଥିଲେ । ସଭା ଆରମ୍ଭରେ ରୀତାଞ୍ଜଳୀ ଗୁରୁ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । ଅତିଥି ମାନେ ଶିବିରାର୍ଥି ମାନଙ୍କୁ ଉଦବୋଧନ ଦେଇଥିଲେ । ୩୧ ଜଣ ଶିବିରରେ ରହି ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ନେଇଥିଲେ । ଟ୍ରେନର ଭାବରେ ଜୟକୁମାର ସାହୁ, ଯଜ୍ଞ ସିଂ ସିଦାର, ସୁବାଷ ଚନ୍ଦ୍ର ବାରିକ, ରମେଶ ଗହୀର, ଖଗେଶ୍ୱର ବିଶ୍ୱାଳ, ଜିବେଶ ନିଆଲ, ମହେଶ ବାଗ ଭଳି ପୂର୍ବତନ ଆର୍ମି ଅଫିସର୍ ଶାରୀରିକ ପ୍ରଶିକ୍ଷଣ ଦେଇଥିବା ବେଳେ, ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ମାନସିକ ତାଲିମ ଦେଇଥିଲେ । ପ୍ରତ୍ୟହ ନିମାଇଁ ବାରିକ ଯୋଗ ତାଲିମ ଦେଇଥିଲେ । ଅଶୋକ କୁମାର ହାତୀ ଙ୍କ ନେତୃତ୍ୱରେ ଓ ଦୁର୍ଯୋଧନ ପାଣ୍ଡେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି ତାଲିମ ଶିବିର ସଫଳ କାମ ହୋଇଥିଲା । ଉଦଯାପନୀ ସଭାରେ ଡ଼ଃ ଖ୍ୟାତିମୟ ତ୍ରିପାଠୀ ଙ୍କ ପରିଚାଳନାରେ ପ୍ରଶିକ୍ଷକ ଙ୍କୁ ସମ୍ମାନିତ କରାଯାଇଥିଲା ତଥା ଶିବିରାର୍ଥି ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ ହୋଇଥିଲା । ସଭାରେ ଡଃ ରଶ୍ମି ରଞ୍ଜନ ମହାନ୍ତି, ସାର୍ତ୍ତିକ ସାହୁ, ନବୀନ କୁମାର ମେହେର, ଗଗନ ବିହାରୀ ଡନସନା, ରଶ୍ମି ମହାଲିଙ୍ଗ, ମୁକେଶ ବାଗ, ଚନ୍ଦ୍ରମଣି ବାଗ, କୁନି ସାହା, ବଂଶୀଧର ସେଠୀ, ଅଞ୍ଜନ କୁମାର ବରିହା
ବଲ୍ଲଭ କୁମାର ମିର୍ଦ୍ଧା, ପ୍ରକାଶ ପ୍ରଧାନ, ରୁକ୍ମଣୀ ସାହୁ, ମଦନ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମିନପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
