ବନ୍ତଳାରେ ଗୁଳିକାଣ୍ଡ, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳOctober 7, 2026108 views

ବନ୍ତଳା: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ବନ୍ତଳା ଗ୍ରାମର ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶୁସାନ୍ତ ପ୍ରଧାନ (୩୫) ଗୁରୁତର ଆହତ ହୋଇଥିଲେ।
ତାଙ୍କୁ ପ୍ରଥମେ ବନ୍ତଳା ମେଡିକାଲ ଏବଂ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁସାନ୍ତଙ୍କ ମୃତ୍ୟୁ ଘଟିଛି।
ଘଟଣା ପରେ ବନ୍ତଳା ପୁଲିସ ତଦନ୍ତ ଆରମ୍ଭ କରିଛି। କିଏ ଓ କେଉଁ କାରଣରୁ ଶୁସାନ୍ତଙ୍କୁ ଗୁଳି କରିଥିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ହେବ।
