--:--:--
-- ---
Srishti News

ଗଞ୍ଜାମର ଅଗ୍ରଣୀ ସୁସଂଗଠକ ସ୍ଵର୍ଗତ ହରିହର ଗୌଡ଼ଙ୍କ ଗୋପାଳ ସମାଜ ପ୍ରତି ଅତୁଳନୀୟ ଯୋଗଦାନ

Ganjam (ଗଞ୍ଜାମ)ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼October 6, 202659 views
ଗଞ୍ଜାମର ଅଗ୍ରଣୀ ସୁସଂଗଠକ ସ୍ଵର୍ଗତ ହରିହର ଗୌଡ଼ଙ୍କ ଗୋପାଳ ସମାଜ ପ୍ରତି ଅତୁଳନୀୟ ଯୋଗଦାନ
ଗଞ୍ଜାମ ଜିଲ୍ଲା ବୁରୁପଲ୍ଲୀ ଗ୍ରାମର ବିଶିଷ୍ଟ ସୁସଂଗଠକ ତଥା ସମାଜସେବୀ ସ୍ଵର୍ଗତ ହରିହର ଗୌଡ଼ (ପିତା: ସ୍ଵର୍ଗତ ଅର୍ଜୁନ ଗୌଡ଼) ଗୋପାଳ ସମାଜକୁ ଏକତ୍ରିତ ଓ ସୁସଂଗଠିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ​୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ଵର୍ଗତ ହରିହର ଗୌଡ଼ ୧୯୭୯ ମସିହାରେ 'ପୂର୍ବଗଡ଼ ତଳ ମୁତା' ଗୋପାଳ ସମାଜ ଗଠନ କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ। ସମାଜର ବିକାଶ ଓ ଏକତା ପାଇଁ ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ସେ ସମାଜର ପ୍ରଥମ ସଭାପତି ଭାବେ ମନୋନୀତ ହୋଇଥିଲେ। ସମାଜକୁ ଏକତା ସୂତ୍ରରେ ବାନ୍ଧିବା, ସାମାଜିକ ସଂସ୍କାର ଆଣିବା ଏବଂ ଗୋପାଳ ସମାଜର କଲ୍ୟାଣ ପାଇଁ ସେ ନିଜ ଜୀବନକାଳ ମଧ୍ୟରେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଯାଇଛନ୍ତି। ​୨୦୧୧ ମସିହାରେ ତାଙ୍କର ତିରୋଧାନ ହୋଇଥିଲେ ମଧ୍ୟ ସମାଜ ପାଇଁ ତାଙ୍କର ଅବଦାନ ଓ ଆଦର୍ଶ ଆଜି ବି ଅଞ୍ଚଳବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇରହିଛି।