--:--:--
-- ---
Srishti News

କଂଗ୍ରେସର ପ୍ରସ୍ତୁତି ବୈଠକ : ୬ ରେ ବିକ୍ଷୋଭ ୮ ରେ ବନ୍ଦ ଡାକରା

Jajpur (ଯାଜପୁର)ଅନିଲ କୁମାର ଜେନା ଙ୍କ ରିପୋର୍ଟ ଯାଜପୁରOctober 4, 202639 views
କଂଗ୍ରେସର ପ୍ରସ୍ତୁତି ବୈଠକ : ୬ ରେ ବିକ୍ଷୋଭ ୮ ରେ ବନ୍ଦ ଡାକରା
ଯାଜପୁର: ୦୪/୧୦:ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭୋଟ ବଞ୍ଚାଅ... ସମ୍ବିଧାନ ବଞ୍ଚାଅ... ଦେଶ ବଞ୍ଚାଅ ପରିପ୍ରେକ୍ଷୀରେ ଆସନ୍ତା ୬ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ସଙ୍ଗେ ସଙ୍ଗେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସେହିପରି ୮ ତାରିଖ ଜିଲ୍ଲାରେ ବନ୍ଦ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଯାଜପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ବ୍ଲକ ସଭାପତି ମାନଙ୍କ ସହ ପ୍ରସ୍ତୁତି ବୈଠକ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଯାଜପୁର କଂଗ୍ରେସ ଦାୟିତ୍ୱରେ ଥିବା ହଳଧର ସେଠୀ ଯୋଗଦେଇ ବିକ୍ଷୋଭ ଓ ବନ୍ଦ ପାଳନ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କିପରି ସମସ୍ତ କଂଗ୍ରେସର କର୍ମୀ ଓ ନେତୃମଣ୍ଡଳୀ ମାନଙ୍କୁ ଏକଜୁଟ୍ କରି କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ୬ ତାରିଖ ଓ ୮ ତାରିଖରେ ସମସ୍ତ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ସହଯୋଗ କରିବା ପାଇଁ ଶ୍ରୀ ସେଠୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ବି.ଏଲ୍‌-୧ ସନ୍ତୋଷ ନନ୍ଦ, ଯାଜପୁର ନଗର କଂଗ୍ରେସ କମିଟିର ସଭାପତି ନାରାୟଣ ସାମନ୍ତ, ଯାଜପୁର ବ୍ଲକ କଂଗ୍ରେସର ସଭାପତି ଗଦାଧର ଦାସ, ଦଶରଥପୁର ବ୍ଲକ କଂଗ୍ରେସ କମିଟିର ସଭାପତି ଏକାଦଶୀ ତ୍ରିପାଠୀ, ବରୀ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର ପ୍ରଧାନ, ଅନିଲ କୁମାର ଜେନା ବିଭୂତି ମହାପାତ୍ର, ହୃଷିକେଶ ପତି, ନିକୁଞ୍ଜ ସାମଲ, ସସ୍ମିତା ପଣ୍ଡା, ଅର୍ଜିତ ନାୟକ, ନକୁଳ ସାହୁ, ଅବଦୁଲ ରୌଫ, ଉପେନ୍ଦ୍ର ସାମଲ, ବିଜୟ ମହାପାତ୍ର, ପ୍ରଭୃତି ବୈଠକରେ ଯୋଗ ଦେଇଥିଲେ ।