--:--:--
-- ---
Srishti News

ମୋନା’ ଯାଜପୁର ପୌରାଞ୍ଚଳ ଶାଖ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଓ ଦାବିପତ୍ର

Jajpur (ଯାଜପୁର)ଅନିଲ କୁମାର ଜେନା ଙ୍କ ରିପୋର୍ଟ ଯାଜପୁରOctober 4, 202629 views
ମୋନା’ ଯାଜପୁର ପୌରାଞ୍ଚଳ ଶାଖ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଓ ଦାବିପତ୍ର
ଯାଜପୁର: ୦୪/୧୦): ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବାହାଦୂର ଶାସ୍ତ୍ରୀଙ୍କ ଜଜନ୍ମଜୟନ୍ତୀ ସପ୍ତାହ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ଯାଜପୁର ପୌରାଞ୍ଚଳ ଶାଖା ତରଫରୁ ନିଶା ନିବାରଣ ତ୍ରିରଙ୍ଗା ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଶାଖା ସଭାପତି ନାରାୟଣ ଚନ୍ଦ୍ର ସାମନ୍ତ, ସମ୍ପାଦକ ହୃଷିକେଶ ପତି, ହଳଧର ସେଠୀ, ସନ୍ତୋଷ ନନ୍ଦ, ସରୋଜ ବିଶ୍ୱାଳ, ଭଗବାନ ନାୟକ, ଅବ୍ଦୁଲ ରୌଫ୍‌, ଅର୍ଜିତ ନାୟକ, ଗଦାଧର ଦାସ, ବିଜୟ ମହାପାତ୍ର, ବିଭୂତି ମହାପାତ୍ର, ଆଦିତ୍ୟ ମହାନ୍ତି, ନିକୁଞ୍ଜ ସାମଲ ପ୍ରମୁଖ ଏହି ତ୍ରିରଙ୍ଗା ଯାଜପୁରର ନେତୃତ୍ୱ ନେଇଥିଲେ । ଏହି ଯାତ୍ରା ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଟାଉନ ଥାନାରେ ପହଞ୍ôଚଥିଲା । ଓଡ଼ିଶାରେ ମଦ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲା ।