--:--:--
-- ---
Srishti News

କଲେଇଗାଁ ଆଞ୍ଚଳିକ ଯାଦବ ସମିତିର ବୈଠକ ଅନୁଷ୍ଠିତ

Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼, କଳାହାଣ୍ଡିOctober 4, 202670 views
କଲେଇଗାଁ ଆଞ୍ଚଳିକ ଯାଦବ ସମିତିର ବୈଠକ ଅନୁଷ୍ଠିତ
ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ସଭାପତି ଶ୍ରୀ କିଶୋର ନିଆଲ, ସମ୍ପାଦକ ମଳୟ ଚନ୍ଦ୍ର ବାଗ ଏବଂ ଆଞ୍ଚଳିକ କର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ଏକ ବୈଠକ କୁଳିହାରୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। କଲେଇଗାଁ, ଚାରଭାଟି, ଦେଦର, ଦୁନ୍ଦେଲମାଳ ଓ ମାଟିଗାଁ—ଏହି ପାଞ୍ଚଟି ପଞ୍ଚାୟତର ଭାତ ସମାଜର ମୁଖ୍ୟ ଓ ସମାଜର ପ୍ରମୁଖ ବ୍ୟକ୍ତିମାନେ ବୈଠକରେ ଯୋଗଦେଇଥିଲେ। ବୈଠକ ଆରମ୍ଭରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ଆଗାମୀ ନୂଆଖାଇ ଭେଟଘାଟ, ଯାଦବ ମିଳନ ଉତ୍ସବ ଏବଂ ଅର୍ଦ୍ଧନିର୍ମିତ ଯାଦବ ସମାଜ ଭବନର ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ସମାଜରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ, ସାମାଜିକ ଏକତା ଓ ଭାଇଚାରାକୁ ମଜବୁତ କରିବା ସହ ଏକ ସୁଶୃଙ୍ଖଳିତ ଓ ସୁସ୍ଥ ସମାଜ ଗଠନ କିପରି ହୋଇପାରିବ, ସେନେଇ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତାମତ ରଖିଥିଲେ। ପରିଶେଷରେ ଯାଦବ ସମିତି ପକ୍ଷରୁ ବୈଠକରେ ଯୋଗଦେଇଥିବା ସମାଜପ୍ରେମୀ, କର୍ମକର୍ତ୍ତା ଓ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଥିଲା।