--:--:--
-- ---
Srishti News

ବାଲି ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ : ବାଲି ବୋଝେଇ ୱାଇବା ଜବତ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକOctober 4, 202627 views
ବାଲି ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ : ବାଲି ବୋଝେଇ ୱାଇବା ଜବତ
ପାଇକମାଲ - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପୁଲିସ ଜଣେ ହାଇୱା ଚାଳକଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ଏଥିସହ ବାଲି ବୋଝେଇ ହାଇୱାକୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହାତୀସରା ଗାଁର ସୁକ୍ରମ ମାଝୀ (୩୮) ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ସୂଚନାନୁଯାୟୀ, ପରସଖୁଣ୍ଡି ଅଙ୍ଗ ନଦୀରୁ ବାଲି ବୋଝେଇ କରି ଏକ ହାଇୱା କୁଦୋଗୁଡ଼ା ଦେଇ ଯାଉଥିଲା । ଏ ସମ୍ପର୍କରେ ପାଇକମାଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବାଲି ବୋଝେଇ ହାଇୱାଟିକୁ ଜବତ କରିବା ସହ ଏହାର ଚାଳକ ସୁକ୍ରମଙ୍କୁ ଗିରଫ କରାଯାଇଥିଲା । ଏନେଇ ପାଇକମାଲ ଥାନାରେ କେସ୍‌ ନଂ ୨୬୦/୨୬ ରୁଜୁ ହୋଇଛି । ମାମଲାରେ ବିଏନ୍‌ଏସ୍‌ର ଧାରା ୩୦୩(୨)/୩୧୭(୨) ସହ ଓଡ଼ିଶା ମାଇନର୍‌ ମିନେରାଲ୍‌ସ କନସେସନ୍‌ ରୁଲ୍ସ (ଓଏମ୍‌ଏମ୍‌ସିଆର୍‌)ର ଧାରା ୫୧(୧) (ଆଇଭି) ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି । ଜବତ ହାଇୱାର ନମ୍ବର ଓଆର୍‌-୦୪-ଏମ୍‌-୯୩୨୮ ବୋଲି ଜଣାପଡ଼ିଛି । ଗିରଫ ସୁକ୍ରମଙ୍କୁ କୋର୍ଟଚାଲାଣ କରା ଯାଇଥିବା ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି I