ପଡ଼ିଆରେ ଦୁଇ ବର୍ଷ ହେଲା ଅନ୍ଧାରରେ କ୍ରିଷ୍ଟିୟାନ ସାହି: ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଅସନ୍ତୋଷ
Malkangiri (ମାଲକାନଗିରି)ରିପୋର୍ଟ: ରାଜେନ୍ଦ୍ର ପ୍ରସାଦ ତେଣ୍ଟୁOctober 4, 202627 views

ପଡ଼ିଆ, : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ପଡ଼ିଆ ପଞ୍ଚାୟତର କ୍ରିଷ୍ଟିୟାନ ସାହିରେ ଦୀର୍ଘ ଦୁଇ ବର୍ଷ ହେବ ଷ୍ଟିଟ୍ ଲାଇଟ୍ ଜଳୁ ନଥିବା ଅଭିଯୋଗ ହୋଇଛି। ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ସ୍ଥାନୀୟ ବାସିନ୍ଦା ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କ୍ରିଷ୍ଟିୟାନ ସାହିରେ ଥିବା ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରେ ଲାଇଟ୍ ବ୍ୟବସ୍ଥା ନଥିବାରୁ ଦୀର୍ଘ ଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ସନ୍ଧ୍ୟା ହେଲେ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ୁଛି, ଯାହାଫଳରେ ରାତିରେ ଯାତାୟାତ କରିବା ବିପଦଜ୍ଜନକ ମନେହେଉଛି। ବିଷାକ୍ତ ସରୀସୃପ ଭୟ ସାଙ୍ଗକୁ ଦୁର୍ଘଟଣାର ଆଶଙ୍କା ସବୁବେଳେ ଲାଗି ରହିଛି।
ଏହି ସମସ୍ୟାର ସମାଧାନ ପାଇଁ ସାହି ବାସିନ୍ଦା ପ୍ରଶାସନକୁ ଅନେକ ଥର ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ କି କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହି ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଅଚଳ ଷ୍ଟିଟ୍ ଲାଇଟ୍ ଗୁଡ଼ିକର ମରାମତି କରିବା ସହ ଅଞ୍ଚଳରେ ଆଲୋକର ବ୍ୟବସ୍ଥା କରିବାକୁ କ୍ରିଷ୍ଟିୟାନ ସାହି ବାସିନ୍ଦାମାନେ ଦୃଢ଼ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
